ଶ୍ରୀମନ୍ଦିରକୁ ଫେରିବ କି କୋହିନୂର ହୀରା ?

The Sakala Picture
Published On

ପୁରୀ: ବ୍ରିଟେନରେ ଆରମ୍ଭ ହୋଇଛି ଚାର୍ଲସ ତୃତୀୟଙ୍କ ରାଜ। ସେ ବିଧିବଦ୍ଧ ଭାବେ ବ୍ରିଟେନର ରାଜା ଭାବେ ଦାୟିତ୍ୱ ନେଇଛନ୍ତି। ତାଙ୍କର ରାଜାଭିଷେକ ହୋଇଛି। ତେବେ ଚାର୍ଲସ ତୃତୀୟ ବ୍ରିଟେନର ନୂଆ ସମ୍ରାଟ ହେବା ପରେ ଓଡ଼ିଶାବାସୀ ବିଶେଷକରି ଶ୍ରୀମନ୍ଦିର ସେବାୟତ ଓ ଜଗନ୍ନାଥପ୍ରେମୀ ଅଧିକ ଖୁସି ହୋଇଛନ୍ତି। ଆଉ ଏହି ଖୁସି ପଛର କାରଣ ହେଉଛି ଦୁର୍ଲ୍ଲଭ କୋହିନୂର ହୀରା। ଶ୍ରୀମନ୍ଦିରକୁ ଏହି କୋହିନୂର ହୀରା ଫେରିବ ବୋଲି ସେମାନଙ୍କ ମନରେ ଆଶା ସଞ୍ଚାର ହୋଇଛି। […]

ପୁରୀ: ବ୍ରିଟେନରେ ଆରମ୍ଭ ହୋଇଛି ଚାର୍ଲସ ତୃତୀୟଙ୍କ ରାଜ। ସେ ବିଧିବଦ୍ଧ ଭାବେ ବ୍ରିଟେନର ରାଜା ଭାବେ ଦାୟିତ୍ୱ ନେଇଛନ୍ତି। ତାଙ୍କର ରାଜାଭିଷେକ ହୋଇଛି। ତେବେ ଚାର୍ଲସ ତୃତୀୟ ବ୍ରିଟେନର ନୂଆ ସମ୍ରାଟ ହେବା ପରେ ଓଡ଼ିଶାବାସୀ ବିଶେଷକରି ଶ୍ରୀମନ୍ଦିର ସେବାୟତ ଓ ଜଗନ୍ନାଥପ୍ରେମୀ ଅଧିକ ଖୁସି ହୋଇଛନ୍ତି। ଆଉ ଏହି ଖୁସି ପଛର କାରଣ ହେଉଛି ଦୁର୍ଲ୍ଲଭ କୋହିନୂର ହୀରା। ଶ୍ରୀମନ୍ଦିରକୁ ଏହି କୋହିନୂର ହୀରା ଫେରିବ ବୋଲି ସେମାନଙ୍କ ମନରେ ଆଶା ସଞ୍ଚାର ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହସ୍ତକ୍ଷେପ କରିବାକୁ ସେବାୟତମାନେ ଅନୁରୋଧ କରିଛନ୍ତି।

ଆହୁରି ପଢ଼ନ୍ତୁ: ଅଦିନିଆ ରଥଯାତ୍ରାକୁ ନେଇ ଗଜପତିଙ୍କ କ୍ଷୋଭ: ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ହେବ ଶ୍ରୀମନ୍ଦିର ପରିଚାଳନା କମିଟି

କୋହିନୂର ହୀରାକୁ ଶ୍ରୀମନ୍ଦିରକୁ ଫେରାଇ ଆଣିବା ଲାଗି ବିଭିନ୍ନ ସମୟରେ ଦାବି ଉଠିଛି। ହେଲେ ଏଥିରେ କୌଣସି ସଫଳତା ମିଳିନାହିଁ। ମାତ୍ର ଚାର୍ଲସ ତୃତୀୟ ବ୍ରିଟେନର ନୂଆ ସମ୍ରାଟ ହେବା ପରେ କୋହିନୂର ହୀରା କିପରି ଫେରିଆସିବ ସେ ନେଇ ସେବାୟତଙ୍କ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ଯେ ହେତୁ ୧୯୮୦ ମସିହାରେ ଚାର୍ଲସ ତୃତୀୟ ଓଡ଼ିଶା ଆସି ଏଠାକାର କଳା, ସଂସ୍କୃତି, ପରମ୍ପରା ଓ ଭାସ୍କର୍ଯ୍ୟକୁ ପ୍ରଶଂସା କରିଥିଲେ ସେହି ଦୃଷ୍ଟିରୁ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବାବେଗ ସହ ଜଡ଼ିତ କୋହିନୂର ହୀରା ପ୍ରତି ସକରାତ୍ମକ ଆଭିମୁଖ୍ୟ ରଖିବେ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି। ଏ ନେଇ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ବ୍ରିଟେନର ନୂଆ ସମ୍ରାଟଙ୍କୁ ଅବଗତ କରାଇବା ପାଇଁ ସେବାୟତ ଦାବି କରିଛନ୍ତି। କାରଣ ଏହି କୋହିନୂର ହୀରା ହେଉଛି ମହାପ୍ରଭୁଙ୍କ ପ୍ରାପ୍ୟ। ତେଣୁ ସଠିକ୍‍ ଢଙ୍ଗରେ ଚାର୍ଲସ ତୃତୀୟଙ୍କ ପାଖରେ ଏହା ଉପସ୍ଥାପନ ହେବା ଦରକାର ବୋଲି ସେମାନେ ମତ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ରଥଖଳାରେ ଶୋକର ଛାୟା: ତାଳଧ୍ୱଜ ରଥ ନିର୍ମାଣକାରୀ ଭୋଇ ସେବାୟତଙ୍କ ହୃଦଘାତରେ ମୃତ୍ୟୁ

ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ ମହାପ୍ରଭୁଙ୍କ ମୂଲ୍ୟବାନ କୋହିନୂର ହୀରା କିପରି ଫେରିବ ସେ ଦିଗରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। ଏହା କେବଳ ଓଡ଼ିଶା କିମ୍ବା ଶ୍ରୀମନ୍ଦିରର ନୁହେଁ, ଭାରତର ଇଜ୍ଜତ। ତେଣୁ ଏହାକୁ କିପରି ସସମ୍ମାନେ ଫେରାଇ ଅଣାଯିବ ସେ ଦିଗରେ ସାମୂହିକ ଉଦ୍ୟମ ହେବା ଆବଶ୍ୟକ। ବର୍ତ୍ତମାନ ବ୍ରିଟେନର ନୂଆ ରାଜା ଚାର୍ଲସ ତୃତୀୟ ଯେ ହେତୁ ଓଡ଼ିଶାକୁ ଭଲପାଆନ୍ତି, ବିଗତ ଦିଗରେ ଓଡ଼ିଶା ଆସି ପ୍ରଶଂସା କରିଛନ୍ତି ତେଣୁ ନିଶ୍ଚିତ ସହୃଦୟତାର ସହ ବିଚାର କରିବେ ବୋଲି ସେବାୟତ ଖୁଣ୍ଟିଆ କହିଛନ୍ତି।

ଆହୁରି ପଢ଼ନ୍ତୁ: ବାପ-ପୁଅଙ୍କ ମିଥ୍ୟା ଅଭିଯୋଗକୁ ଖଣ୍ଡନ କଲେ ଗ୍ରାମବାସୀ: ନ୍ୟାୟ ନମିଳିଲେ ସାମୂହିକ ଆତ୍ମହତ୍ୟା ଚେତାବନୀ

ସୂଚନାଥାଉ କି, ବିଭିନ୍ନ ସମୟରେ କୋହିନୂର ହୀରା ଶ୍ରୀମନ୍ଦିରକୁ ଫେରାଇ ଆଣିବା ଲାଗି ଦାବି ହୋଇଛି। ମହାରାଜା ରଣ୍‍ଜିତ ସିଂଙ୍କ ଦେହାନ୍ତ ପରେ ତାଙ୍କ ପୁଅ ଦିଲ୍ଲୀପ ସିଂ ବ୍ରିଟିଶମାନଙ୍କ ସହ ଯୁଦ୍ଧ କରି ୧୯୪୯ରେ ପ୍ରାଣ ହରାଇଥିଲେ। କିନ୍ତୁ ମୃତ୍ୟୁ ପୂର୍ବରୁ ବାପାଙ୍କ ଶେଷ ଇଚ୍ଛା ପୂରଣ କରିପାରି ନ ଥିଲେ। ରାଜା ରଣ୍‍ଜିତ ସିଂଙ୍କ ଶେଷ ଇଚ୍ଛା ଥିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସେ କୋହିନୂର ହୀରା ପ୍ରଦାନ କରିବେ। କୁହାଯାଏ ମହାରାଜା ରଣଜିତ୍‍ କଳ୍ପବଟ ବୃକ୍ଷ ମୂଳରେ ଏହି କୋହିନୂର ହୀରା ଶ୍ରୀଜଗନ୍ନାଥଙ୍କୁ ପ୍ରଦାନ କରିବେ ବୋଲି ଉଇଲ୍‍ କରିଥିଲେ। ମାତ୍ର ଦିଲ୍ଲୀପ ସିଂଙ୍କ ମୃତ୍ୟୁ ପରେ ବ୍ରିଟିଶ ସୈନ୍ୟବାହିନୀ ପଞ୍ଚାବ (ଲାହୋର) ଟ୍ରେଜେରୀରୁ ମୂଲ୍ୟବାନ ଧନରତ୍ନ ସହିତ ଦୁର୍ଲ୍ଲଭ କୋହିନୂର ହୀରାକୁ ନେଇଯାଇଥିଲେ। ଯୁଦ୍ଧ ବିଜୟ ସନ୍ତକ ସ୍ୱରୂପ କୋହିନୂର ହୀରା ଇଂଲଣ୍ଡଙ୍କ ରାଣୀଙ୍କ ମୁକୁଟରେ ସ୍ଥାନ ପାଇଥିଲା।

ସବୁଠୁ ଆକର୍ଷଣୀୟ
ପୃଥିବୀର ସବୁଠୁ ଆକର୍ଷଣୀୟ ଓ ମୂଲ୍ୟବାନ ହେଉଛି ଏହି କୋହିନୂର ହୀରା। ଏହାର ଓଜନ ୧୦୫.୬ କ୍ୟାରେଟ୍‍ ବା ୨୧.୧୨ ଗ୍ରାମ। ଆନ୍ଧ୍ରପ୍ରଦେଶର କୋଲୁର ଖଣିରୁ ଏହି ହୀରା ମିଳିଥିଲା। ପାର୍ସି ଭାଷାରେ କୋହିନୂର ଶବ୍ଦର ଅର୍ଥ ହେଲା ରୋଶ୍‍ନୀ କୀ ପାହାଡ଼। ଇଂଲଣ୍ଡର ରାଣୀଙ୍କ ମୁକୁଟରେ ଅନ୍ୟ ହୀରା, ଲୀଳା, ମାଣିକ୍ୟ ସହ ଏହି କୋହିନୂର ହୀରା ସ୍ଥାନ ପାଇଛି। ମୁକୁଟରେ କୋହିନୂର ହୀରା ସ୍ଥାନ ପାଇଥିବାରୁ ଏହାର ମୂଲ୍ୟ ୪,୬୦୦ କୋଟି ଟଙ୍କା।

11 Sep 2022 By The Sakala

ଶ୍ରୀମନ୍ଦିରକୁ ଫେରିବ କି କୋହିନୂର ହୀରା ?

ପୁରୀ: ବ୍ରିଟେନରେ ଆରମ୍ଭ ହୋଇଛି ଚାର୍ଲସ ତୃତୀୟଙ୍କ ରାଜ। ସେ ବିଧିବଦ୍ଧ ଭାବେ ବ୍ରିଟେନର ରାଜା ଭାବେ ଦାୟିତ୍ୱ ନେଇଛନ୍ତି। ତାଙ୍କର ରାଜାଭିଷେକ ହୋଇଛି। ତେବେ ଚାର୍ଲସ ତୃତୀୟ ବ୍ରିଟେନର ନୂଆ ସମ୍ରାଟ ହେବା ପରେ ଓଡ଼ିଶାବାସୀ ବିଶେଷକରି ଶ୍ରୀମନ୍ଦିର ସେବାୟତ ଓ ଜଗନ୍ନାଥପ୍ରେମୀ ଅଧିକ ଖୁସି ହୋଇଛନ୍ତି। ଆଉ ଏହି ଖୁସି ପଛର କାରଣ ହେଉଛି ଦୁର୍ଲ୍ଲଭ କୋହିନୂର ହୀରା। ଶ୍ରୀମନ୍ଦିରକୁ ଏହି କୋହିନୂର ହୀରା ଫେରିବ ବୋଲି ସେମାନଙ୍କ ମନରେ ଆଶା ସଞ୍ଚାର ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହସ୍ତକ୍ଷେପ କରିବାକୁ ସେବାୟତମାନେ ଅନୁରୋଧ କରିଛନ୍ତି।

କୋହିନୂର ହୀରାକୁ ଶ୍ରୀମନ୍ଦିରକୁ ଫେରାଇ ଆଣିବା ଲାଗି ବିଭିନ୍ନ ସମୟରେ ଦାବି ଉଠିଛି। ହେଲେ ଏଥିରେ କୌଣସି ସଫଳତା ମିଳିନାହିଁ। ମାତ୍ର ଚାର୍ଲସ ତୃତୀୟ ବ୍ରିଟେନର ନୂଆ ସମ୍ରାଟ ହେବା ପରେ କୋହିନୂର ହୀରା କିପରି ଫେରିଆସିବ ସେ ନେଇ ସେବାୟତଙ୍କ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ଯେ ହେତୁ ୧୯୮୦ ମସିହାରେ ଚାର୍ଲସ ତୃତୀୟ ଓଡ଼ିଶା ଆସି ଏଠାକାର କଳା, ସଂସ୍କୃତି, ପରମ୍ପରା ଓ ଭାସ୍କର୍ଯ୍ୟକୁ ପ୍ରଶଂସା କରିଥିଲେ ସେହି ଦୃଷ୍ଟିରୁ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବାବେଗ ସହ ଜଡ଼ିତ କୋହିନୂର ହୀରା ପ୍ରତି ସକରାତ୍ମକ ଆଭିମୁଖ୍ୟ ରଖିବେ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି। ଏ ନେଇ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ବ୍ରିଟେନର ନୂଆ ସମ୍ରାଟଙ୍କୁ ଅବଗତ କରାଇବା ପାଇଁ ସେବାୟତ ଦାବି କରିଛନ୍ତି। କାରଣ ଏହି କୋହିନୂର ହୀରା ହେଉଛି ମହାପ୍ରଭୁଙ୍କ ପ୍ରାପ୍ୟ। ତେଣୁ ସଠିକ୍‍ ଢଙ୍ଗରେ ଚାର୍ଲସ ତୃତୀୟଙ୍କ ପାଖରେ ଏହା ଉପସ୍ଥାପନ ହେବା ଦରକାର ବୋଲି ସେମାନେ ମତ ଦେଇଛନ୍ତି।

ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ ମହାପ୍ରଭୁଙ୍କ ମୂଲ୍ୟବାନ କୋହିନୂର ହୀରା କିପରି ଫେରିବ ସେ ଦିଗରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। ଏହା କେବଳ ଓଡ଼ିଶା କିମ୍ବା ଶ୍ରୀମନ୍ଦିରର ନୁହେଁ, ଭାରତର ଇଜ୍ଜତ। ତେଣୁ ଏହାକୁ କିପରି ସସମ୍ମାନେ ଫେରାଇ ଅଣାଯିବ ସେ ଦିଗରେ ସାମୂହିକ ଉଦ୍ୟମ ହେବା ଆବଶ୍ୟକ। ବର୍ତ୍ତମାନ ବ୍ରିଟେନର ନୂଆ ରାଜା ଚାର୍ଲସ ତୃତୀୟ ଯେ ହେତୁ ଓଡ଼ିଶାକୁ ଭଲପାଆନ୍ତି, ବିଗତ ଦିଗରେ ଓଡ଼ିଶା ଆସି ପ୍ରଶଂସା କରିଛନ୍ତି ତେଣୁ ନିଶ୍ଚିତ ସହୃଦୟତାର ସହ ବିଚାର କରିବେ ବୋଲି ସେବାୟତ ଖୁଣ୍ଟିଆ କହିଛନ୍ତି।

ସୂଚନାଥାଉ କି, ବିଭିନ୍ନ ସମୟରେ କୋହିନୂର ହୀରା ଶ୍ରୀମନ୍ଦିରକୁ ଫେରାଇ ଆଣିବା ଲାଗି ଦାବି ହୋଇଛି। ମହାରାଜା ରଣ୍‍ଜିତ ସିଂଙ୍କ ଦେହାନ୍ତ ପରେ ତାଙ୍କ ପୁଅ ଦିଲ୍ଲୀପ ସିଂ ବ୍ରିଟିଶମାନଙ୍କ ସହ ଯୁଦ୍ଧ କରି ୧୯୪୯ରେ ପ୍ରାଣ ହରାଇଥିଲେ। କିନ୍ତୁ ମୃତ୍ୟୁ ପୂର୍ବରୁ ବାପାଙ୍କ ଶେଷ ଇଚ୍ଛା ପୂରଣ କରିପାରି ନ ଥିଲେ। ରାଜା ରଣ୍‍ଜିତ ସିଂଙ୍କ ଶେଷ ଇଚ୍ଛା ଥିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସେ କୋହିନୂର ହୀରା ପ୍ରଦାନ କରିବେ। କୁହାଯାଏ ମହାରାଜା ରଣଜିତ୍‍ କଳ୍ପବଟ ବୃକ୍ଷ ମୂଳରେ ଏହି କୋହିନୂର ହୀରା ଶ୍ରୀଜଗନ୍ନାଥଙ୍କୁ ପ୍ରଦାନ କରିବେ ବୋଲି ଉଇଲ୍‍ କରିଥିଲେ। ମାତ୍ର ଦିଲ୍ଲୀପ ସିଂଙ୍କ ମୃତ୍ୟୁ ପରେ ବ୍ରିଟିଶ ସୈନ୍ୟବାହିନୀ ପଞ୍ଚାବ (ଲାହୋର) ଟ୍ରେଜେରୀରୁ ମୂଲ୍ୟବାନ ଧନରତ୍ନ ସହିତ ଦୁର୍ଲ୍ଲଭ କୋହିନୂର ହୀରାକୁ ନେଇଯାଇଥିଲେ। ଯୁଦ୍ଧ ବିଜୟ ସନ୍ତକ ସ୍ୱରୂପ କୋହିନୂର ହୀରା ଇଂଲଣ୍ଡଙ୍କ ରାଣୀଙ୍କ ମୁକୁଟରେ ସ୍ଥାନ ପାଇଥିଲା।

ସବୁଠୁ ଆକର୍ଷଣୀୟ
ପୃଥିବୀର ସବୁଠୁ ଆକର୍ଷଣୀୟ ଓ ମୂଲ୍ୟବାନ ହେଉଛି ଏହି କୋହିନୂର ହୀରା। ଏହାର ଓଜନ ୧୦୫.୬ କ୍ୟାରେଟ୍‍ ବା ୨୧.୧୨ ଗ୍ରାମ। ଆନ୍ଧ୍ରପ୍ରଦେଶର କୋଲୁର ଖଣିରୁ ଏହି ହୀରା ମିଳିଥିଲା। ପାର୍ସି ଭାଷାରେ କୋହିନୂର ଶବ୍ଦର ଅର୍ଥ ହେଲା ରୋଶ୍‍ନୀ କୀ ପାହାଡ଼। ଇଂଲଣ୍ଡର ରାଣୀଙ୍କ ମୁକୁଟରେ ଅନ୍ୟ ହୀରା, ଲୀଳା, ମାଣିକ୍ୟ ସହ ଏହି କୋହିନୂର ହୀରା ସ୍ଥାନ ପାଇଛି। ମୁକୁଟରେ କୋହିନୂର ହୀରା ସ୍ଥାନ ପାଇଥିବାରୁ ଏହାର ମୂଲ୍ୟ ୪,୬୦୦ କୋଟି ଟଙ୍କା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର