ରାଜ୍ୟ ସରକାରଙ୍କ ସହ ସମ୍ପର୍କ ରଖୁନି କେନ୍ଦ୍ର; ଲୁଚାଛପାରେ ଲଗାଇଦେବ ପୁରୁଣା ଡପ୍‌ଲାର୍

The Sakala Picture
Published On

ଭୁବନେଶ୍ୱର: ସମ୍ବଲପୁରକୁ ମୂଳରୁ ହିଁ ନୂଆ ରାଡାର ଦେବାର ଯୋଜନା ହିଁ ନ ଥିଲା କେନ୍ଦ୍ରର। ସେଥିପାଇଁ ଲୁଚାଛପାରେ ଏ ମେସିନ ଦିଲ୍ଲୀରୁ ଆଣି ସିଧା ସମ୍ବଲପୁରରେ ଲଗାଇଦେବା ପାଇଁ ହୋଇଥିବା ଯୋଜନାର ପ୍ରମାଣ ଧୀରେଧୀରେ ସାମ୍ନାକୁ ଆସୁଛି। ଚୁକ୍ତି ଅନୁସାରେ ବିଲ୍‌ଡିଂ ତିଆରି, ବିଦ୍ୟୁତ୍‌ ସଂଯୋଗ ଓ ଅନ୍ୟ କିଛି ବୈଷୟିକ କାମ ରାଜ୍ୟ ସରକାର କରିବେ। ଭୂବିଜ୍ଞାନ କାର୍ଯ୍ୟାଳୟ କେବଳ ଡପଲାର ରାଡାର ଲଗାଇବ। ସମ୍ବଲପୁର ଜମାଦାର ପାଲିରେ ତିଆରି ହୋଇଥିବା କୋଠାର ମାପଚୁପ […]

ଭୁବନେଶ୍ୱର: ସମ୍ବଲପୁରକୁ ମୂଳରୁ ହିଁ ନୂଆ ରାଡାର ଦେବାର ଯୋଜନା ହିଁ ନ ଥିଲା କେନ୍ଦ୍ରର। ସେଥିପାଇଁ ଲୁଚାଛପାରେ ଏ ମେସିନ ଦିଲ୍ଲୀରୁ ଆଣି ସିଧା ସମ୍ବଲପୁରରେ ଲଗାଇଦେବା ପାଇଁ ହୋଇଥିବା ଯୋଜନାର ପ୍ରମାଣ ଧୀରେଧୀରେ ସାମ୍ନାକୁ ଆସୁଛି। ଚୁକ୍ତି ଅନୁସାରେ ବିଲ୍‌ଡିଂ ତିଆରି, ବିଦ୍ୟୁତ୍‌ ସଂଯୋଗ ଓ ଅନ୍ୟ କିଛି ବୈଷୟିକ କାମ ରାଜ୍ୟ ସରକାର କରିବେ। ଭୂବିଜ୍ଞାନ କାର୍ଯ୍ୟାଳୟ କେବଳ ଡପଲାର ରାଡାର ଲଗାଇବ। ସମ୍ବଲପୁର ଜମାଦାର ପାଲିରେ ତିଆରି ହୋଇଥିବା କୋଠାର ମାପଚୁପ ଓ ଅନ୍ୟ ନିର୍ମାଣ ସମ୍ପର୍କିତ ତଥ୍ୟ ରାଜ୍ୟ ସରକାରଙ୍କ ପାଖରେ ଅଛି। ଏହାକୁ ଏ ପର୍ଯ୍ୟନ୍ତ ଆଇଏମ୍‌ଡିକୁ ହସ୍ତାନ୍ତର କରାଯାଇନି। ରାଡାର ବସାଇବା ପାଇଁ ତଥ୍ୟ ଦରକାର ହେଲେ ଆଇଏମ୍‌ଡି ରାଜ୍ୟ ସରକାରଙ୍କୁ ତଥ୍ୟ ମାଗିବା କଥା। କିନ୍ତୁ ତାହା ନକରି ନିଜ ଅଧୀନରେ ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରକୁ ତଥ୍ୟ ମାଗିବା ଆଶ୍ଚର୍ଯ୍ୟ କରିଛି। ଏମିତି କି ମେସିନ ଲାଗିବ ସେ ସମ୍ପର୍କିତ ତଥ୍ୟ ମଧ୍ୟ ରାଜ୍ୟକୁ ପ୍ରଦାନ କରିନାହିଁ ଆଇଏମ୍‌ଡି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ପ୍ରଭାବରେ ଆଜି ରାଜ୍ୟରେ ପ୍ରବଳ ବର୍ଷିବ, ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ ଜାରି

ଗତ ୧୭ ତାରିଖ ଦିନ ଆଇଏମଡି ଡିଜିଏମ ହେଡକ୍ୱାର୍ଟର୍ସରୁ ହୋଇଥିବା ଚିଠିରେ ଭୁବନେଶ୍ୱର ପାଣିପାଗ କେନ୍ଦ୍ରକୁ ବିଲ୍‌ଡିଂ ତଥ୍ୟ ମଗାଯାଇଛି। ଯାହାକୁ ନେଇ ବିଭିନ୍ନ ମହଲରୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ଚୁକ୍ତି ଅନୁଯାୟୀ ରାଜ୍ୟ ସରକାର ନିଜ ଜମିରେ ବିଲ୍‌ଡିଂ ନିର୍ମାଣ କରିବେ। ଏହାପରେ ଭୂବିଜ୍ଞାନ ମନ୍ତ୍ରଣାଳୟ ଏଠାରେ ଡପଲାର ରାଡାର ସ୍ଥାପନ କରିବ। ମନ୍ତ୍ରଣାଳୟର ଆବଶ୍ୟକତା ଅନୁଯାୟୀ ବିଲ୍‌ଡିଂ ଉଚ୍ଚତା। ବିଦ୍ୟତ୍‍ଉପକରଣ ଆଦି ଯୋଗାଇବ। ହେଲେ ଏ ସବୁ କାର୍ଯ୍ୟ ମଧ୍ୟ କିଛିକାଂଶରେ ବାକି ରହିଛି। ଏମିତି କି ଭୁବନେଶ୍ୱର ସ୍ଥିତ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚଆର ବିଶ୍ୱାସ ମଧ୍ୟ ବିଲ୍‌ଡିଂ ଆଇଏମ୍‍ଡିକୁ ହସ୍ତାନ୍ତର ହୋଇ ନ ଥିବା କହିଛନ୍ତି। ତାଙ୍କ କହିବା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ହୋଇ ନ ଥିବା ବେଳେ ଏହା ରାଜ୍ୟ ସରକାଙ୍କ ଅଧୀନରେ ଥିବା କହିଛନ୍ତି। ଅନ୍ୟପଟେ ରାଜ୍ୟ ସରକାରଙ୍କ ଅଧିନରେ ବିଲ୍‌ଡିଂ ଥିଲେ ମଧ୍ୟ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଆଇଏମଡିକୁ ବିଲ୍‌ଡିଂ ତଥ୍ୟ କେମିତି ଦେବ ପ୍ରଶ୍ନକୁ ଡ. ବିଶ୍ୱାସ ଏଡ଼ାଇ ଯାଇଛନ୍ତି।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଗୁଜରାଟରୁ ଆସିଲେ ୧୪ଟି ବିଦେଶୀ ପ୍ରଜାତିର ୫୮ଟି ବନ୍ୟଜନ୍ତୁ

ବଡ଼ କଥା ହେଉଛି ଯେ ଆଇଏମଡି ପକ୍ଷରୁ ସୂଚନା ପ୍ରଦାନ କରିବା ଦ୍ୱାରା ରାଜ୍ୟବାସୀମାନେ ଆଗୁଆ ସତର୍କ ହୋଇଥାନ୍ତି। ମାତ୍ର ଗତ କିଛି ଦିନ ମଧ୍ୟରେ ଆଇଏମଡିର ବିଭିନ୍ନ ଆକଳକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେଣୁ ଉନ୍ନତମାନର ଯନ୍ତ୍ରପାତି ଦ୍ୱାରା କେମିତି ସଠିକ ଆକଳନ କରିହେବ ତାଉପରେ ରାଜ୍ୟବାସୀ ଆଶାବାଦୀ ହେଉଛନ୍ତି। ଗୋଟିଏ ପଟେ ରାଜ୍ୟକୁ ବାତ୍ୟା ସାଙ୍ଗକୁ ବଜ୍ରପାତ ଭୟ ବଢ଼଼ୁଥିବା ବେଳେ ଆଇଏମଡିର କାମଚଳା ନୀତି ଯୋଗୁଁ ରାଜ୍ୟବାସୀ ଆଗାମୀ ଦିନରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଯାହାକୁ କି ଆଗାମୀ ଦିନରେ ପଶ୍ଚିମ ଓଡ଼ିଶାବାସୀ ତୀବ୍ର ବିରୋଧ କରିବେ ବୋଲି ସୂଚନା ମିଳିଛି। ଦଳ ମତ ନିର୍ବିଶେଷରେ ଏହି ନିଷ୍ପତ୍ତିକୁ ବିରୋଧ କରାଯାଉଥିବା ବେଳେ ଭୂବିଜ୍ଞାନ ମନ୍ତ୍ରଣାଳୟ ନେଇଥିବା ନିଷ୍ପତ୍ତିକୁ ପୁନଃ ବିଚାର କରିବା ଉଚ୍ଚିତ ବୋଲି ପଶ୍ଚିମଓଡ଼ିଶାବାସୀ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ବିରୂପା ନଦୀକୁ ଡେଇଁଲେ ଦମ୍ପତି, ସ୍ତ୍ରୀ ଉଦ୍ଧାର ଓ ସ୍ୱାମୀ ନିଖୋଜ

ସୂଚନା ଥାଉ କି ଗୋପାଳପୁର ଡପଲାର ରାଡାର କେନ୍ଦ୍ର ୨୦୧୬ରେ କାର୍ଯ୍ୟକ୍ଷମ ହେଲା। ହେଲେ ରାଜ୍ୟ ସରକାରଙ୍କଠାରୁ ଏହି ବିଲ୍‌ଡିଂ ୨୦୧୮ ମସିହାରେ ଆଇଏମଡିକୁ ହସ୍ତାନ୍ତର କରାଯାଇଥିଲା। ଏହି ବିଲ୍‌ଡିଂର ତଥ୍ୟ ମଧ୍ୟ ରାଜ୍ୟ ସରକାରଙ୍କଠାରୁ ନିଆଯାଇଥିଲା। ବିଲ୍‌ଡିଂରେ ରାଡାର ସ୍ଥାପନ ହେବାପରେ ହିଁ ବିଲ୍‌ଡିଂ ସ୍ଥାନାନ୍ତର ହୋଇଥିଲା। ମାତ୍ର ସମ୍ବଲପୁର କ୍ଷେତ୍ରରେ ପୁରୁଣା ରାଡାର ଯୋଗାଇବା ପାଇଁ ଯୋଜନା ଥିବାରୁ ରାଜ୍ୟ ସରକାରଙ୍କୁ ତଥ୍ୟ ନ ମଗାଯାଇ ନିଜ ବିଭାଗକୁ ତଥ୍ୟ ମାଗିବା ସନ୍ଦେହରେ ପକାଇଦେଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର