ଖୋଲିଲା ହୀରାକୁଦ ଗେଟ୍ : ୧୨ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବର୍ଷର ପ୍ରଥମ ବନ୍ୟାଜଳ

The Sakala Picture
Published On

ସମ୍ବଲପୁର: ବାଜିଲା ସାଇରନ, ଖୋଲିଲା ହୀରାକୁଦ ଗେଟ୍ । ହୀରାକୁଦ ଜଳଭଣ୍ଡାରରୁ ଛଡାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ପ୍ରଥମେ ୭ ନମ୍ବର ଗେଟ୍ ଦେଇ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହେବା ପରେ ପର୍ଯ୍ୟାୟ କ୍ରମେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ୍‌ ୧୨ଟି ଗେଟ୍ ଖୋଲାଯାଇଛି। ହୀରାକୁଦ ଜଳଭଣ୍ଡାରର ବାମ ପାର୍ଶ୍ବର ୮ଟି ଗେଟ୍‌ ଏବଂ ଡାହାଣ ପାଶ୍ବର ୪ଟି ଗେଟ୍‌ ଖୋଲାଯାଇଛି। ଗେଟ୍‌ ଖୋଲିବା ପରେ ତଳିଆ ଅଞ୍ଚଳ ଲୋକଙ୍କ ସହ ୧୩ ଜିଲ୍ଲାକୁ […]

ସମ୍ବଲପୁର: ବାଜିଲା ସାଇରନ, ଖୋଲିଲା ହୀରାକୁଦ ଗେଟ୍ । ହୀରାକୁଦ ଜଳଭଣ୍ଡାରରୁ ଛଡାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ପ୍ରଥମେ ୭ ନମ୍ବର ଗେଟ୍ ଦେଇ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହେବା ପରେ ପର୍ଯ୍ୟାୟ କ୍ରମେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ୍‌ ୧୨ଟି ଗେଟ୍ ଖୋଲାଯାଇଛି। ହୀରାକୁଦ ଜଳଭଣ୍ଡାରର ବାମ ପାର୍ଶ୍ବର ୮ଟି ଗେଟ୍‌ ଏବଂ ଡାହାଣ ପାଶ୍ବର ୪ଟି ଗେଟ୍‌ ଖୋଲାଯାଇଛି। ଗେଟ୍‌ ଖୋଲିବା ପରେ ତଳିଆ ଅଞ୍ଚଳ ଲୋକଙ୍କ ସହ ୧୩ ଜିଲ୍ଲାକୁ ସତର୍କ ରହିବାକୁ ସୂଚନା ଦିଆଯାଇଛି । ଏନେଇ ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ସୂଚନା ଅନୁସାରେ, ଆଜି ସକାଳ ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୦୯.୦୬ ଫୁଟ୍‌ ରହିଥିଲା। ଜଳ ଭଣ୍ଡାର କତୃପକ୍ଷଙ୍କ ସୂଚନା , ଉପର ମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ଜଳ ଭଣ୍ଡାର ଭିତରକୁ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୨ ଲକ୍ଷ ୧ ହଜାର ଘନଫୁଟ ବନ୍ୟାଜଳ , ବର୍ତ୍ତମାନ ୬୦୯ .୫୪ ଫୁଟ ରେ ପହଞ୍ଚିଲାଣି ଜଳସ୍ତର ।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ସୂଚନାଅନୁସାରେ ଗତ କିଛି ଦିନ ହେବ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଉପରମୁଣ୍ଡରେ ବର୍ଷା ଓ ଛତିଶଗଡ଼ର କଲମା ବ୍ୟାରେଜ୍‌ର ସମସ୍ତ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଥିବାରୁ ହୀରାକୁଦ ଫୁଲିବାରେ ସାଧାରଣତଃ ଜୁଲାଇ ୩୧ ସୁଦ୍ଧା ହୀରାକୁଦର ଜଳସ୍ତର ୬୦୫ ଫୁଟ୍‌ ପାଖାପାଖି ରହିଥାଏ। କିନ୍ତୁ ଗତକାଲିଠାରୁ ନଦୀବନ୍ଧର ଜଳସ୍ତର ଏହି ସୀମା ଡେଇଁଯାଇଛି। ଗତକାଲି ଜଳଭଣ୍ଡାରକୁ ସେକେଣ୍ଡ୍‌ ପିଛା ୧୨୨୮୫୨ ଘନଫୁଟ୍‌ ଜଳ ପ୍ରବେଶ କରୁଥିବା ବେଳେ ପାୱାର ଚ୍ୟାନେଲ, ଶିଳ୍ପାନୁଷ୍ଠାନ, କେନାଲ ଆଦି ଦେଇ ୩୭୭୯୩ ଘନଫୁଟ ଜଳ ନିଷ୍କାସିତ ହେଉଥିଲା। ପାୱାର ଚ୍ୟାନେଲ ଦେଇ ୩୪୪୯୧ ଘନଫୁଟ, ଶିଳ୍ପାନୁଷ୍ଠାନ ପାଇଁ ୨୩୪ ଘନଫୁଟ, କେନାଲ ପାଇଁ ୩୦୬୮ ଘନଫୁଟ ଜଳ ନିଷ୍କାସିତ ହେଉଛି। ସମ୍ପ୍ରତି ସ୍ପିଲୱେ ଦେଇ କୌଣସି ଜଳ ନିଷ୍କାସିତ ହେଉନାହିଁ। ଅନ୍ୟପକ୍ଷରେ, ତଳମୁଣ୍ଡରେ ବେଲଗାଁଠାରେ ୧୨୦୦୦ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଥିବା ବେଳେ ପଥର୍ଲାଠାରେ ୩୯୫୧୬କ୍ୟୁସେକ, ଖଇରମାଲଠାରେ ୮୬୦୦୦ କ୍ୟୁସେକ, ବାରମୁଲଠାରେ ୯୦୦୦୦ କ୍ୟୁସେକ ଏବଂ ମୁଣ୍ଡଳୀଠାରେ ୧୩୮୧୩୬ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଥିବା ହୀରାକୁଦ ମୁଖ୍ୟ ନଦୀବନ୍ଧ ସୂତ୍ରରୁ ପ୍ରକାଶ। ଗତ ୨୪ଘଣ୍ଟାରେ ଉପରମୁଣ୍ଡରେ ୧୦.୪୯ ମିମି ଏବଂ ତଳମୁଣ୍ଡରେ ୭.୬୪ ମିମି ବର୍ଷା ହୋଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ଉଲ୍ଲେଖଯୋଗ୍ୟ, ହୀରାକୁଦ ନଦୀବନ୍ଧର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍‌। ହୀରାକୁଦ ନଦୀବନ୍ଧରେ ୬୪ଟି ସ୍ଲୁଇସ ଫାଟକ ଓ ୩୪ଟି କ୍ରେଷ୍ଟ ଫାଟକ ସହ ମୋଟ ୯୮ଟି ନିଷ୍କାସନ ଫାଟକ ରହିଛି। ଏହା ମାଧ୍ୟମରେ ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ କରାଯାଇଥାଏ।

06 Jul 2025 By The Sakala

ଖୋଲିଲା ହୀରାକୁଦ ଗେଟ୍ : ୧୨ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବର୍ଷର ପ୍ରଥମ ବନ୍ୟାଜଳ

ସମ୍ବଲପୁର: ବାଜିଲା ସାଇରନ, ଖୋଲିଲା ହୀରାକୁଦ ଗେଟ୍ । ହୀରାକୁଦ ଜଳଭଣ୍ଡାରରୁ ଛଡାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ପ୍ରଥମେ ୭ ନମ୍ବର ଗେଟ୍ ଦେଇ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହେବା ପରେ ପର୍ଯ୍ୟାୟ କ୍ରମେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ୍‌ ୧୨ଟି ଗେଟ୍ ଖୋଲାଯାଇଛି। ହୀରାକୁଦ ଜଳଭଣ୍ଡାରର ବାମ ପାର୍ଶ୍ବର ୮ଟି ଗେଟ୍‌ ଏବଂ ଡାହାଣ ପାଶ୍ବର ୪ଟି ଗେଟ୍‌ ଖୋଲାଯାଇଛି। ଗେଟ୍‌ ଖୋଲିବା ପରେ ତଳିଆ ଅଞ୍ଚଳ ଲୋକଙ୍କ ସହ ୧୩ ଜିଲ୍ଲାକୁ ସତର୍କ ରହିବାକୁ ସୂଚନା ଦିଆଯାଇଛି । ଏନେଇ ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ଆଜି ସକାଳ ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୦୯.୦୬ ଫୁଟ୍‌ ରହିଥିଲା। ଜଳ ଭଣ୍ଡାର କତୃପକ୍ଷଙ୍କ ସୂଚନା , ଉପର ମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ଜଳ ଭଣ୍ଡାର ଭିତରକୁ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୨ ଲକ୍ଷ ୧ ହଜାର ଘନଫୁଟ ବନ୍ୟାଜଳ , ବର୍ତ୍ତମାନ ୬୦୯ .୫୪ ଫୁଟ ରେ ପହଞ୍ଚିଲାଣି ଜଳସ୍ତର ।

ସୂଚନାଅନୁସାରେ ଗତ କିଛି ଦିନ ହେବ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଉପରମୁଣ୍ଡରେ ବର୍ଷା ଓ ଛତିଶଗଡ଼ର କଲମା ବ୍ୟାରେଜ୍‌ର ସମସ୍ତ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଥିବାରୁ ହୀରାକୁଦ ଫୁଲିବାରେ ସାଧାରଣତଃ ଜୁଲାଇ ୩୧ ସୁଦ୍ଧା ହୀରାକୁଦର ଜଳସ୍ତର ୬୦୫ ଫୁଟ୍‌ ପାଖାପାଖି ରହିଥାଏ। କିନ୍ତୁ ଗତକାଲିଠାରୁ ନଦୀବନ୍ଧର ଜଳସ୍ତର ଏହି ସୀମା ଡେଇଁଯାଇଛି। ଗତକାଲି ଜଳଭଣ୍ଡାରକୁ ସେକେଣ୍ଡ୍‌ ପିଛା ୧୨୨୮୫୨ ଘନଫୁଟ୍‌ ଜଳ ପ୍ରବେଶ କରୁଥିବା ବେଳେ ପାୱାର ଚ୍ୟାନେଲ, ଶିଳ୍ପାନୁଷ୍ଠାନ, କେନାଲ ଆଦି ଦେଇ ୩୭୭୯୩ ଘନଫୁଟ ଜଳ ନିଷ୍କାସିତ ହେଉଥିଲା। ପାୱାର ଚ୍ୟାନେଲ ଦେଇ ୩୪୪୯୧ ଘନଫୁଟ, ଶିଳ୍ପାନୁଷ୍ଠାନ ପାଇଁ ୨୩୪ ଘନଫୁଟ, କେନାଲ ପାଇଁ ୩୦୬୮ ଘନଫୁଟ ଜଳ ନିଷ୍କାସିତ ହେଉଛି। ସମ୍ପ୍ରତି ସ୍ପିଲୱେ ଦେଇ କୌଣସି ଜଳ ନିଷ୍କାସିତ ହେଉନାହିଁ। ଅନ୍ୟପକ୍ଷରେ, ତଳମୁଣ୍ଡରେ ବେଲଗାଁଠାରେ ୧୨୦୦୦ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଥିବା ବେଳେ ପଥର୍ଲାଠାରେ ୩୯୫୧୬କ୍ୟୁସେକ, ଖଇରମାଲଠାରେ ୮୬୦୦୦ କ୍ୟୁସେକ, ବାରମୁଲଠାରେ ୯୦୦୦୦ କ୍ୟୁସେକ ଏବଂ ମୁଣ୍ଡଳୀଠାରେ ୧୩୮୧୩୬ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଥିବା ହୀରାକୁଦ ମୁଖ୍ୟ ନଦୀବନ୍ଧ ସୂତ୍ରରୁ ପ୍ରକାଶ। ଗତ ୨୪ଘଣ୍ଟାରେ ଉପରମୁଣ୍ଡରେ ୧୦.୪୯ ମିମି ଏବଂ ତଳମୁଣ୍ଡରେ ୭.୬୪ ମିମି ବର୍ଷା ହୋଇଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ହୀରାକୁଦ ନଦୀବନ୍ଧର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍‌। ହୀରାକୁଦ ନଦୀବନ୍ଧରେ ୬୪ଟି ସ୍ଲୁଇସ ଫାଟକ ଓ ୩୪ଟି କ୍ରେଷ୍ଟ ଫାଟକ ସହ ମୋଟ ୯୮ଟି ନିଷ୍କାସନ ଫାଟକ ରହିଛି। ଏହା ମାଧ୍ୟମରେ ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ କରାଯାଇଥାଏ।

https://www.thesakala.in/latest-odisha-news/sambalpur/hirakud-gate-opened-the-first-floodwater-of-the-year-is-being-drained-through-12-gates/article-41486
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର