ହସ୍ତତନ୍ତ ‘ଏକତା’ ମେଳାରେ ସମ୍ବଲପୁରୀ ଶାଢ଼ିର ସ୍ଥାନ ନାହିଁ, ପଶ୍ଚିମ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା

The Sakala Picture
Published On

ଭୁବନେଶ୍ୱର : ଦେଶବିଦେଶରେ ସମ୍ବଲପୁରୀ ଶାଢ଼ିର ସୁନାମ ରହିଛି। ଭାରତ ବାହାରେ ଅନେକ ରାଷ୍ଟ୍ରରେ ସମ୍ବଲପୁରୀ ଶାଢ଼ିର ଚାହିଦା ବହୁତ ଅଧିକ ରହିଛି। ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ଜନତା ମଇଦାନରେ ଆୟୋଜିତ ହସ୍ତତନ୍ତ ‘ଏକତା’ ମେଳାରେ ସମ୍ବଲପୁରୀ ଶାଢ଼ିକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି। ରାଜ୍ୟସ୍ତରୀୟ ହସ୍ତତନ୍ତ ମେଳା ମାନଚିତ୍ରରେ ରାଜ୍ୟର ବିଭିନ୍ନ ଅଞ୍ଚଳର ପ୍ରସିଦ୍ଧ ଶାଢ଼ିର ନାମ ଓ ଚିତ୍ର ଉଲ୍ଲେଖ ଥିବା ବେଳେ ସମ୍ବଲପୁରୀ ଶାଢ଼ିକୁ ସ୍ଥାନ ମିଳିନାହିଁ। ଏହାକୁ ପଶ୍ଚିମଓଡ଼ିଶାବାସୀଙ୍କ ମଧ୍ୟରେ ତୀବ୍ର […]

ଭୁବନେଶ୍ୱର : ଦେଶବିଦେଶରେ ସମ୍ବଲପୁରୀ ଶାଢ଼ିର ସୁନାମ ରହିଛି। ଭାରତ ବାହାରେ ଅନେକ ରାଷ୍ଟ୍ରରେ ସମ୍ବଲପୁରୀ ଶାଢ଼ିର ଚାହିଦା ବହୁତ ଅଧିକ ରହିଛି। ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ଜନତା ମଇଦାନରେ ଆୟୋଜିତ ହସ୍ତତନ୍ତ ‘ଏକତା’ ମେଳାରେ ସମ୍ବଲପୁରୀ ଶାଢ଼ିକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି। ରାଜ୍ୟସ୍ତରୀୟ ହସ୍ତତନ୍ତ ମେଳା ମାନଚିତ୍ରରେ ରାଜ୍ୟର ବିଭିନ୍ନ ଅଞ୍ଚଳର ପ୍ରସିଦ୍ଧ ଶାଢ଼ିର ନାମ ଓ ଚିତ୍ର ଉଲ୍ଲେଖ ଥିବା ବେଳେ ସମ୍ବଲପୁରୀ ଶାଢ଼ିକୁ ସ୍ଥାନ ମିଳିନାହିଁ। ଏହାକୁ ପଶ୍ଚିମଓଡ଼ିଶାବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ମଝି ସମୁଦ୍ରରେ ଫସିଲା କାର୍ଗୋ ଜାହାଜ 'ଏମଭି ବିଶ୍ୱ ଉଦୟ': ୨୭ କର୍ମଚାରୀଙ୍କୁ ସୁରକ୍ଷିତ ଉଦ୍ଧାର କଲା ପାରାଦୀପ ପୋର୍ଟ କର୍ତ୍ତୃପକ୍ଷ

ଆୟୋଜିତ ମେଳା ପରିସରରେ ଏକ ଓଡ଼ିଶା ମାନଚିତ୍ର ହୋଇଛି। ଏହି ମାନଚିତ୍ରରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଉତ୍ପାଦିତ ହେଉଥିବା ହସ୍ତତନ୍ତ ବିଷୟରେ ସୂଚନା ଦିଆଯାଇଛି। ଟସର, ମାଣିଆବନ୍ଧ, କଟକୀ ଶାଢ଼ି, ଖଣ୍ଡୁଆପାଟ, ଡଙ୍ଗରିଆ ଶାଢ଼ି, ବମକାଇ ପସାପାଲି ଓ ହାବାସପୁରୀ ଭଳି ହସ୍ତତନ୍ତ ବିଷୟରେ ସୂଚନା ଦିଆଯାଇଛି। ମାତ୍ର ଏଠାରେ ସମ୍ବଲପୁରୀ ଶାଢ଼ି ବିଷୟରେ ବିନ୍ଦୁବିସର୍ଗ ନାହିଁ। ଏହାକୁ ନେଇ ସମ୍ବଲପୁରୀ ଶାଢ଼ି ପ୍ରତି ଶ୍ରଦ୍ଧା ରଖୁଥିବା ପ୍ରତି ଓଡ଼ିଆ କ୍ଷୋଭ ପ୍ରକାଶ କରିଛନ୍ତି। ବିଶେଷକରି ପଶ୍ଚିମ ଓଡ଼ିଶାର ବିଭିନ୍ନ ଶିଳ୍ପୀ ସଂଘ ପକ୍ଷରୁ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି, ପିଛିଲା ଭାବେ ୨୦୨୬ ଜୁଲାଇରୁ ଲାଗୁ ହେବ

ଜାତୀୟ ହସ୍ତତନ୍ତ ଦିବସ ଅବସରରେ ୬ ତାରିଖରୁ ଜନତା ମଇଦାନରେ ଏହି ହସ୍ତତନ୍ତ ମେଳା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ମେଳାକୁ ଉଦ୍‌ଘାଟନ କରିଥିବା ବେଳେ ବିଶିଷ୍ଟ ସିନେ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଏହାର ଶୋଭାବର୍ଦ୍ଧନ କରିଛନ୍ତି। ହସ୍ତତନ୍ତକୁ ନେଇ ଓଡ଼ିଶା ଯଦି ଦେଶ ବିଦେଶରେ ନିଜର ପରିଚୟ ଖୋଜେ, ତେବେ ଏଥିରେ ପ୍ରଥମେ ସମ୍ବଲପୁରୀ ଶାଢ଼ିର କଥା ଆସିବ। ହେଲେ ଆୟୋଜିତ ରାଜ୍ୟସ୍ତରୀୟ ମେଳାରେ କେଉଁ କାରଣରୁ ସମ୍ବଲପୁରୀ ଶାଢ଼ିକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି, ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ୭ରୁ ୧୩ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଓଡ଼ିଶାର ସମୃଦ୍ଧ ବୟନ ଐତିହ୍ୟ ଓ ହସ୍ତଶିଳ୍ପ ପ୍ରଦର୍ଶନ ପାଇଁ ୬୦ଟି ଷ୍ଟଲ୍‌ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସମଗ୍ର ରାଜ୍ୟରୁ ୧୫୦୦ ରୁ ଅଧିକ ହସ୍ତତନ୍ତ ବୁଣାକାର ଅଂଶଗ୍ରହଣ କରିଛନ୍ତି।

ଆହୁରି ପଢ଼ନ୍ତୁ: ପୁରୀର ବାବା ବାଲିକପିଳେଶ୍ୱର ମନ୍ଦିରରୁ ଲୁଟ୍, ଲକ୍ଷାଧିକ ଟଙ୍କାର ଅଳଙ୍କାର ଓ ନଗଦ ଟଙ୍କା ଚୋରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର