ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ ପ୍ରଫେସରଙ୍କୁ ଛୁରାମାଡ଼, ଅଭିଯୁକ୍ତ ଅଟକ

Madhusudan Das Picture
Published On

ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟ ପରିସରରେ ଅଧ୍ୟାପକଙ୍କୁ ଛୁରାମାଡ଼। ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ଡ. ସତ୍ୟନାରାୟଣ ସାହୁଙ୍କୁ ଜଣେ ଠିକା ସଫେଇ କର୍ମଚାରୀ କ୍ୟାମ୍ପସ ଭିତରେ ଛୁରାମାଡ଼ କରି ଗୁରୁତର ଆହତ କରିଛନ୍ତି। ଏହି ଆକ୍ରମଣ ପରେ ସମଗ୍ର କ୍ୟାମ୍ପସରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ଭାରସାମ୍ୟ ହରାଇ ଓଲଟିଲା ଡିଜେ ଗାଡ଼ି: ଜଣଙ୍କର ମୃତ୍ୟୁ, ୧୦ରୁ ଊର୍ଦ୍ଧ୍ୱ ଆହତ

ସୂଚନା ଅନୁଯାୟୀ, ଶୁକ୍ରବାର ପୂର୍ବାହ୍ନରେ ବିଶ୍ୱବିଦ୍ୟାଳୟର ଜଣେ ଅବସରପ୍ରାପ୍ତ ସୁଇପର (ଝାଡୁଦାର) ରସାୟନ ବିଜ୍ଞାନ ବିଭାଗ ଭିତରକୁ ପଶି ଆସିଥିଲେ। କୌଣସି କାରଣକୁ ନେଇ ସେ ପ୍ରଫେସର ଡ. ସତ୍ୟନାରାୟଣ ସାହୁଙ୍କ ଉପରକୁ ହଠାତ୍ ଏକ ଧାରୁଆ ଛୁରୀରେ ଆକ୍ରମଣ କରିଥିଲେ। କିଛି ଦିନ ତଳେ ସଫେଇ କର୍ମଚାରୀଙ୍କୁ ଚାକିରିରୁ ବାହାର କରାଯାଇଥିଲା । ପ୍ରତିକ୍ରିୟାଶୀଳ ହୋଇ ଅଧ୍ୟାପକଙ୍କୁ ଛୁରାମାଡ଼ କରିଥିବା ସୂଚନା । ଛୁରାମାଡ଼ ଯୋଗୁଁ ପ୍ରଫେସର ସାହୁ ରକ୍ତାକ୍ତ ଅବସ୍ଥାରେ ପଡ଼ିଯାଇଥିଲେ। ସେଠାରେ ଉପସ୍ଥିତ ଥିବା ଅନ୍ୟ କର୍ମଚାରୀ ଓ ଛାତ୍ରଛାତ୍ରୀ ତୁରନ୍ତ ତାଙ୍କୁ ଉଦ୍ଧାର କରିଥିଲେ। ତେବେ କେଉଁ କାରଣରୁ ଏହି ଆକ୍ରମଣ ହୋଇଛି, ସେ ନେଇ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଅଗ୍ନିଶମ ବିଭାଗର ବଡ଼ ପ୍ରସ୍ତୁତି, ମୁତୟନ ହେବେ ୨୦୫ ଟିମ୍

ଗୁରୁତର ଅବସ୍ଥାରେ ପ୍ରଫେସର ସାହୁଙ୍କୁ ତୁରନ୍ତ ବୁର୍ଲା ସ୍ଥିତ ଭୀମସାର (VIMSAR) ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି। ଘଟଣା ସମ୍ପର୍କରେ ଖବର ପାଇ ବୁର୍ଲା ଥାନା ପୋଲିସ ବିଶ୍ୱବିଦ୍ୟାଳୟ ପରିସରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ଅଭିଯୁକ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।

ଆହୁରି ପଢ଼ନ୍ତୁ: ଗାଁକୁ ନାହିଁ ରାସ୍ତା, ଖଟିଆ ପାଲଟିଲା ଆମ୍ବୁଲାନ୍ସ: ଉଛୁଳା ନାଗାବଳୀ ନଦୀ ପାର ହୋଇ ଚିକିତ୍ସା ପାଇଁ ଗଲେ ରୋଗୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର