ଏକତରଫା ପ୍ରେମରୁ ନାବାଳିକାଙ୍କୁ ବିଭିତ୍ସ ହତ୍ୟା !

The Sakala Picture
Published On

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ କରାପଲ୍ଲୀ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଘରେ କେହି ନ ଥିବାବେଳେ ଅଭିଯୁକ୍ତ ଜଣକ ନାବାଳିକାଙ୍କ ଘରେ ପଶି ତାଙ୍କୁ ବୀଭତ୍ସ ଭାବେ ହତ୍ୟା କରିଛି। ଏକତରଫା ପ୍ରେମରୁ ଜଣେ ନାବାଳିକାଙ୍କୁ  ପ୍ରେମିକ ହତ୍ୟା କରିଥିବା ଜଣାପଡ଼ିଛି। ହତ୍ୟାର ଶିକାର ନାବାଳିକା ଜଣକ ହେଉଛନ୍ତି ଅଭିଯୁକ୍ତ ଯୁବକଙ୍କ ଭଉଣୀଙ୍କ ସହପାଠୀ। ଯୁବକ ଜଣକ ନିଜ ଭଉଣୀଙ୍କ ସହପାଠୀକୁ ଏକତରଫା ପ୍ରେମ କରୁଥିଲେ। କିନ୍ତୁ ନାବାଳିକା ଜଣକ ତାଙ୍କୁ ପ୍ରତ୍ୟାଖ୍ୟାନ […]

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ କରାପଲ୍ଲୀ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଘରେ କେହି ନ ଥିବାବେଳେ ଅଭିଯୁକ୍ତ ଜଣକ ନାବାଳିକାଙ୍କ ଘରେ ପଶି ତାଙ୍କୁ ବୀଭତ୍ସ ଭାବେ ହତ୍ୟା କରିଛି। ଏକତରଫା ପ୍ରେମରୁ ଜଣେ ନାବାଳିକାଙ୍କୁ  ପ୍ରେମିକ ହତ୍ୟା କରିଥିବା ଜଣାପଡ଼ିଛି। ହତ୍ୟାର ଶିକାର ନାବାଳିକା ଜଣକ ହେଉଛନ୍ତି ଅଭିଯୁକ୍ତ ଯୁବକଙ୍କ ଭଉଣୀଙ୍କ ସହପାଠୀ। ଯୁବକ ଜଣକ ନିଜ ଭଉଣୀଙ୍କ ସହପାଠୀକୁ ଏକତରଫା ପ୍ରେମ କରୁଥିଲେ। କିନ୍ତୁ ନାବାଳିକା ଜଣକ ତାଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହା ପରେ ଯୁବକ ଜଣକ ତାଙ୍କୁ ବିଭିନ୍ନ ସମୟରେ ପିଛା କରିବା ସହିତ ହଇରାଣ କରୁଥିଲେ। ଯାହାକୁ ନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା। କିନ୍ତୁ ପୁଲିସ ଏ ଦିଗରେ ବିଶେଷ ପଦକ୍ଷେପ ନେଇ ନ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟର ଏହି ୩ ଜିଲ୍ଲାରେ ସୁନା ଖଣିର ସନ୍ଧାନ... ବିଧାନସଭାରେ ତଥ୍ୟ ରଖିଲେ ମନ୍ତ୍ରୀ ବିଭୂତି ଭୂଷଣ ଜେନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର