ରାଜଧାନୀର ୨୧ ରାସ୍ତାରେ ପାର୍କିଂ କଟକଣା: ନ ମାନିଲେ ଗାଡ଼ି ଉଠାଇନେବ ପୁଲିସ, ଜାଣନ୍ତୁ କେଉଁ କେଉଁ ରାସ୍ତାରେ ଯାନବାହନ ପାର୍କିଂ ନିଷେଧ

ଭରିବେ ଜରିମାନା ସହ କ୍ରେନ୍‌‌ ଚାର୍ଜ

Deviprasad Mohanty Picture
Published On

ଭୁବନେଶ୍ୱର: ରାଜଧାନୀରେ ଟ୍ରାଫିକ ସମସ୍ୟା ଯେତିକି ଜଟିଳ ହେଉଥିବା ବେଳେ ବେଆଇନ ପାର୍କିଂ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଟ୍ରାଫିକ ପୁଲିସ ପକ୍ଷରୁ ଧରପଗଡ଼ କରାଯାଉଥିଲେ ମଧ୍ୟ ଚେତୁନାହାନ୍ତି ଅମାନିଆ। ଯୋଉଠି ପାରୁଛନ୍ତି ସେଇଠି ଗାଡ଼ି ପାର୍କିଂ କରୁଛନ୍ତି। ବେଆଇନ୍‌‌ ପାର୍କିଂ ଯୋଗୁଁଁ ରାସ୍ତା ସଙ୍କୁଚିତ ହେବା ସହିତ ଦୁର୍ଘଟଣା ଘଟୁଛି। କାହାରି ଜୀବନ ଯାଉଛି ତ ଆଉ କେହି ସାରା ଜୀବନ ପଙ୍ଗୁ ହୋଇଯାଉଛି। ତେବେ ଏହି ବେଆଇନ ପାର୍କିଂରେ ରୋକ୍‌‌ ଲଗାଇବାକୁ ପଦକ୍ଷେପ ନେଇଛି କମିସନରେଟ ପୁଲିସ। ଓଡ଼ିଶା ଅର୍ବାନ୍‌‌ ପୁଲିସ ଆକ୍ଟ ୨୮ ଓ ୨୯ ଅନୁଯାୟୀ ରାଜଧାନୀର ୨୧ଟି ପ୍ରମୁଖ ରାସ୍ତାରେ ବେଆଇନ୍‌‌ ପାର୍କିଂକୁ ନିଷିଦ୍ଧ ଘୋଷଣା କରାଯାଇଛି। ବ୍ୟବସାୟ କେନ୍ଦ୍ର, ଶିକ୍ଷାନୁଷ୍ଠାନ, ହସ୍ପିଟାଲ ଓ ଯାନବାହାନ ଯାତାୟାତ ବୃଦ୍ଧି ସହିତ ସୁନିୟନ୍ତ୍ରିତ ଟ୍ରାଫିକ ପରିଚାଳନା ଏବଂ ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ କମିସନର ଡଃ ସୁରେଶ ଦେବଦତ୍ତ ସିଂ ଆଜି ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ନିୟମ ନ ମାନିଲେ ଗାଡ଼ି ଗୁଡ଼ିକ କ୍‌‌ରେନ ଦ୍ୱାରା ଉଠାଇ ନିଆଯିବ ବୋଲି ଚେତାବନୀ ଦେଇଛି ପୁଲିସ। ଗାଡ଼ି ମୁକୁଳାଇବାକୁ ଜରିମାନା ସହ କ୍‌‌ରେନ୍‌‌ ବାବଦ ଖର୍ଚ୍ଚ ଦେବାକୁ ପଡ଼ିବ ବୋଲି ପୁଲିସ କହିଛି। 

ଆହୁରି ପଢ଼ନ୍ତୁ: ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଜିଲ୍ଲା ଦାୟିତ୍ୱ ପ୍ରସଙ୍ଗ: ବିଜେଡି କହିଲା, 'ପୋଲିସ ଡିଜି ମାନିଲେ, ରାଜ୍ୟରେ ଆଇନଶୃଙ୍ଖଳା ଠିକ୍ ନାହିଁ'

ଆହୁରି ପଢ଼ନ୍ତୁ: ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା: ପୋଷ୍ଟମର୍ଟମ ରିପୋର୍ଟରେ ସାମ୍ନାକୁ ଆସିଲା ମୃତ୍ୟୁର ଅସଲ କାରଣ...

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜର ଛଉ ନୃତ୍ୟଗୁରୁ ପାଗୁଲୁ ଜେନାଙ୍କୁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ

25 Nov 2025 By Deviprasad Mohanty

ରାଜଧାନୀର ୨୧ ରାସ୍ତାରେ ପାର୍କିଂ କଟକଣା: ନ ମାନିଲେ ଗାଡ଼ି ଉଠାଇନେବ ପୁଲିସ, ଜାଣନ୍ତୁ କେଉଁ କେଉଁ ରାସ୍ତାରେ ଯାନବାହନ ପାର୍କିଂ ନିଷେଧ

ଭରିବେ ଜରିମାନା ସହ କ୍ରେନ୍‌‌ ଚାର୍ଜ

ଭୁବନେଶ୍ୱର: ରାଜଧାନୀରେ ଟ୍ରାଫିକ ସମସ୍ୟା ଯେତିକି ଜଟିଳ ହେଉଥିବା ବେଳେ ବେଆଇନ ପାର୍କିଂ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଟ୍ରାଫିକ ପୁଲିସ ପକ୍ଷରୁ ଧରପଗଡ଼ କରାଯାଉଥିଲେ ମଧ୍ୟ ଚେତୁନାହାନ୍ତି ଅମାନିଆ। ଯୋଉଠି ପାରୁଛନ୍ତି ସେଇଠି ଗାଡ଼ି ପାର୍କିଂ କରୁଛନ୍ତି। ବେଆଇନ୍‌‌ ପାର୍କିଂ ଯୋଗୁଁଁ ରାସ୍ତା ସଙ୍କୁଚିତ ହେବା ସହିତ ଦୁର୍ଘଟଣା ଘଟୁଛି। କାହାରି ଜୀବନ ଯାଉଛି ତ ଆଉ କେହି ସାରା ଜୀବନ ପଙ୍ଗୁ ହୋଇଯାଉଛି। ତେବେ ଏହି ବେଆଇନ ପାର୍କିଂରେ ରୋକ୍‌‌ ଲଗାଇବାକୁ ପଦକ୍ଷେପ ନେଇଛି କମିସନରେଟ ପୁଲିସ। ଓଡ଼ିଶା ଅର୍ବାନ୍‌‌ ପୁଲିସ ଆକ୍ଟ ୨୮ ଓ ୨୯ ଅନୁଯାୟୀ ରାଜଧାନୀର ୨୧ଟି ପ୍ରମୁଖ ରାସ୍ତାରେ ବେଆଇନ୍‌‌ ପାର୍କିଂକୁ ନିଷିଦ୍ଧ ଘୋଷଣା କରାଯାଇଛି। ବ୍ୟବସାୟ କେନ୍ଦ୍ର, ଶିକ୍ଷାନୁଷ୍ଠାନ, ହସ୍ପିଟାଲ ଓ ଯାନବାହାନ ଯାତାୟାତ ବୃଦ୍ଧି ସହିତ ସୁନିୟନ୍ତ୍ରିତ ଟ୍ରାଫିକ ପରିଚାଳନା ଏବଂ ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ କମିସନର ଡଃ ସୁରେଶ ଦେବଦତ୍ତ ସିଂ ଆଜି ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ନିୟମ ନ ମାନିଲେ ଗାଡ଼ି ଗୁଡ଼ିକ କ୍‌‌ରେନ ଦ୍ୱାରା ଉଠାଇ ନିଆଯିବ ବୋଲି ଚେତାବନୀ ଦେଇଛି ପୁଲିସ। ଗାଡ଼ି ମୁକୁଳାଇବାକୁ ଜରିମାନା ସହ କ୍‌‌ରେନ୍‌‌ ବାବଦ ଖର୍ଚ୍ଚ ଦେବାକୁ ପଡ଼ିବ ବୋଲି ପୁଲିସ କହିଛି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର