ଓଡ଼ିଆ ‘ଅସ୍ମିତା’ର ଝାଡ଼ଖଣ୍ଡୀ ପ୍ରୀତି, ଓଡ଼ିଶା ସାରା ବୁଲୁଛି ଝାଡ଼ଖଣ୍ଡ ଓ ଛତିଶଗଡ଼ର ‘ବିକାଶ ବାହନ’…

The Sakala Picture
Published On

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ସାରା ରାଜ୍ୟରେ ବୁଲୁଛି ‘ବିକାଶ ବାହନ’। ରାଜ୍ୟ ସରକାରଙ୍କ ଏକ ବର୍ଷର ଉପଲବ୍ଧି ଏହି ବିକାଶ ବାହନ ଜରିଆରେ ରାଜ୍ୟ ସାରା ପ୍ରଚାର କରାଯାଉଛି। ଗେରୁଆ ରଙ୍ଗରେ ସୁସଜ୍ଜିତ ଗାଡ଼ିରେ ସରକାରୀ ଯୋଜନାଗୁଡ଼ିକର ପ୍ରଚାର କରାଯାଉଛି ଓ ଖୋଦ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଫଟୋ ଗାଡ଼ିରେ ଲଗାଯାଇଛି। ମାଇକ୍‌ ଜରିଆରେ ସରକାରଙ୍କ ତଥାକଥିତ ବିକାଶର ରେକର୍ଡିଂ ଗୁଣଗାନ କରାଯାଉଛି। ମାତ୍ର ବିଡ଼ମ୍ବନା ହେଉଛି ରାଜଧାନୀ ଭୁବନେଶ୍ୱର ସହ […]

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ସାରା ରାଜ୍ୟରେ ବୁଲୁଛି ‘ବିକାଶ ବାହନ’। ରାଜ୍ୟ ସରକାରଙ୍କ ଏକ ବର୍ଷର ଉପଲବ୍ଧି ଏହି ବିକାଶ ବାହନ ଜରିଆରେ ରାଜ୍ୟ ସାରା ପ୍ରଚାର କରାଯାଉଛି। ଗେରୁଆ ରଙ୍ଗରେ ସୁସଜ୍ଜିତ ଗାଡ଼ିରେ ସରକାରୀ ଯୋଜନାଗୁଡ଼ିକର ପ୍ରଚାର କରାଯାଉଛି ଓ ଖୋଦ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଫଟୋ ଗାଡ଼ିରେ ଲଗାଯାଇଛି। ମାଇକ୍‌ ଜରିଆରେ ସରକାରଙ୍କ ତଥାକଥିତ ବିକାଶର ରେକର୍ଡିଂ ଗୁଣଗାନ କରାଯାଉଛି। ମାତ୍ର ବିଡ଼ମ୍ବନା ହେଉଛି ରାଜଧାନୀ ଭୁବନେଶ୍ୱର ସହ ରାଜ୍ୟର କୋଣ ଅନୁକୋଣରେ ଘୁରୁଥିବା ପ୍ରାୟତଃ ସବୁ ଗାଡ଼ି ଝାଡ଼ଖଣ୍ଡ ଓ ଛତିଶଗଡ଼ରୁ ଭଡ଼ାରେ ଅଣା ଯାଇଛି। ଗୋଟିଏ ପଟେ ବିଜେପି ଓ ରାଜ୍ୟ ସରକାର ନିଜକୁ ଓଡ଼ିଆ ଅସ୍ମିତାର ଧ୍ୱଜାଧାରୀ ବୋଲି ଘୋଷି ହେଉଛନ୍ତି, ଓଡ଼ିଆ ଲୋକଙ୍କ ନିଯୁକ୍ତି ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯିବ ବୋଲି କହୁଛନ୍ତି; ଅନ୍ୟପକ୍ଷରେ ସରକାରଙ୍କ ପ୍ରଚାର ପାଇଁ ଓଡ଼ିଆ ଗାଡ଼ି ମାଲିକଙ୍କ ପରିବର୍ତ୍ତେ ଝାଡ଼ଖଣ୍ଡ ଓ ଛତିଶଗଡ଼ ଗାଡ଼ିମାଲିକଙ୍କ ପେଟ ପୋଷୁଛନ୍ତି। ଯାହାକୁ ନେଇ ରାଜ୍ୟର ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି ।

ଆହୁରି ପଢ଼ନ୍ତୁ: ଆବାସିକ ବିଦ୍ୟାଳୟରେ ଛାତ୍ରୀ ପ୍ରସବ ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ନବଜାତକର ମୃତ୍ୟୁ, ନ୍ୟାୟିକ ତଦନ୍ତ ଦାବି କଲା ବିଜେଡି

ରାଜ୍ୟ ସରକାରଙ୍କ ବର୍ଷକର ଉପଲବ୍ଧି ପ୍ରଚାର ନିମନ୍ତେ ଓଡ଼ିଶାର ୩୧୪ ଟି ବ୍ଲକ, ୧୧୫ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ୫ଟି ମହାନଗର ନିଗମରେ ଗୁରୁବାରଠାରୁ ବିକାଶ ବାହନ ଗଡ଼ିବା ଆରମ୍ଭ ହୋଇଛି। ଏହି ବାହନ ଜରିଆରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶିତ “ପ୍ରଗତି ପ୍ରବାହ’ ପୁସ୍ତକ ଏବଂ ଏକ ବର୍ଷର ସଫଳତାର ସମ୍ୱଳିତ ପୁସ୍ତିକା ମଧ୍ୟ ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ଯୋଜନା କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଭଡ଼ା ଓ ଆନୁଷଙ୍ଗିକ ଖର୍ଚ୍ଚକୁ ମିଶାଇ ଦୈନିକ ୨୫ ଲକ୍ଷ ଟଙ୍କା ବରାଦ କରାଯାଇଛି ଏବଂ ୧୦ ଦିନରେ ଏଥିପାଇଁ ସରକାର ଅଢେ଼ଇ କୋଟି ଟଙ୍କା ଖର୍ଚ୍ଚ କରିବେ । କେବଳ ଏହି ଘଟଣା ନୁହେଁ, ଗତ ନିର୍ବାଚନ ସମୟରେ ବିଜେପି ପାଇଁ ପ୍ରଚାର ନିମନ୍ତେ ଉତ୍ତରପ୍ରଦେଶରୁ ୫୦୦ରୁ ଊର୍ଦ୍ଧ୍ବ ପିକ୍‌ଅପ୍‌ ଭ୍ୟାନ ଭଡ଼ାରେ ଅଣା ଯାଇଥିଲା। ଗେରୁଆ ରଙ୍ଗର ହୋଡର଼୍ିଂରେ ଗାଡ଼ିଗୁଡ଼ିକ ସଜାଇ ସବୁ ନିର୍ବାଚନ ମଣ୍ଡଳରେ ପ୍ରଚାର ପାଇଁ ବ୍ୟବହାର କରାଯାଇଥିଲା । ସେତେବେଳେ ଏହାକୁ ନେଇ ମଧ୍ୟ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ଓଡ଼ିଶାରେ ବିଜେପି ପ୍ରଚାର ପାଇଁ ଅନ୍ୟ ରାଜ୍ୟର ଗାଡ଼ିକୁ ବ୍ୟବହାର କରିବାକୁ ଅନେକ ନାପସନ୍ଦ କରିଥିଲେ । ଏବେ କଥିତ ‘ବିକାଶ’ ବାହନ ପ୍ରସାର କାର୍ଯ୍ୟକ୍ରମ ମାଧ୍ୟମରେ, ସରକାର ଜନସାଧାରଣଙ୍କ ଭାଗୀଦାରିତାରେ ‘ବିକଶିତ ଓଡ଼ିଶା’ ତଥା ସମୃଦ୍ଧ ଓଡ଼ିଶା ଗଠନର ବୃହତ୍ତର ଲକ୍ଷ୍ୟକୁ ସାକାର କରିବା ପାଇଁ ପ୍ରୟାସ କରିଛନ୍ତି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ସରକାରଙ୍କ ଏପ୍ରକାର ପ୍ରଚାରକୁ ବିରୋଧୀ କଟୁ ସମାଲୋଚନା କରିଛନ୍ତି । ବିଜେପି ସରକାରଙ୍କ ଝାରଖଣ୍ଡ ପ୍ରୀତି ବହୁ ପୁରୁଣା ଓ ନିର୍ଦ୍ଦିଷ୍ଟ ନେତାଙ୍କ ସୁପାରିସରେ ଓଡ଼ିଆ ଗାଡ଼ି ପରିବର୍ତ୍ତେ ପ୍ରଚାର ପାଇଁ ଝାରଖଣ୍ଡ ଗାଡ଼ି ଅଣାଯାଇଛି ବୋଲି ବିରୋଧୀ କହିଛନ୍ତି । ଅନ୍ୟପକ୍ଷରେ ସାଧାରଣ ଲୋକମାନେ ମଧ୍ୟ ଏହାକୁ ସାମାଜିକ ଗଣମାଧ୍ୟମରେ ସମାଲୋଚନା କରିଛନ୍ତି । ଓଡ଼ିଆଙ୍କୁ ଛାଡ଼ି ବର୍ତ୍ତମାନ କାହିଁକି ଝାଡ଼ଖଣ୍ଡୀଙ୍କ ପ୍ରତି ସରକାର ଆକୃଷ୍ଟ ହେଲେ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ଆହୁରି ପଢ଼ନ୍ତୁ: ଗଞ୍ଜାମରେ ବନ୍ୟାଞ୍ଚଳ ପରିଦର୍ଶନ କଲେ ନବୀନ, ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶାକୁ ନେଇ ଉଦବେଗ ପ୍ରକାଶ କରିବା ସହ ତୁରନ୍ତ ସହାୟତା ଦାବି କଲେ

ଏ ସମ୍ପର୍କରେ ନିଖିଳ ଓଡ଼ିଶା ଡ୍ରାଇଭର୍‌ ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି ଯେ ଏହା ଓଡ଼ିଆ ଅସ୍ମିତା ପ୍ରତି କୁଠାରଘାତ। ରାଜ୍ୟ ସରକାର ଓଡ଼ିଆ ଗାଡ଼ି ମାଲିକ ଓ ଓଡ଼ିଆ ଗାଡ଼ିଚାଳକଙ୍କୁ ଛାଡ଼ି ବାହାର ରାଜ୍ୟରୁ ଗାଡି଼ ଆଣୁଛନ୍ତି। ଏହାଦ୍ୱାରା ଓଡ଼ିଶାର ଟଙ୍କା ବାହାର ରାଜ୍ୟକୁ ଚାଲିଯିବ। ଓଡ଼ିଆଗାଡ଼ି ଚାଳକଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରିଥିଲେ ରାଜ୍ୟର କିଛି ଗାଡ଼ି ମାଲିକ ଓ ଗାଡ଼ି ଚାଳକ କିଛି ଅର୍ଥ ପାଇପାରିଥାନ୍ତେ। ଏହାକୁ ମହାସଂଘ ନାପସନ୍ଦ କରୁଛି ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଲାଞ୍ଚ ମାମଲାରେ ବାଲିଆପାଳ ସବ-ରେଜିଷ୍ଟ୍ରାର ମନୀଷା ମିଶ୍ରଙ୍କୁ ଚାକିରିରୁ ବହିଷ୍କୃତ କଲେ ରାଜ୍ୟ ସରକାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର