ନିଷିଦ୍ଧ ହେଉ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧୀ ଶୋଭାଯାତ୍ରା-ଆନ୍ଦୋଳନ : ସେବାୟତ ଓ ଅନେକ ସଙ୍ଗଠନ ପକ୍ଷରୁ ଜିଲ୍ଲାପାଳଙ୍କୁ ଦିଆଗଲା ସ୍ମାରକ ପତ୍ର

The Sakala Picture
Published On

ପୁରୀ : କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଆସ୍ଥା ଓ ବିଶ୍ୱାସର କେନ୍ଦ୍ର ଶ୍ରୀମନ୍ଦିର। ଏହି ପବିତ୍ର ପୀଠର ଚତୁଃପାର୍ଶ୍ବକୁ ଦିଆଯାଉଛି ନୂଆରୂପ। ମେଘନାଦ ପାଚେରୀ ପାର୍ଶ୍ବର ୭୫ ମିଟର ପରିଧି ମଧ୍ୟରେ ପରିକ୍ରମା ପ୍ରକଳ୍ପ କାମ ଚାଲିଛି। ବଡ଼ଦେଉଳର ସୁରକ୍ଷା ଏବଂ ଦର୍ଶନାର୍ଥୀଙ୍କ ସୁବିଧାକୁ ଏଥିରେ ପ୍ରାଥମିକତା ଦିଆଯାଇଛି। ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଆଧାର କରି ପ୍ରକଳ୍ପ କାମ ଚାଲିଥିବା ବେଳେ ଅନେକ ଏହାକୁ ନେଇ ଅଯଥାରେ ବିବାଦ ଛିଡା କରାଉଛନ୍ତି। ବ୍ୟକ୍ତିଗତ ସ୍ୱାର୍ଥ ପାଇଁ […]

ପୁରୀ : କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଆସ୍ଥା ଓ ବିଶ୍ୱାସର କେନ୍ଦ୍ର ଶ୍ରୀମନ୍ଦିର। ଏହି ପବିତ୍ର ପୀଠର ଚତୁଃପାର୍ଶ୍ବକୁ ଦିଆଯାଉଛି ନୂଆରୂପ। ମେଘନାଦ ପାଚେରୀ ପାର୍ଶ୍ବର ୭୫ ମିଟର ପରିଧି ମଧ୍ୟରେ ପରିକ୍ରମା ପ୍ରକଳ୍ପ କାମ ଚାଲିଛି। ବଡ଼ଦେଉଳର ସୁରକ୍ଷା ଏବଂ ଦର୍ଶନାର୍ଥୀଙ୍କ ସୁବିଧାକୁ ଏଥିରେ ପ୍ରାଥମିକତା ଦିଆଯାଇଛି। ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଆଧାର କରି ପ୍ରକଳ୍ପ କାମ ଚାଲିଥିବା ବେଳେ ଅନେକ ଏହାକୁ ନେଇ ଅଯଥାରେ ବିବାଦ ଛିଡା କରାଉଛନ୍ତି। ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ମହାପ୍ରଭୁଙ୍କୁ ନେଇ ରାଜନୀତି କରୁଛନ୍ତି। ତେଣୁ ପ୍ରକଳ୍ପ କାମ ଶୀଘ୍ର ଶେଷ କରିବା ସହିତ ପ୍ରକଳ୍ପ ବିରୋଧରେ ହେବାକୁ ଥିବା ରାଲି ବନ୍ଦ କରିବା ପାଇଁ ରବିବାର ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ଶ୍ରୀମନ୍ଦିର ସେବାୟତ ପ୍ରତିନିଧି। ଯଦି ବଡ଼ଦାଣ୍ଡରେ ପ୍ରକଳ୍ପ ବିରୋଧରେ ରାଲି କରାଯାଏ ତେବେ ସେମାନେ ତୀବ୍ର ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ସେହିପରି ମହାପ୍ରଭୁଙ୍କୁ ନେଇ ରାଜନୀତି ନ କରିବାକୁ ମଧ୍ୟ ବିରୋଧୀମାନଙ୍କୁ ଚେତାବନୀ ଦେଇଛନ୍ତି ସେବାୟତ।

ଆହୁରି ପଢ଼ନ୍ତୁ: ଦିନ ୧୧ଟାରୁ ୩ଟା ଭିତରେ ହେବନି ଜନ ଗଣନା, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜସ୍ୱ ବିଭାଗର ନିଷ୍ପତ୍ତି

ଶ୍ରୀକ୍ଷେତ୍ରର ଶ୍ରୀ ବୃଦ୍ଧି ସହ ଶ୍ରୀମନ୍ଦିର ଚତୁଃପାର୍ଶ୍ବର ସୌନ୍ଦର୍ଯ୍ୟକରଣ ଏବଂ ଶ୍ରଦ୍ଧାଳୁମାନଙ୍କୁ ସର୍ବନିମ୍ନ ସୁବିଧା ଯୋଗାଇ ଦେବା ନିମନ୍ତେ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି କାର୍ଯ୍ୟ। ଏଥିପାଇଁ ରାଜ୍ୟ ସରକାର ବିପୁଳ ଅର୍ଥରାଶି ଯୋଗାଇ ଦେଇଛନ୍ତି। କେବଳ ଶ୍ରୀମନ୍ଦିର ବିକାଶ ନିମନ୍ତେ ପ୍ରାୟ ୮୦୦ କୋଟି ଟଙ୍କା ବ୍ୟୟ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରତିବର୍ଷ ପୁରୀକୁ ସାରା ବିଶ୍ୱରୁ କୋଟିକୋଟି ଭକ୍ତ ଓ ଶ୍ରଦ୍ଧାଳୁ ଆସୁଛନ୍ତି। ସେମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇଦେବା ଏବଂ ପର୍ଯ୍ୟଟନ କ୍ଷେତ୍ରରେ ରାଜ୍ୟକୁ ବିଶ୍ୱରେ ଶୀର୍ଷ ସ୍ଥାନରେ ପହଞ୍ଚାଇବାକୁ ଯୋଜନା କରାଯାଇଛି। ମାତ୍ର ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ବିଧିବ୍ୟବସ୍ଥା ମଧ୍ୟରେ କରାଯାଉଥିବା କାର୍ଯ୍ୟକୁ କିଛି ନିର୍ଦ୍ଦିଷ୍ଟ ବର୍ଗର ଲୋକମାନେ ବିରୋଧ କରୁଛନ୍ତି। ଶ୍ରୀକ୍ଷେତ୍ରର ସୌନ୍ଦର୍ଯ୍ୟ ବୃଦ୍ଧି ସେମାନଙ୍କ ପାଇଁ ଅସହ୍ୟ ହୋଇଛି। ଏହାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ଏପରିକି ପୁରୀର ସେବାୟତମାନେ ଏହାକୁ ନେଇ ରାସ୍ତାକୁ ଓହ୍ଲାଇଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ତୁରନ୍ତ ଶେଷ କରିବା ନିମନ୍ତେ ସେବାୟତମାନେ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି।

ଆହୁରି ପଢ଼ନ୍ତୁ: ନିର୍ବନ୍ଧ ପରେ ଯୁବତୀଙ୍କୁ ହତ୍ୟା ଘଟଣା: ଜାମସେଦପୁରରୁ ଅଭିଯୁକ୍ତ ପ୍ରେମିକକୁ ଗିରଫ କଲା ପୋଲିସ

ସେବାୟତ ପ୍ରତିନିଧିମାନେ ଦର୍ଶାଇଛନ୍ତି ଯେ, ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଯେଉଁ ଐତିହ୍ୟ କରିଡର କାମ ଚାଲିଛି ତାହାକୁ ଅତିଶୀଘ୍ର ଶେଷ କରି ବିଶ୍ୱ ଦରବାରରେ ଶ୍ରୀଜଗନ୍ନାଥ ଧାମର ମହିମା ବୃଦ୍ଧି କରାଯାଉ। ବିଶ୍ୱର ପ୍ରତ୍ୟେକ ଭକ୍ତଙ୍କ ହିତ ଦୃଷ୍ଟିରୁ ଏହି ପ୍ରକଳ୍ପ କରାଯାଉଛି। ପୁରୀ ସହରର ସମସ୍ତ ଜନସାଧାରଣ ଏହି କାମରେ ପ୍ରଶାସନକୁ ସହଯୋଗ କରିଆସୁଛନ୍ତି। ପୂର୍ବରୁ ସମସ୍ତ ସେବାୟତଙ୍କୁ ନେଇ ପରିକ୍ରମା ମାର୍ଗର ରୂପରେଖ କ’ଣ ରହିବ ତାହା ଚିତ୍ର ମାଧ୍ୟମରେ ଉପସ୍ଥାପନ କରାଯାଇଛି। ଏଭଳି ପ୍ରକଳ୍ପର ଯଥେଷ୍ଟ ଗୁରୁତ୍ୱ ରହିଥିବା ଆମେ ଉପଲବ୍ଧି କରୁଛୁ। ଏଥିପାଇଁ ସମସ୍ତ ସେବାୟତ ଏବଂ ମନ୍ଦିର ଚତୁଃପାର୍ଶ୍ବ ସାତସାହିର ଜନସାଧାରଣ ଅକୁଣ୍ଠ ସହଯୋଗ କରିଆସୁଛନ୍ତି; କିନ୍ତୁ ପରିତାପର ବିଷୟ ବର୍ତ୍ତମାନ କିଛି ନିର୍ଦ୍ଦିଷ୍ଟ ରାଜନେତା ପୁରୀ ଜିଲ୍ଲା ପ୍ରଶାସନ ଏବଂ ଶ୍ରୀମନ୍ଦିର ପ୍ରଶାସନର ଏହି କାମକୁ ନେଇ ଶସ୍ତା ରାଜନୀତି କରୁଛନ୍ତି।

ଆହୁରି ପଢ଼ନ୍ତୁ: ଓସମା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ: ଲୋୟର ପିଏମଜିରେ ଗର୍ଜିଲେ ଶତାଧିକ କର୍ମଚାରୀ

ନିଜର ଫାଇଦା ହାସଲ ପାଇଁ ୨୭ ତାରିଖରେ ଯେଉଁ ରାଲି ଓ ଜନ ଆନ୍ଦୋଳନ କରିବା ଲାଗି ମସୁଧା ଚଳାଇଛନ୍ତି ତାକୁ ଜିଲ୍ଲା ପ୍ରଶାସନ ତରଫରୁ ବନ୍ଦ କରାଯାଉ। କାରଣ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଏବଂ ବଡ଼ଦାଣ୍ଡରେ କୌଣସି ବିକ୍ଷୋଭ କରାଯାଇପାରିବ ନାହିଁ ବୋଲି ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ଏଭଳି ପଦଯାତ୍ରା ହେଲେ ପ୍ରତି ଏହାକୁ ସେବାୟତମାନେ ତୀବ୍ର ବିରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି।ତେଣୁ ଏ ଦିଗରେ ବିହୀତ ପଦକ୍ଷେପ ନେବା ଲାଗି ସେବାୟତ ପ୍ରତିନିଧି ତଳୁଚ୍ଛ ନୀଳକଣ୍ଠ ମହାପାତ୍ର, ରଜତ କୁମାର ପ୍ରତିହାରୀ, ରାମକୃଷ୍ଣ ଦାସମହାପାତ୍ର, ରାମଚନ୍ଦ୍ର ଦାସମହାପାତ୍ର, ଜଗନ୍ନାଥ କର, ମାଧବଚନ୍ଦ୍ର ପୂଜାପଣ୍ଡା ସାମନ୍ତ, ଦୁର୍ଗାପ୍ରସାଦ ଦାସମହାପାତ୍ର, ମାଧବ ଚନ୍ଦ୍ର ମହାପାତ୍ର, ଅନନ୍ତ ତିଆଡ଼ି, ବିନାୟକ ଦାସମହାପାତ୍ର, ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ, ଗୌରହରି ପ୍ରଧାନ, ଅମିତ୍‍ ଦାସମହାପାତ୍ର ପ୍ରମୁଖ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି।

ସେହିପରି ରାଜନୈତିକ ଉଦ୍ଦେଶ୍ୟ ରଖି ଏହି ପଦଯାତ୍ରା କରାଯାଉଥିବା ଦର୍ଶାଇ ଆଜି ଅନେକ ସଙ୍ଗଠନ, ବୁଦ୍ଧିଜୀବୀ ଓ ଜଗନ୍ନାଥ ପ୍ରେମୀ ବିରୋଧ କରିଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ସମର୍ଥନ କରି ଅନେକ ବୁଦ୍ଧିଜୀବୀ ଓ ସାମାଜିକ ଅନୁଷ୍ଠାନ ପକ୍ଷରୁ ଆଜି ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ବିଶେଷକରି ଭଏସ ଅଫ କମନମ୍ୟାନ, ଭୂସମ୍ପତ୍ତି ସୁରକ୍ଷା ପରିଷଦ, ଶ୍ରୀକ୍ଷେତ୍ର ଆଠସାହି ଆଖଡା, ପୂଜ୍ୟପୂଜା ସଂସଦ, ଆଖଣ୍ଡଳମଣି ପରିଚାଳନା କମିଟି, ପୁରୀ ରୋଗୀ ସୁରକ୍ଷା ମଞ୍ଚ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।

ଏପରିକି ପୂଜ୍ୟପୂଜା ସଂସଦର ରାଜ୍ୟ ସଭାପତି ତଥା ବିଜେପିର ବରିଷ୍ଠ ନେତା କୃଷ୍ଣଚନ୍ଦ୍ର ଜଗଦେବ ମଧ୍ୟ ସ୍ମାରକ ପତ୍ର ପ୍ରଦାନ କରି ପ୍ରକଳ୍ପ ସାକାର ହେଉ ବୋଲି ଦର୍ଶାଇଛନ୍ତି।ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସୁରକ୍ଷା ମଞ୍ଚ ପକ୍ଷରୁ ମଧ୍ୟ ୨୭ ତାରିଖରେ ହେବାକୁ ଥିବା ପଦଯାତ୍ରାକୁ ବିରୋଧ କରାଯିବା ସହ ସପକ୍ଷବାଦୀଙ୍କୁ ଏପରି ହୀନ କାର୍ୟ୍ୟରୁ ବିରତ ରହିବାକୁ ନିବେଦନ କରିଥିଲେ। ଗଜପତି ମହାରାଜାଙ୍କୁ ମଧ୍ୟ ଶ୍ରୀମନ୍ଦିର ସେବାୟତ ମାନଙ୍କ ପକ୍ଷରୁ ପ୍ରକଳ୍ପ ଶୀଘ୍ର ଶେଷ କରିବା ନେଇ ଦାବିପତ୍ର ପ୍ରଦାନ କରାଯାଇଛି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଓ ବିଧାନସଭାରେ ପ୍ରକଳ୍ପ ପାରିତ ହୋଇଥିବା ବେଳେ ଅଯଥା ବିରୋଧ ଭିତ୍ତିହୀନ ଓ ରାଜନୀତିକରଣ କରାଯାଉଥିବା ସନ୍ଦେହ କରାଯାଉଛି।

25 Apr 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର