ଗଞ୍ଜାମରେ ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ କାଳିଆ ଆହତ, ଗୋଡ଼ରେ ବାଜିଛି ଗୁଳି

Madhusudan Das Picture
Published On

ଗଞ୍ଜାମ: ଆକ୍ସନ୍‌ ମୋଡ଼ରେ ବ୍ରହ୍ମପୁର ପୁଲିସ । ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ କାଳିଆ ଆହତ । ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଅଞ୍ଚଳରେ କାଳିଆକୁ ଏନ୍‌କାଉଣ୍ଟର କରିଛି ପୋଲିସ । ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ଘନଶ୍ୟାମ ବେହେରା ଓରଫ୍ କାଳିଆର ଆଣ୍ଠୁରେ ଗୁଳି ବାଜିଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ପୋଲିସ ସୂତ୍ରରୁ ପ୍ରକାଶ ଯେ, ପୁରୁଷୋତ୍ତମପୁର ଥାନା ଅଧିକାରୀ (IIC) କୁଳମଣି ସେଠୀ ଏବଂ ତାଙ୍କ ଟିମ୍ କୋଦଳା-ସିଂହାସିନୀ ରାସ୍ତାରେ କାଳିଆ ସହ ସାମ୍ନାସାମ୍ନି ହୋଇଥିଲେ। ସେହି ସମୟରେ ଅପରାଧୀ କାଳିଆ ପୋଲିସ ଟିମ୍ ଉପରକୁ ପ୍ରଥମେ ଗୁଳି ଚଳାଇଥିଲା। ପୋଲିସ ପକ୍ଷରୁ ଆତ୍ମରକ୍ଷା ପାଇଁ ପାଲଟା ଗୁଳି ଚାଳନା କରାଯାଇଥିଲା। ଏହି ଗୁଳିବିନିମୟରେ କାଳିଆର ଗୋଡ଼ରେ ଗୁଳି ବାଜିଥିଲା।

ଆହୁରି ପଢ଼ନ୍ତୁ: ପୋଖରୀରେ ବୁଡ଼ିଯାଉଥିଲେ ୨ ଛୋଟ ଝିଅ, ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଲେ ସସ୍ମିତା

ଅପରାଧୀ କାଳିଆ ନାମରେ ହତ୍ୟା, ହତ୍ୟା ଉଦ୍ୟମ, ଚୋରି ଏବଂ ଡକାୟତି ଭଳି ଏକାଧିକ ସଙ୍ଗିନ ମାମଲା ବିଭିନ୍ନ ଥାନାରେ ପଞ୍ଜିକୃତ ରହିଛି। ସେ ପୁରୁଷୋତ୍ତମପୁର ପୋଲିସ ଷ୍ଟେସନରେ ରୁଜୁ ହୋଇଥିବା ୩ଟି ମାମଲାରେ ଫେରାର୍ ଥିଲା। ବର୍ତ୍ତମାନ ପୋଲିସ ତାକୁ ଗିରଫ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର