ଗାଡ଼ି ମାଲିକଙ୍କ ପାଇଁ ବଡ଼ ଖବର: ବକେୟା ଇ-ଚାଲାଣ ଉପରେ ମିଳୁଛି ରିହାତି, ହାତଛଡ଼ା କରନ୍ତୁ ନାହିଁ ସୁଯୋଗ

Tapas Ranjan Nanda Picture
Published On

ଭୁବନେଶ୍ୱର: ରାଜ୍ୟର ଗାଡ଼ି ମାଲିକମାନଙ୍କ ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରାଯାଇଛି। ଯଦି ଆପଣଙ୍କ ଗାଡ଼ି ନାମରେ ଦୀର୍ଘ ଦିନ ଧରି ଇ-ଚାଲାଣ ବକେୟା ପଡ଼ିରହିଛି, ତେବେ ବର୍ତ୍ତମାନ ଆପଣଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ରହିଛି। ସରକାରଙ୍କ ଦ୍ୱାରା ଚାଲିଥିବା 'ୱାନ୍ ଟାଇମ୍ ସେଟଲମେଣ୍ଟ' (OTS) ବା ଏକକାଳୀନ ପୈଠ ଯୋଜନା ମାଧ୍ୟମରେ ଆପଣ ରିହାତି ସହ ଜୋରିମାନା ପୈଠ କରି ଚିନ୍ତାମୁକ୍ତ ହୋଇପାରିବେ।

ଆହୁରି ପଢ଼ନ୍ତୁ: ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !

କେବେ ଯାଏଁ ରହିଛି ସୁଯୋଗ?

ଏହି ଯୋଜନା ଅଧୀନରେ ଗାଡ଼ି ମାଲିକମାନେ ବକେୟା ଥିବା ଇ-ଚାଲାଣକୁ ରିହାତି ମୂଲ୍ୟରେ ପରିଶୋଧ କରିପାରିବେ। ସୂଚନା ଅନୁଯାୟୀ, ଏହି ଯୋଜନା ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ବଳବତ୍ତର ରହିବ। ୩୧ ଜୁଲାଇ ୨୦୨୫ ପର୍ଯ୍ୟନ୍ତ ଜାରି ହୋଇଥିବା ନିର୍ଦ୍ଦିଷ୍ଟ ୨୬ଟି ଧାରା ଉଲ୍ଲଙ୍ଘନ କ୍ଷେତ୍ରରେ ଏହି ଯୋଜନା ଲାଗୁ ହେବ। ତେବେ ଥରେ ଏହି ଅବଧି ସରିଗଲେ ଆଉ କୌଣସି ପ୍ରକାର ରିହାତି ମିଳିବ ନାହିଁ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଆହୁରି ପଢ଼ନ୍ତୁ: ଟ୍ରେନ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ, ବନ ବିଭାଗର ତଦନ୍ତ ଆରମ୍ଭ

ଅନଲାଇନ୍ ମାଧ୍ୟମରେ କରନ୍ତୁ ପୈଠ

ବକେୟା ଚାଲାଣ ପୈଠ କରିବା ପାଇଁ ଗାଡ଼ି ମାଲିକମାନଙ୍କୁ କୌଣସି ଅଫିସ ଦୌଡ଼ିବାକୁ ପଡ଼ିବ ନାହିଁ। ଆପଣ ଘରେ ବସି ଅନଲାଇନ୍ ମାଧ୍ୟମରେ http://echallan.parivahan.gov.in ୱେବସାଇଟ୍ ପରିଦର୍ଶନ କରି ନିଜର ବକେୟା ଅର୍ଥ ପୈଠ କରିପାରିବେ। ଭବିଷ୍ୟତରେ ଆଇନଗତ ଜଟିଳତାରୁ ବର୍ତ୍ତିବା ପାଇଁ ତୁରନ୍ତ ଏହି ସୁଯୋଗର ଲାଭ ନେବାକୁ ପରିବହନ ବିଭାଗ ପରାମର୍ଶ ଦେଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର