ମଞ୍ଜୁରୀ ଦେଲା ଏନଟିସିଏ: ଦେବ୍ରିଗଡ଼କୁ ମିଳିଲା ବ୍ୟାଘ୍ର ପ୍ରକଳ୍ପ ମାନ୍ୟତା

The Sakala Picture
Published On

ଭୁବନେଶ୍ବର: ଦେବ୍ରିଗଡ଼କୁ ମିଳିଲା ବ୍ୟାଘ୍ର ପ୍ରକଳ୍ପ ମାନ୍ୟତା । ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି ଏନଟିସିଏ। ଏଭଳି ଘୋଷଣା ପରେ ୨ ମାସ ମଧ୍ୟରେ ଶେଷ ହେବ ସର୍ଭେ କାମ । ୮୦୪ ଦଶମିକ ୫୧ ବର୍ଗ କିଲୋମିଟର ଅଞ୍ଚଳ ପରିବ୍ୟାପ୍ତ ହେବ ପ୍ରକଳ୍ପ। ଶିମିଳିପାଳ ଓ ସାତକୋଶିଆ ପରେ ରାଜ୍ୟର ତୃତୀୟ ବ୍ୟାଘ୍ର ପ୍ରକଳ୍ପ ଭାବେ ଦେବ୍ରିଗଡ଼ ନାଁ ଘୋଷଣା କରାଯାଇଛି। ଏହାଦ୍ବାରା ବାଘକୁ ମିଳିବ ନୂଆ ଠିକଣା । ବ୍ୟାଘ୍ର ପ୍ରକଳ୍ପ ପାଇଁ […]

ଭୁବନେଶ୍ବର: ଦେବ୍ରିଗଡ଼କୁ ମିଳିଲା ବ୍ୟାଘ୍ର ପ୍ରକଳ୍ପ ମାନ୍ୟତା । ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି ଏନଟିସିଏ। ଏଭଳି ଘୋଷଣା ପରେ ୨ ମାସ ମଧ୍ୟରେ ଶେଷ ହେବ ସର୍ଭେ କାମ । ୮୦୪ ଦଶମିକ ୫୧ ବର୍ଗ କିଲୋମିଟର ଅଞ୍ଚଳ ପରିବ୍ୟାପ୍ତ ହେବ ପ୍ରକଳ୍ପ। ଶିମିଳିପାଳ ଓ ସାତକୋଶିଆ ପରେ ରାଜ୍ୟର ତୃତୀୟ ବ୍ୟାଘ୍ର ପ୍ରକଳ୍ପ ଭାବେ ଦେବ୍ରିଗଡ଼ ନାଁ ଘୋଷଣା କରାଯାଇଛି। ଏହାଦ୍ବାରା ବାଘକୁ ମିଳିବ ନୂଆ ଠିକଣା ।

ଆହୁରି ପଢ଼ନ୍ତୁ: ସମ୍ୱଲପୁରର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଜଣ୍ଡିସ ବ୍ୟାପୀ ଶତାଧିକ ଆକ୍ରାନ୍ତ, ସ୍ଥାନୀୟ ପ୍ରଶାସନ ତୁରନ୍ତ ଆବଶ୍ୟକ ପଦକ୍ଷେପ ନିଅନ୍ତୁ: ବିଜେଡି

ବ୍ୟାଘ୍ର ପ୍ରକଳ୍ପ ପାଇଁ ଦେବ୍ରିଗଡ଼ର ୮ଟି ପରିବାର ଓ ଝାଗଡେ ବେହେରାର ୩୭ ପରିବାରକୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ମୋଟ ୪୫ଟି ପରିବାରକୁ ସ୍ଥାନାନ୍ତର କରାଯାଇଛି। ସୁନାବେଡା ଅଭୟାରଣ୍ୟ ଓ ଛତିଶଗଡ଼ର ଉଦନ୍ତି ସୀତାନଦୀକୁ ବ୍ୟାଘ୍ର ପ୍ରକଳ୍ପକୁ ସଂଯୋଗ କରୁଛି ଦେବ୍ରିଗଡ଼ ବ୍ୟାଘ୍ର ପ୍ରକଳ୍ପ । ସେହିପରି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ମଧ୍ୟ ସଂଯୋଗ କରୁଛି ଦେବ୍ରିଗଡ଼।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର