ରାତି ପାହିଲେ ଦେବସ୍ନାନ ପୂର୍ଣ୍ଣିମା : ଭୋର ୫ରୁ ଆରମ୍ଭ ହେବ ପହଣ୍ଡି, ଜାଣନ୍ତୁ କେତେବେଳେ ହେବ କେଉଁ ନୀତି
ପୁରୀ : ବୁଧବାର ଦେବସ୍ନାନ ପୂର୍ଣ୍ଣିମା। ଏହି ପବିତ୍ର ତିଥିରେ ରତ୍ନବେଦୀରୁ ସ୍ନାନମଣ୍ଡପକୁ ଓହ୍ଲାଇ ଆସିବେ ବିଶ୍ୱନିୟନ୍ତା। ପ୍ରତିଦିନ ବିମ୍ବ (ଦର୍ପଣ) ସ୍ନାନ କରୁଥିବା ଦାରୁଦିଅଁ ଭକ୍ତଙ୍କ ସମ୍ମୁଖରେ କରିବେ ପ୍ରତ୍ୟକ୍ଷ ସ୍ନାନ। ପୁଣି ହାତୀ ବେଶରେ ସଜେଇ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ଏଥିପାଇଁ ସ୍ନାନବେଦୀ ପ୍ରସ୍ତୁତ ଥିବାବେଳେ ସେହି ଦିବ୍ୟ ମୂହୁର୍ତ୍ତକୁ ଅପେକ୍ଷା କରିଛନ୍ତି ଲକ୍ଷ ଲକ୍ଷ ଭକ୍ତ। ଆଉ ସ୍ନାନଯାତ୍ରା ପାଇଁ ଚଳଚଞ୍ଚଳ ହୋଇପଡିଛି ଶ୍ରୀକ୍ଷେତ୍ର ପୁରୀ। ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ […]
ପୁରୀ : ବୁଧବାର ଦେବସ୍ନାନ ପୂର୍ଣ୍ଣିମା। ଏହି ପବିତ୍ର ତିଥିରେ ରତ୍ନବେଦୀରୁ ସ୍ନାନମଣ୍ଡପକୁ ଓହ୍ଲାଇ ଆସିବେ ବିଶ୍ୱନିୟନ୍ତା। ପ୍ରତିଦିନ ବିମ୍ବ (ଦର୍ପଣ) ସ୍ନାନ କରୁଥିବା ଦାରୁଦିଅଁ ଭକ୍ତଙ୍କ ସମ୍ମୁଖରେ କରିବେ ପ୍ରତ୍ୟକ୍ଷ ସ୍ନାନ। ପୁଣି ହାତୀ ବେଶରେ ସଜେଇ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ଏଥିପାଇଁ ସ୍ନାନବେଦୀ ପ୍ରସ୍ତୁତ ଥିବାବେଳେ ସେହି ଦିବ୍ୟ ମୂହୁର୍ତ୍ତକୁ ଅପେକ୍ଷା କରିଛନ୍ତି ଲକ୍ଷ ଲକ୍ଷ ଭକ୍ତ। ଆଉ ସ୍ନାନଯାତ୍ରା ପାଇଁ ଚଳଚଞ୍ଚଳ ହୋଇପଡିଛି ଶ୍ରୀକ୍ଷେତ୍ର ପୁରୀ।
ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ମଙ୍ଗଳବାର ସେନାପଟା ଲାଗି ଶେଷ ହୋଇଛି। ରତ୍ନସିଂହାସନରେ ଚାରବାଡ଼ ବନ୍ଧା ସରିଥିବାବେଳେ ଭୋର ୫ଟାରୁ ସକାଳ ୭ଟା ମଧ୍ୟରେ ପହଣ୍ଡି ଲାଗି ନୀତି ନିର୍ଘଣ୍ଟ ହୋଇଛି। ପ୍ରଥମେ ଶ୍ରୀସୁଦର୍ଶନ, ପରେ ବଡ଼ଠାକୁର ବଳଭଦ୍ର, ମା’ ସୁଭଦ୍ରା ଓ ଶେଷରେ ସ୍ନାନବେଦୀକୁ ଆସିବେ ଜଗତରନାଥ ଶ୍ରୀଜଗନ୍ନାଥ। ସୁନା ଗୋସେଇଁ ପରିବାରର ସଦସ୍ୟମାନେ ସୁନାକୂଅରୁ ୧୦୮ ଗଡ଼ୁ ଜଳ ଆଣି ଜଳ ଗୃହରେ ରଖିବେ। ଚୁଆ, ଚନ୍ଦନ, କର୍ପୁର ଆଦି ପକାଯାଇ ଜଳକୁ ଅଧିବାସ କରାଯିବ। ଅଧିବାସ ଗୃହରୁ ଗରାବଡୁ ସେବକମାନେ ୧୦୮ ଗଡ଼ୁ ଜଳ ନେଇ ୪ଟି ପନ୍ତିରେ ସ୍ନାନବେଦୀରେ ରଖିବେ। ମଧ୍ୟାହ୍ନ ୧୨ଟା ୨୦ରୁ ସ୍ନାନବିଧି ଆରମ୍ଭ କରାଯିବ। ଜଳ ବିଜେ ଓ ପୂଜା ପରେ ଚତୁର୍ଦ୍ଧାବିଗ୍ରହଙ୍କ ସ୍ନାନ ନୀତି ସମ୍ପନ୍ନ ହେବ। ଶ୍ରୀବଳଭଦ୍ର ୩୩ ଗଡ଼ୁ, ସୁଭଦ୍ରା ୨୨ ଗଡ଼ୁ, ଶ୍ରୀଜଗନ୍ନାଥ ୩୫ ଗଡ଼ୁ ଏବଂ ସୁଦର୍ଶନ ୧୮ ଗଡ଼ୁ ଜଳରେ ସ୍ନାନ କରିବେ। ଅପରାହ୍ନ ସାଢେ ୩ଟାରେ ଛେରାପହଁରା ନୀତି ସମ୍ପନ୍ନ ହେବା ପରେ ଅପରାହ୍ନ ୪ଟା ୩୦ରେ ମହାପ୍ରଭୁଙ୍କ ଦୁର୍ଲ୍ଲଭ ହାତୀବେଶ ଅନୁଷ୍ଠିତ ହେବ। ଏହି ବେଶ ଥାଇ ଘଣ୍ଟ ଛତା ସକାଳ ଧୂପ ଭୋଗ ସରିବ।
ତିନିଠାକୁରଙ୍କ ପହଣ୍ଡି ବିଜେ ସମ୍ପନ୍ନ ହେବା ସାହାଣ ମେଲା ପୂର୍ବ ପର୍ଯ୍ୟନ୍ତ ସ୍ନାନମଣ୍ଡପ ତଳ ସମ୍ମୁଖ ଭାଗରେ ଥିବା ସ୍ଥାୟୀ ର୍ୟାମ୍ପରେ ନିରବଚ୍ଛିନ୍ନ ଭାବେ ଭକ୍ତମାନେ ଦର୍ଶନ କରିପାରିବେ। ସନ୍ଧ୍ୟା ସାଢେ ୭ରୁ ରାତି ସାଢେ ୧୦ଟା ଅର୍ଥାତ୍ ୩ ଘଣ୍ଟା ସାହାଣ ମେଲା ଦର୍ଶନ ରହିଛି। ଶ୍ରଦ୍ଧାଳୁମାନେ ସ୍ନାନମଣ୍ଡପ ଉପରକୁ ଯାଇ ଦର୍ଶନ କରିବେ କିନ୍ତୁ କେହି ଠାକୁରଙ୍କୁ ସ୍ପର୍ଶ କରିପାରିବେ ନାହିଁ। ରାତି ୧୧ଟାରେ ହାତୀବେଶ ମଇଲମ ହେବ। ଏହାପରେ ପୁଷ୍ପାଞ୍ଜଳି ଓ ଡୋର ଲାଗି ସରିବା ପରେ ମହାପ୍ରଭୁ ସ୍ନାନବେଦୀରୁ ଗୋଟି ପହଣ୍ଡିରେ ଅଣସର ପିଣ୍ଡିକୁ ବିଜେ କରିବେ। ରାତି ସାଢେ ୧୧ଟାରୁ ୨ଟା ମଧ୍ୟରେ ବାହୁଡା ପହଣ୍ଡି ଶେଷ କରାଯିବା ଲାଗି ସମୟ ନିର୍ଘଣ୍ଟ ହୋଇଛି। ଏହାପରେ ରାତି ସାଢେ ୨ଟାରେ ସୁନାଚିତା ଓ ରାହୁରେଖା ମଇଲମ ହୋଇ ତାଟି ବନ୍ଧା ଯିବ। ଆରମ୍ଭ ହେବ ଅଣସର ନୀତି। ସ୍ନାନ ପରେ ଜ୍ୱରରେ ପଡିବେ ମହାପ୍ରଭୁ। ଏହାପରେ ଉପଶମ ପାଇଁ ଚାଲିବ ଉପଚାର। ଦଇତାପତି ସେବକମାନେ ଏହି ଗୁପ୍ତ ସେବା କରିବେ। ମହାପ୍ରଭୁ ସୁସ୍ଥ ହେବା ପରେ ଜୁନ୍ ୨୭ ତାରିଖରେ ରଥରେ ବସି ଯିବେ ଜନ୍ମବେଦୀକୁ।
ଦେବସ୍ନାନ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ
- ମଙ୍ଗଳାର୍ପଣ ରାତି ୪ଟା ୩୦
- ଡୋରଲାଗି ଓ ପୁଷ୍ପାଞ୍ଜଳି ହୋଇ ପହଣ୍ଡି ଆରମ୍ଭ ଭୋର ୫ଟାରୁ ସକାଳ ୭ଟା
- ମଙ୍ଗଳ ଆଳତି ୯ଟା
- ମଇଲମ ୯ଟା ୧୫
- ତଡ଼ପଲାଗି ୯ଟା ୨୫
- ଅଧରପୋଛା ୯ଟା ୪୫
- ଅବକାଶ ପୂର୍ବାହ୍ନ ୧୦ଟା ୨୦
- ରୋଷହୋମ ୧୦ଟା ୩୦
- ସୂର୍ଯ୍ୟପୂଜା ୧୦ଟା ୫୫
- ଦ୍ୱାରପାଳ ପୂଜା ୧୧ଟା ୧୦
- ବେଶ ଶେଷ ୧୧ଟା ୨୫
- ଜଳବିଜେ, ପୂଜା ଓ ସ୍ନାନ ୧୨ଟା ୨୦ରୁ ଅପରାହ୍ନ ୧ଟା ୪୫
- ମଇଲମ, ମେକାପ ଓ ନୂଆଲୁଗା ଲାଗି ୨ଟା ୫୦
- ଛେରାପହଁରା ୩ଟା ୩୦
- ହାତୀବେଶ ୪ଟା ୩୦
- ମହନ୍ତ ଶାଢିବନ୍ଧା ୪ଟା ୩୦
- ଘଣ୍ଟଛତା, ସକାଳ ଧୂପ ୫ଟା ୪୫ରୁ ସନ୍ଧ୍ୟା ୭ଟା ୨୦
- ଦକ୍ଷିଣଘର ଭୋଗ ୬ଟା ୩୦
- ସାହାଣମେଲା ସନ୍ଧ୍ୟା ସାଢେ ୭ରୁ ରାତି ସାଢେ ୧୦ଟା
- ହାତୀବେଶ ମଇଲମ ରାତି ୧୧ଟା
- ପୁଷ୍ପାଞ୍ଜଳି ଓ ଡୋରଲାଗି ରାତି ୧୧ଟା ୧୦
- ବାହୁଡ଼ା ପହଣ୍ଡି ରାତି ସାଢେ ୧୧ରୁ ୨ଟା
- ସୁନାଚିତା ଓ ରାହୁରେଖା ମଇଲମ ୨ଟା ୩୦