ରଥଯାତ୍ରା ପାଇଁ ଚିନ୍ତା ବଢ଼ିଲା : ପୁରୀରେ ପଶିଲା କରୋନା
ପୁରୀ : ରାଜ୍ୟରେ କାୟା ମେଲାଉଛି କରୋନା। ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଡେଉଁଛି କୋଭିଡ୍ ଭୂତାଣୁ। ଦୀର୍ଘ ଦୁଇରୁ ଅଢେ଼ଇ ବର୍ଷ ପରେ ପୁରୀ ଜିଲ୍ଲାରେ ପ୍ରବେଶ କରିଛି କରୋନା। ଆଜି ସ୍ନାନଯାତ୍ରା ପାଇଁ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି। ତେବେ ଏହାର ଅବ୍ୟବହିତ ପୂର୍ବରୁ ଗତକାଲି ଜିଲ୍ଲାରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। କାରଣ ଆଗକୁ ରଥଯାତ୍ରା, ବାହୁଡ଼ା, ସୁନାବେଶ ଭଳି […]
ପୁରୀ : ରାଜ୍ୟରେ କାୟା ମେଲାଉଛି କରୋନା। ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଡେଉଁଛି କୋଭିଡ୍ ଭୂତାଣୁ। ଦୀର୍ଘ ଦୁଇରୁ ଅଢେ଼ଇ ବର୍ଷ ପରେ ପୁରୀ ଜିଲ୍ଲାରେ ପ୍ରବେଶ କରିଛି କରୋନା। ଆଜି ସ୍ନାନଯାତ୍ରା ପାଇଁ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି। ତେବେ ଏହାର ଅବ୍ୟବହିତ ପୂର୍ବରୁ ଗତକାଲି ଜିଲ୍ଲାରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। କାରଣ ଆଗକୁ ରଥଯାତ୍ରା, ବାହୁଡ଼ା, ସୁନାବେଶ ଭଳି ପର୍ବପର୍ବାଣି ରହିଛି। ରଥଯାତ୍ରାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ହେବ। ଦେଶ ବିଦେଶରୁ ଭକ୍ତ ସାମିଲ ହେବେ। ହେଲେ ପୁରୀ ଜିଲ୍ଲା ସମେତ ପଡେ଼ାଶୀ ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଏହା ଏବେ ଚିନ୍ତାର ବିଷୟ ହୋଇଛି।
କରୋନା ପାଇଁ ୨୦୨୦ ଓ ୨୦୨୧ ରଥଯାତ୍ରା କାଣ୍ଟଛାଣ୍ଟ ହୋଇଥିଲା। ୨୦୨୦ ମସିହାର ରଥଯାତ୍ରା ଇତିହାସ ରଚିଥିଲା। କରୋନାର ଭୟାବହତା ଭିତରେ ରଥଯାତ୍ରା ହେବ କି ନାହିଁ ସେ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରିକି ଆଇନଗତ ଲଢେ଼ଇ ବି ଚାଲିଥିଲା। ଶେଷ ମୁହୂର୍ତ୍ତରେ କେବଳ ପୁରୀ ରଥଯାତ୍ରାକୁ ସର୍ତ୍ତମୂଳକ ଅନୁମତି ଦେଇଥିଲେ ସୁପ୍ରିମ୍କୋର୍ଟ। ବିନା ଭକ୍ତରେ ଏବଂ ସମସ୍ତଙ୍କ ସହଯୋଗରେ ବଡ଼ଦାଣ୍ଡରେ ଗଡ଼ିଥିଲା ତିନିରଥ। ଡହଡହ ଖରାରେ ସେବାୟତମାନେ ଖାଲି ପାଦରେ ରଥ ଟାଣିଥିଲେ। ୨୦୨୧ରେ ମଧ୍ୟ ବିନା ଭକ୍ତରେ ବଡ଼ଦାଣ୍ଡରେ ଗଡ଼ିଥିଲା ତିନିରଥ। କେବଳ ସେବାୟତମାନେ ହିଁ ରଥ ଟାଣିଥିଲେ। ଏହାପରେ ୩ ବର୍ଷ ସ୍ୱାଭାବିକ ରଥଯାତ୍ରା ଅନୁଷ୍ଠିତ ହୋଇଥିଲାବେଳେ ଏବେ ପୁଣି ଡରାଇଲାଣି କରୋନା। ସୂଚନାଥାଉ କି, ସୋମବାର ଅନୁଷ୍ଠିତ ରଥଯାତ୍ରା ସମନ୍ୱୟ କମିଟି ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଥିଲେ ଯେଉଁମାନଙ୍କର କୋଭିଡ୍ ଲକ୍ଷଣ ରହୁଛି ସେମାନେ ରଥଯାତ୍ରାକୁ ନ ଆସନ୍ତୁ।






