ମହିଳା SI ପ୍ରଭାସିନୀ ସାହୁଙ୍କ ମୃତ୍ୟୁ ମାମଲା: ଶ୍ୱଶୁର ଘର ଲୋକଙ୍କ ବିରୋଧରେ ମାନସିକ ଓ ଆର୍ଥିକ ନିର୍ଯାତନା ଅଭିଯୋଗ

Madhusudan Das Picture
Published On

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନାରେ କାର୍ଯ୍ୟରତ ମହିଳା ସବ-ଇନ୍ସପେକ୍ଟର (ଏସଆଇ) ପ୍ରଭାସିନୀ ସାହୁଙ୍କ ମୃତ୍ୟୁ ମାମଲାରେ ଏକ ନୂଆ ମୋଡ଼ ଆସିଛି। ପ୍ରଭାସିନୀଙ୍କ ପରିବାର ପକ୍ଷରୁ ତାଙ୍କ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଅଣାଯାଇଛି। ମୃତ ପ୍ରଭାସିନୀଙ୍କ ବାପା ଅଭିଯୋଗ କରିଛନ୍ତି ଯେ, ତାଙ୍କ ଝିଅଙ୍କୁ ଶ୍ୱଶୁର ଘର ପକ୍ଷରୁ ମାନସିକ ଏବଂ ଆର୍ଥିକ ନିର୍ଯାତନା ଦିଆଯାଉଥିଲା, ଯେଉଁଥିପାଇଁ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି। 

ଆହୁରି ପଢ଼ନ୍ତୁ: ବଦଳିଲା ବାତ୍ୟା 'ଅକୱାନ'ର ଗତିପଥ ! ନରସାପୁର ଓ ପୁରୀ ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା

ପ୍ରଭାସିନୀଙ୍କ ବାପାଙ୍କ କହିବା ଅନୁଯାୟୀ, ଝିଅକୁ ଶ୍ୱଶୁର ଘର ଲୋକେ ମାନସିକ ଓ ଆର୍ଥିକ ଚାପ ଦେଉଥିଲେ। ପ୍ରଭାସିନୀ ନିଜ ଚାକିରି ଛାଡିବାକୁ ଚାହୁଁଥିଲେ, କିନ୍ତୁ ତାଙ୍କ ଶ୍ୱଶୁର ଘର ଲୋକ ଏହାକୁ ବିରୋଧ କରୁଥିଲେ। ଏଥିସହ ତାଙ୍କ ଉପରେ କ୍ରମାଗତ ଭାବେ ଆର୍ଥିକ ଚାପ ମଧ୍ୟ ପକାଯାଉଥିଲା। ପରିବାର ସଦସ୍ୟଙ୍କ ଅଭିଯୋଗ ଅନୁଯାୟୀ, ଶ୍ୱଶୁର ଘର ଲୋକଙ୍କ ଦ୍ୱାରା ଦିଆଯାଉଥିବା ନିରନ୍ତର ଚାପ ଯୋଗୁଁ ସେ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି। 

ଆହୁରି ପଢ଼ନ୍ତୁ: ପରକୀୟା ପ୍ରୀତିରୁ ଷଡ଼ଯନ୍ତ୍ର: ମଙ୍ଗଳସୂତ୍ର ବନ୍ଧକ ରଖି ବନ୍ଧୁକ କିଣିଲେ ପତ୍ନୀ, ପ୍ରେମିକ ସହ ମିଶି ସ୍ୱାମୀଙ୍କୁ କଲେ ହତ୍ୟା

ଝିଅର ମୃତ୍ୟୁ ପାଇଁ ସ୍ୱାମୀ, ଶ୍ୱଶୁର ଓ ଶାଶୁଙ୍କୁ ଦାୟୀ କରି ପୁରୁଷୋତ୍ତମପୁର ଥାନାରେ ଏତଲା ଦେଇଛନ୍ତି ପ୍ରଭାସିନୀଙ୍କ ବାପା ଭୀମସେନ ସାହୁ । ଏତଲା ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତଦନ୍ତର ଅଂଶବିଶେଷ ଭାବେ ପୋଲିସ ଖୁବଶୀଘ୍ର ପ୍ରଭାସିନୀଙ୍କ ଶ୍ୱଶୁର ଘରକୁ ଯିବାର ସମ୍ଭାବନା ରହିଛି। ଅନ୍ୟପଟେ, ପ୍ରଭାସିନୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହୋଇଥିଲେ ସୁଦ୍ଧା ଏହାର ତଥ୍ୟ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ପୋଲିସ ବିଭିନ୍ନ ଦିଗରୁ ଘଟଣାର ଅନୁସନ୍ଧାନ କରୁଛି ।

ଆହୁରି ପଢ଼ନ୍ତୁ: ବଲାଙ୍ଗୀର ଧନୁଯାତ୍ରାରେ ଅଘଟଣ: ହାତୀ ଆକ୍ରମଣରେ ମାହୁତଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର