ହାତ ଯୋଡି କ୍ଷମା ମାଗିଲେ, ଚଳିତ ବର୍ଷ ଯାତ୍ରା ପେଣ୍ଡାଲ ଚଢିବାକୁ ମନା କଲେ ପୀୟୂଷ

The Sakala Picture
Published On

ଭୁବନେଶ୍ବର: ଗତ କିଛିଦିନ ହେଲା ଘନେଇବାରେ ଲାଗିଛି ଯାତ୍ରା ମାଲିକ ଓ କଳାକାରଙ୍କ ମଧ୍ୟରେ ବିବାଦ। ଦାଣ୍ଡରେ ପଡି ହାଟରେ ଗଡୁଛି ଯାତ୍ରା ଜଗତର କଳି। ଚଳିତ ଯାତ୍ରା ସିଜିନରେ ଏହି କଳହ ଚରମ ସୀମାରେ ପହଂଚିବା ପରେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ଶିରୋନାମା ପାଲଟିଛି। ଯାତ୍ରା ଜଗତର ଯାତେରା ଦେଖିବାକୁ ବେଶ ପସନ୍ଦ କରୁଛନ୍ତି ସୋସିଆଲ ମିଡିଆ ୟୁଜର୍ସ। କିଛିଦିନର ବିରତୀ ପରେ ଆଜି ପୁଣି ଚର୍ଚ୍ଚାତୁ ଆସିଛନ୍ତି ଜଲିଉଡର ହାଇପେଡ୍‌ ଆକ୍ଟର ପିୟୂଷ ତ୍ରିପାଠୀ। […]

ଭୁବନେଶ୍ବର: ଗତ କିଛିଦିନ ହେଲା ଘନେଇବାରେ ଲାଗିଛି ଯାତ୍ରା ମାଲିକ ଓ କଳାକାରଙ୍କ ମଧ୍ୟରେ ବିବାଦ। ଦାଣ୍ଡରେ ପଡି ହାଟରେ ଗଡୁଛି ଯାତ୍ରା ଜଗତର କଳି। ଚଳିତ ଯାତ୍ରା ସିଜିନରେ ଏହି କଳହ ଚରମ ସୀମାରେ ପହଂଚିବା ପରେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ଶିରୋନାମା ପାଲଟିଛି। ଯାତ୍ରା ଜଗତର ଯାତେରା ଦେଖିବାକୁ ବେଶ ପସନ୍ଦ କରୁଛନ୍ତି ସୋସିଆଲ ମିଡିଆ ୟୁଜର୍ସ। କିଛିଦିନର ବିରତୀ ପରେ ଆଜି ପୁଣି ଚର୍ଚ୍ଚାତୁ ଆସିଛନ୍ତି ଜଲିଉଡର ହାଇପେଡ୍‌ ଆକ୍ଟର ପିୟୂଷ ତ୍ରିପାଠୀ। ଆଜି ଭୁବନେଶ୍ୱରର ଏକ ହୋଟେଲରେ ଯାତ୍ରା ପାର୍ଟି ମାଲିକଙ୍କର ବୈଠକ ଚାଲିଥିବା ବେଳେ ସଥେିରେ ସାମିଲ ହୋଇଥିଲେ ପୀୟୂଷ। ବିବାଦରେ ପୂର୍ଣ୍ଣଚ୍ଛେଦ ଟାଣି ଦୁଇ ଯାତ୍ରା ପାର୍ଟି ମାଲିକଙ୍କୁ ସେମାନେ ଦେଇଥିବା ଅଗ୍ରୀମ ଟଙ୍କାକୁ ଫେରାଇଛନ୍ତି ପୀୟୂଷ ତ୍ରୀପାଠି। ସବୁଠାରୁ ବଡ କଥା ହେଉଛି ଚଳିତ ସିଜିନରେ ଯାତ୍ରା ପେଣ୍ଡାଲ ଛଡିବାକୁ ପୀୟୂଷ ମନା କରିଦେଇଛନ୍ତି। ସ୍ୱାସ୍ଥ୍ୟଗତ ଏବଂ ପାରିବାରିକ ସମସ୍ୟା ଦର୍ଶାଇ ଚଳିତ ବର୍ଷ ଯାତ୍ରା କରିବାକୁ ମନା କରିଛନ୍ତି ଜଲିଉଡର ଏହି ହାଇପେଡ୍‌ ଆକ୍ଟର। ତେବେ ଗଣମାଧ୍ୟମରେ ପୀୟୂଷଙ୍କ ଏହି ବୟାନ ତାଙ୍କ ଫ୍ୟାନ୍ସଙ୍କ ମନରେ ନିରାଶା ଭରିଦେଇଛି।

ଆହୁରି ପଢ଼ନ୍ତୁ: ଆଜି ରାତି ୧୧ରୁ ଭୋର୍ ୪ଟା ଭିତରେ ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା 'ମୁରାସୁ'

ଆହୁରି ପଢ଼ନ୍ତୁ: ଅସହ୍ୟ ହେଲା ମାଆର ନିର୍ଯାତନା; ଚାଉଳ ପୋକମରା ଔଷଧ ଖାଇ ଜୀବନ ହାରିଲା ଝିଅ

ଦୁଇ ଯାତ୍ରା ପାର୍ଟି ସିଂହବାହିନୀ ଏବଂ ଅପେରା ସୂର୍ଯ୍ୟ ମନ୍ଦିର ମାଲିକଙ୍କ ଠାରୁ ନେଇଥିବା ଅଗ୍ରିମ ଟଙ୍କା ଫେରାଇଥିବା ପୀୟୂଷ କହିଛନ୍ତି। ତେବେ ଯାତ୍ରା ମାଲିକଙ୍କ ଠାରୁ ମିଳିଥିବା ଫରଚ୍ୟୁନର କାରକୁ ଫେରାଇ ନାହାନ୍ତି। ଗାଡି ମୋ ପାଖରେ ରହିବ ଏବଂ ଏହାର ଇଏମଆଇ ମୁଁ ଦେବି ବୋଲି ପୀୟୂଷ କହିଛନ୍ତି। ସେପଟେ ବିବାଦ ଭିତରେ ପ୍ରତିକ୍ରିୟା ରଖିଛନ୍ତି ଯାତ୍ରା ମାଲିକ। ମାଲିକମାନଙ୍କୁ ଅସମ୍ମାନ କଲେ କଳାକାରଙ୍କୁ ଯାତ୍ରା ଅନୁଷ୍ଠାନରେ ଯାଗା ନାହିଁ ବୋଲି ରୋକଠୋକ ଶୁଣାଇଛନ୍ତି। ଆସନ୍ତା ବର୍ଷ ଯାତ୍ରାରେ ସଂସ୍କାର ଆଣାଯିବ ବୋଲି କହିଛନ୍ତି ଯାତ୍ରା ମାଲିକ।
କିଛିଦିନ ତଳେ ବିବାଦକୁ ନେଇ ହାସ୍ୟ ଅଭିନେତା ନରିପଣ୍ଡାଙ୍କୁ ଯାତ୍ରା ମାଲିକ ସଂଘ ତରଫରୁ ବ୍ୟାନ୍‌ କରାଯାଇଛି । ତେବେ ଆଜିର ଆପୋଷ ସମାଧାନ ପରେ ଯାତ୍ରା ଜଗତର ଚର୍ଚ୍ଚିତ କଳାକାର ପିୟୂଷ ତ୍ରିପାଠୀଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦରେ ଯବନିକା ପଡିବ ନା ଏହି ବିବାଦ ଆଉ କେଉଁ ମୋଡ ନେବ ତାହା ଦେଖିବାକୁ ବାକି ରହିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର