ଧାନମଣ୍ଡି ସମସ୍ୟାକୁ ନେଇ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ୪ଟା ଯାଏଁ ଗୃହ ମୁଲତବି

Madhusudan Das Picture
Published On

ଭୁବନେଶ୍ୱର: ଚାଷୀ ସମସ୍ୟାକୁ ନେଇ ବିଧାନସଭାରେ ପ୍ରବଳ ହଟ୍ଟଗୋଳ । ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ବିଧାୟକମାନେ ଗୃହ ମଧ୍ୟରେ ଧାନ ବସ୍ତା ରଖି ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି । ରାଜ୍ୟରେ ଧାନ କିଣା ଅବ୍ୟବସ୍ଥା, ମଣ୍ଡି ସମସ୍ୟା, କଟଣୀ ଛଟଣୀ ନେଇ ରାଜ୍ୟରେ ଚାଷୀ ହନ୍ତସନ୍ତ ହେଉଥିବାରୁ ଏହାକୁ ନେଇ ସରକାରଙ୍କୁ ଘେରିଛନ୍ତି ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ। ବିରୋଧୀଙ୍କ ପ୍ରବଳ ହୋହାଲ୍ଲା ଯୋଗୁଁ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ତୁରନ୍ତ ଉଚିତ ପଦକ୍ଷେପ ନେବାକୁ ବିରୋଧୀ ଦାବି କରିଛନ୍ତି। 

ଆହୁରି ପଢ଼ନ୍ତୁ: ପୁରୀ କୃଷ୍ଣପ୍ରସାଦରେ ଅଭାବନୀୟ ଘଟଣା: ବଜ୍ରାଘାତରେ ୯ ଗାଈ ମୃତ, ୧୧ ଆହତ

ବିଧାନସଭାର ଦ୍ୱିତୀୟ ଦିନରେ ଗୃହ ଆରମ୍ଭରୁ ଚାଷୀ ତାତି ଦେଖିବାକୁ ମିଳିଥିଲା । ପ୍ରଶ୍ନକାଳରେ ଚାଷୀ ସମସ୍ୟା ଉଠାଇଥିଲେ ବିରୋଧୀ ଦଳ । ଗୃହ ମଧ୍ୟ ଭାଗରେ ପ୍ଲାକାର୍ଡ ଧରି ବିଜେଡି ପ୍ରତିବାଦ କରିଥିଲା । ନକଲି ଚାଷୀ କହି କାହିଁକି ଚାଷୀଙ୍କୁ ଅପମାନ କରୁଛନ୍ତି ସରକାର ବୋଲି ପ୍ରଶ୍ନ କରିଥିଲେ ବିରୋଧୀ । କଂଗ୍ରେସ ବି ପ୍ରତିବାଦରେ ସାମିଲ ହୋଇଛି । ଗୃହ ମଧ୍ୟ ଭାଗରେ ଥିବା ଟେବୁଲରେ ଧାନ ରଖି ପ୍ରତିବାଦ କରିଥିଲେ ବିଜେଡି ଏବଂ ପ୍ରତିବାଦରେ ବାମପନ୍ଥୀ ବିଧାୟକ ବି ସାମିଲ ହୋଇଥିଲେ । ପ୍ରତିବାଦକୁ ଦୃଷ୍ଟିରେ ରଖି ଗୃହକୁ ଅପରାହ୍ନ ୪ଟା ଯାଏଁ ମୂଲତବି ଘୋଷଣା କରିଛନ୍ତି ବାଚସ୍ପତି ।

ଆହୁରି ପଢ଼ନ୍ତୁ: କୋଟିଆରେ ଆନ୍ଧ୍ର ପ୍ରଦେଶର ଆଦିବାସୀ କଲ୍ୟାଣ ମନ୍ତ୍ରୀ, ବିରୋଧରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଓଡ଼ିଆ ଅସ୍ମିତା ପରିଷଦ

18 Feb 2026 By Madhusudan Das

ଧାନମଣ୍ଡି ସମସ୍ୟାକୁ ନେଇ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ୪ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ୱର: ଚାଷୀ ସମସ୍ୟାକୁ ନେଇ ବିଧାନସଭାରେ ପ୍ରବଳ ହଟ୍ଟଗୋଳ । ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ବିଧାୟକମାନେ ଗୃହ ମଧ୍ୟରେ ଧାନ ବସ୍ତା ରଖି ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି । ରାଜ୍ୟରେ ଧାନ କିଣା ଅବ୍ୟବସ୍ଥା, ମଣ୍ଡି ସମସ୍ୟା, କଟଣୀ ଛଟଣୀ ନେଇ ରାଜ୍ୟରେ ଚାଷୀ ହନ୍ତସନ୍ତ ହେଉଥିବାରୁ ଏହାକୁ ନେଇ ସରକାରଙ୍କୁ ଘେରିଛନ୍ତି ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ। ବିରୋଧୀଙ୍କ ପ୍ରବଳ ହୋହାଲ୍ଲା ଯୋଗୁଁ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ତୁରନ୍ତ ଉଚିତ ପଦକ୍ଷେପ ନେବାକୁ ବିରୋଧୀ ଦାବି କରିଛନ୍ତି। 

ବିଧାନସଭାର ଦ୍ୱିତୀୟ ଦିନରେ ଗୃହ ଆରମ୍ଭରୁ ଚାଷୀ ତାତି ଦେଖିବାକୁ ମିଳିଥିଲା । ପ୍ରଶ୍ନକାଳରେ ଚାଷୀ ସମସ୍ୟା ଉଠାଇଥିଲେ ବିରୋଧୀ ଦଳ । ଗୃହ ମଧ୍ୟ ଭାଗରେ ପ୍ଲାକାର୍ଡ ଧରି ବିଜେଡି ପ୍ରତିବାଦ କରିଥିଲା । ନକଲି ଚାଷୀ କହି କାହିଁକି ଚାଷୀଙ୍କୁ ଅପମାନ କରୁଛନ୍ତି ସରକାର ବୋଲି ପ୍ରଶ୍ନ କରିଥିଲେ ବିରୋଧୀ । କଂଗ୍ରେସ ବି ପ୍ରତିବାଦରେ ସାମିଲ ହୋଇଛି । ଗୃହ ମଧ୍ୟ ଭାଗରେ ଥିବା ଟେବୁଲରେ ଧାନ ରଖି ପ୍ରତିବାଦ କରିଥିଲେ ବିଜେଡି ଏବଂ ପ୍ରତିବାଦରେ ବାମପନ୍ଥୀ ବିଧାୟକ ବି ସାମିଲ ହୋଇଥିଲେ । ପ୍ରତିବାଦକୁ ଦୃଷ୍ଟିରେ ରଖି ଗୃହକୁ ଅପରାହ୍ନ ୪ଟା ଯାଏଁ ମୂଲତବି ଘୋଷଣା କରିଛନ୍ତି ବାଚସ୍ପତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର