ପୁଣି ଚର୍ଚ୍ଚାରେ ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡା : ବାପାଙ୍କ ସୁରକ୍ଷା ଦାବି କଲା ନାବାଳକ ପୁଅ
ପୁରୀ : ପୁଣି ଚର୍ଚ୍ଚାରେ ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡା ଓରଫ୍ କାଗଜି ପଲାଇ ଓ ଶ୍ରୀକ୍ଷେତ୍ର ପ୍ରସାଦ ସାମନ୍ତସିଂହାର ବିବାଦ। ଶିଶୁ ମଙ୍ଗଳ କମିଟି, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ବେଞ୍ଚରେ ହାଜର ହୋଇଛି ନାବାଳକ ପୁଅ। ପୁଅର ଭବିଷ୍ୟତ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଶିଶୁଯତ୍ନ ଅନୁଷ୍ଠାନରେ ତାକୁ ରଖାଯାଇଥିବା ବେଳେ ଶିଶୁ ମଙ୍ଗଳ କମିଟି କରିଛି କାଉନସେଲିଂ। ବାପାକୁ ବଞ୍ଚାଇବା ପାଇଁ ଥାନାରେ ଅଭିଯୋଗ କରିଛି ନାବାଳକ ପୁଅ। ଅନ୍ୟପକ୍ଷରେ ସୋନାଲିଙ୍କର […]
ପୁରୀ : ପୁଣି ଚର୍ଚ୍ଚାରେ ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡା ଓରଫ୍ କାଗଜି ପଲାଇ ଓ ଶ୍ରୀକ୍ଷେତ୍ର ପ୍ରସାଦ ସାମନ୍ତସିଂହାର ବିବାଦ। ଶିଶୁ ମଙ୍ଗଳ କମିଟି, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ବେଞ୍ଚରେ ହାଜର ହୋଇଛି ନାବାଳକ ପୁଅ। ପୁଅର ଭବିଷ୍ୟତ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଶିଶୁଯତ୍ନ ଅନୁଷ୍ଠାନରେ ତାକୁ ରଖାଯାଇଥିବା ବେଳେ ଶିଶୁ ମଙ୍ଗଳ କମିଟି କରିଛି କାଉନସେଲିଂ। ବାପାକୁ ବଞ୍ଚାଇବା ପାଇଁ ଥାନାରେ ଅଭିଯୋଗ କରିଛି ନାବାଳକ ପୁଅ। ଅନ୍ୟପକ୍ଷରେ ସୋନାଲିଙ୍କର ବୟାନ ରେକର୍ଡ କରିଛି ପୁରୀ ପୋଲିସ। ସେହିପରି ଉଭୟ ସୋନାଲ ଏବଂ ଶ୍ରୀକ୍ଷେତ୍ର ପ୍ରସାଦଙ୍କର ମଧ୍ୟ କାଉନସେଲିଂ କରିବ ଶିଶୁ ମଙ୍ଗଳ କମିଟି।
କିଛିମାସ ତଳେ ସୋନାଲି ଓ ଶ୍ରୀକ୍ଷେତ୍ର ପ୍ରସାଦଙ୍କ ମଧ୍ୟରେ ଉପୁଜିଥିଲା। ଏହି ବିବାଦ ଏବେ ପୁଣି କଡ଼ ଲେଉଟାଇଛି। ବାପାକୁ ଷଡ଼ଯନ୍ତ୍ରରୁ ବଞ୍ଚାଇବା ପାଇଁ କୃଷ୍ଣପ୍ରସାଦ ଥାନାରେ ଅଭିଯୋଗ କରିଛି ୧୨ ବର୍ଷୀୟ ନାବାଳକ ପୁଅ। ନିଜ ପରିଚୟ ପାଇଁ ଶିଶୁ ଅଧିକାରୀଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିବା ସହ ବାପା ଗିରଫ ହେଲେ ଇଛା ମୃତ୍ୟୁ ଆବେଦନ କରିବି ବୋଲି ଅଭିଯୋଗରେ ଦର୍ଶାଇଛି। ଅନ୍ୟପକ୍ଷରେ ନାବାଳକ ଜଣଙ୍କ ନିଜ ମାତୃତ୍ୱର ପରିଚୟ ପାଉନି। ବାପାଙ୍କ ପାଖେ ଥିବା ଆଲବମ୍ ଫଟୋରୁ ସେ ଯାହା ମାଆକୁ ଜାଣିଛି। ହେଲେ ମାଆ ଷଡ଼ଯନ୍ତ୍ର କରୁଥିବା ପୁଅ ଅଭିଯୋଗ କରିଥିବା ବେଳେ ବାପାଙ୍କ ସୁରକ୍ଷା ଦାବି କରିଛି।
ଅନ୍ୟପକ୍ଷରେ ସୋନାଲିଙ୍କ ଅଭିଯୋଗ ଆଧାରରେ ଯାଜପୁର ବାଲିଚନ୍ଦ୍ରପୁର ଥାନାରେ ଚଳିତ ମାସ ୩ ତାରିଖରେ ଏଫ୍ଆଇଆର୍ ହୋଇଥିଲା। ସୋନାଲିଙ୍କ ପୈତୃକ ଗାଁ କୃଷ୍ଣପ୍ରସାଦ ହୋଇଥିବାରୁ ମାମଲାକୁ ପୁରୀ ପୋଲିସକୁ ହସ୍ତାନ୍ତର କରାଯାଇଛି। ସେଥିରେ ସୋନାଲି ଶ୍ରୀକ୍ଷେତ୍ର ସାମନ୍ତ ସିଂହାର ନାଁରେ ଅପହରଣ, ଜୋର ଜବରଦସ୍ତ ବିବାହ ଭଳି ଅଭିଯୋଗ ଆଣିଛନ୍ତି। ସେହି ଆଧାରରେ ଗୁରୁବାର ପୁରୀ ପୋଲିସ ୧୬୧, ୧୬୪ରେ ସୋନାଲିଙ୍କ ବୟାନ ରେକର୍ଡ କରିଛି। ଖୁବ୍ଶୀଘ୍ର ଶ୍ରୀକ୍ଷେତ୍ର ସାମନ୍ତସିଂହାରକୁ ଆଣି ଜେରା କରାଯିବ। କେବେ ବିବାହ ହୋଇଥିଲା, ସୋନାଲି କେଉଁ ସ୍କୁଲରେ ପାଠ ପଢ଼ୁଥିଲେ, ଜନ୍ମ ପ୍ରମାଣପତ୍ର, ପୁଅର ସ୍କୁଲ ଆଦିର ପ୍ରାମାଣିକ ତଥ୍ୟ ବିଷୟରେ ଜେରା କରିବ ପୋଲିସ। ଏଥିସହିତ ଶିଶୁ ମଙ୍ଗଳ କମିଟି କାଉନ୍ସେଲିଂ କରିବ।
ଅନ୍ୟପଟେ ବାପା ମାଆଙ୍କ ମଧ୍ୟରେ ବିବାଦ ଯୋଗୁ ପିଲାର ଭବିଷ୍ୟତ ବାଧାପ୍ରାପ୍ତ ହେବା ଆଶଙ୍କା କରିଛି ପୁଲିସ। ନାବାଳକ ପୁଅର ଅଭିଯୋଗ ଆଧାରରେ ଗୁରୁବାର ରାତିରୁ ତାକୁ କୃଷ୍ଣପ୍ରସାଦ ଥାନା ଆଣି ପୁରୀ ଶିଶୁଯତ୍ନ ଅନୁଷ୍ଠାନରେ ରଖିଥିଲା। ଶୁକ୍ରବାର ତାକୁ ଶିଶୁ ମଙ୍ଗଳ କମିଟିରେ ହାଜର କରାଇଛି। ଶିଶୁ ମଙ୍ଗଳ କମିଟି ସଦସ୍ୟ ତାକୁ କାଉନସେଲିଂ କରିଛନ୍ତି। ବାପା ମାଆକୁ କାଉନସେଲିଂ ପାଇଁ ପୋଲିସକୁ ଚିଠି ଯିବ। ପିଲାର ଭବିଷ୍ୟତ ପାଇଁ ମାମଲାକୁ ଫ୍ୟାମିଲି କୋର୍ଟକୁ ପଠାଯିବ। ପିଲାର ଉଜ୍ଜଳ ଭବିଷ୍ୟତ ପାଇଁ ଉତ୍ତମ ବାତାବରଣ ଶିଶୁ ମଙ୍ଗଳ କମିଟି ସ୍ଥିର କରିବ ବୋଲି କହିଛନ୍ତି ଶିଶୁ ମଙ୍ଗଳ କମିଟି ସଦସ୍ୟ ହିମାଂଶୁ ଦେବଯାନୀ।






