ଅଦାଲତରେ ଆଉ ପଡ଼ି ରହିବନି ମାମଲା: ରାଜ୍ୟରେ ପ୍ରତିଷ୍ଠା ହେବ ଏକାଧିକ କୋର୍ଟ

The Sakala Picture
Published On

ଭୁବନେଶ୍ୱର: ଗୋଟିଏ ମାମଲାର ରାୟ ଆସିବା ପାଇଁ ୧୦ରୁ ୧୪ ବର୍ଷ ଲାଗୁଛି। ସେତେବେଳକୁ ଅଭିଯୋଗକାରୀ କୋର୍ଟ ଦୌଡ଼ି ଦୌଡ଼ି ହତାଶ ହୋଇପଡୁଛନ୍ତି। ଅନେକ ମାମଲାରେ ରାୟ ଆସିବା ପୂର୍ବରୁ ଅଭିଯୁକ୍ତର ମଧ୍ୟ ମୃତ୍ୟୁ ହୋଇଯାଉଛି। କିନ୍ତୁ ଏବେ ଆଉ ପୀଡ଼ିତଙ୍କୁ ନ୍ୟାୟ ପାଇଁ ବର୍ଷ ବର୍ଷ ଅପେକ୍ଷା କରିବାକୁ ପଡ଼ିବ ନାହିଁ। କାରଣ ପଡ଼ି ରହିଥିବା ମାମଲାଗୁଡ଼ିକର ତ୍ୱରିତ ଫଏସଲା ପାଇଁ ରାଜ୍ୟରେ ଏକାଧିକ କୋର୍ଟ ପ୍ରତିଷ୍ଠା କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ବିଭିନ୍ନ […]

ଭୁବନେଶ୍ୱର: ଗୋଟିଏ ମାମଲାର ରାୟ ଆସିବା ପାଇଁ ୧୦ରୁ ୧୪ ବର୍ଷ ଲାଗୁଛି। ସେତେବେଳକୁ ଅଭିଯୋଗକାରୀ କୋର୍ଟ ଦୌଡ଼ି ଦୌଡ଼ି ହତାଶ ହୋଇପଡୁଛନ୍ତି। ଅନେକ ମାମଲାରେ ରାୟ ଆସିବା ପୂର୍ବରୁ ଅଭିଯୁକ୍ତର ମଧ୍ୟ ମୃତ୍ୟୁ ହୋଇଯାଉଛି। କିନ୍ତୁ ଏବେ ଆଉ ପୀଡ଼ିତଙ୍କୁ ନ୍ୟାୟ ପାଇଁ ବର୍ଷ ବର୍ଷ ଅପେକ୍ଷା କରିବାକୁ ପଡ଼ିବ ନାହିଁ। କାରଣ ପଡ଼ି ରହିଥିବା ମାମଲାଗୁଡ଼ିକର ତ୍ୱରିତ ଫଏସଲା ପାଇଁ ରାଜ୍ୟରେ ଏକାଧିକ କୋର୍ଟ ପ୍ରତିଷ୍ଠା କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ବିଭିନ୍ନ ଅଦାଲତରେ ପଡ଼ି ରହିଥିବା ମାମଲା ସଂଖ୍ୟା ହ୍ରାସ ପାଇଁ ୨୦୧୧ ମସିହାରେ ରାଜ୍ୟ ସରକାର ସ୍ୱତନ୍ତ୍ର ମାମଲା ନୀତି ପ୍ରଣୟନ କରିଥିଲେ। ଏହାର କାର୍ଯ୍ୟକାରିତା ପାଇଁ ରାଜ୍ୟ ସ୍ତରରେ ଏକ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ଏବଂ ଜିଲ୍ଲା ସ୍ତରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁରୂପ କମିଟିମାନ ଗଢ଼଼ାଯାଇଥିଲା। ଏହି କମିଟିର ବୈଠକ ବସି ମାମଲା କିଭଳି ଶୀଘ୍ର ଫଇସଲା ହେବ, ସେ ଦିଗରେ ଗୁରୁତ୍ୱ ଦିଆଯାଉଛି। ଯେଉଁଥିପାଇଁ ବର୍ତ୍ତମାନ ଏକାଧିକ ମାମଲା ଶୀଘ୍ର ଫଇସଲା ହୋଇପାରୁଛି।

ଆହୁରି ପଢ଼ନ୍ତୁ: ବର୍ଷକୁ ୧୦ ଦିନ ବିନା ବ୍ୟାଗ୍‌ରେ ସ୍କୁଲ୍‌ ଆସିବେ ପିଲା, ଜାତୀୟ ଶିକ୍ଷା ନୀତି-୨୦୨୦କୁ ଲାଗୁ ନିଷ୍ପତ୍ତି

ସମ୍ପ୍ରତି ରାଜ୍ୟର ବିଭିନ୍ନ ଅଦାଲତରେ ପ୍ରାୟ ୧୭ ଲକ୍ଷ ମାମଲା ବିଚାର ପ୍ରତୀକ୍ଷାରେ ପଡ଼ି ରହିଛି। ମାମଲା ପରିଚାଳନା ପାଇଁ ଆବଶ୍ୟକ ପିପି(ସରକାରୀ ଓକିଲ)ଙ୍କୁ ନିଯୁକ୍ତି ଦେବା ସହ ଏକାଧିକ ନୂତନ କୋର୍ଟ ପ୍ରତିଷ୍ଠା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି। ଫଳରେ ମାମଲାର ତ୍ୱରିତ ଶୁଶାଣି ହୋଇପାରୁଛି। ବର୍ଷକୁ ଯେତେ ମାମଲା ଫଏସଲା ହେଉଛି, ତାହା ଅପେକ୍ଷା ଢେର୍‌ ଅଧିକ ସଂଖ୍ୟକ ମାମଲା ରୁଜୁ ହେବାରେ ଲାଗିଛି। ସାରା ଦେଶରେ ଏବେ ୪ କୋଟି ୩୦ ଲକ୍ଷରୁ ଅଧିକ ମାମଲା ବିଚାର ପ୍ରତୀକ୍ଷାରେ ଥିବା ବେଳେ ସେଥିରୁ ୩ କୋଟିରୁ ଅଧିକ ହେଉଛି ଆପରାଧିକ ମାମଲା। ଏଗୁଡ଼ିକ ମଧ୍ୟରୁ ଅଧାରୁ ଅଧିକ ୫ ବର୍ଷର ପୁରୁଣା। ଏମିତିକି ୩୦ ବର୍ଷ ଓ ତଦୂର୍ଦ୍ଧ୍ବ ସମୟର କିଛି ଆପରାଧିକ ମାମଲା ବି ଅଦାଲତରେ ଗଡ଼ୁଛି। ରାଜ୍ୟରେ ବିଚାରାଧୀନ ମାମଲାଗୁଡ଼ିକ ମଧ୍ୟରୁ ପ୍ରାୟ ୧୩ଲକ୍ଷ ହେଉଛି ଅପରାଧିକ ମାମଲା ଏବଂ ଏହାର ମଧ୍ୟ ୬୦ ପ୍ରତିଶତରୁ ଅଧିକ ୫ବର୍ଷରୁ ଅଧିକ ସମୟ ଧରି ଗଡ଼ୁଛି। ଦେୱାନୀ ମାମଲାଗୁଡ଼ିକରୁ ଅଧିକାଂଶ ପୁରୁଷ ପୁରୁଷ ଧରି ଛିଡୁନାହିଁ। ଫଳରେ ଜମିବାଡ଼ି ବିବାଦରୁ ଲଙ୍କାକାଣ୍ଡ ଘଟି ଅନେକ ଆପରାଧିକ ମାମଲାର ଶାଖା ମେଲିବା ସହିତ ପାରିବାରିକ ଓ ସାମାଜିକ ଜୀବନ ଦୁର୍ବିଷହ ହୋଇପଡୁଛି।

ଆହୁରି ପଢ଼ନ୍ତୁ: ବାପ-ପୁଅଙ୍କ ମିଥ୍ୟା ଅଭିଯୋଗକୁ ଖଣ୍ଡନ କଲେ ଗ୍ରାମବାସୀ: ନ୍ୟାୟ ନମିଳିଲେ ସାମୂହିକ ଆତ୍ମହତ୍ୟା ଚେତାବନୀ

ଅନ୍ୟପକ୍ଷରେ ସାରା ଦେଶରେ ଆପରାଧିକ ମାମଲାଗୁଡ଼ିକରେ ଦଣ୍ଡବିଧାନ ହାର ୩୦ ପ୍ରତିଶତରୁ କମ୍‌‌ ରହୁଛି। କେବଳ ସେତିକି ନୁହେଁ; ବିଚାର ପ୍ରତୀକ୍ଷାରେ ଥିବା ଆପରାଧିକ ମାମଲାଗୁଡ଼ିକ ମଧ୍ୟରୁ ୮ପ୍ରତିଶତ ବି ଫଏସଲା ହୋଇପାରୁନାହିଁ। ସମ୍ୱେଦନଶୀଳ ମାମଲାରେ ଦଣ୍ଡବିଧାନ ହାର ମାତ୍ର ୧୦ ପ୍ରତିଶତ ରହିଛି। ଗୋଟିଏ ବର୍ଷରେ ମାମଲା ଫଏସଲା ହାର ୫ପ୍ରତିଶତରୁ କମ୍‌‌ ରହୁଛି। ତେବେ ଦୁର୍ନୀତି ନିବାରଣ ମାମଲାରେ ରାଜ୍ୟରେ ଦଣ୍ଡବିଧାନ ହାର ପ୍ରାୟ ୫୦ ପ୍ରତିଶତ ରହୁଛି; ଯାହାକି ଜାତୀୟ ହାରଠାରୁ ଅଧିକ।

ଆହୁରି ପଢ଼ନ୍ତୁ: ଚାନ୍ଦିପୁରରେ DRDO ପକ୍ଷରୁ ସଫଳ କ୍ଷେପଣାସ୍ତ୍ର ପରୀକ୍ଷଣ: ସୁରକ୍ଷିତ ସ୍ଥାନକୁ ଗଲେ ୧୧ ହଜାରରୁ ଅଧିକ ଲୋକ

15 Apr 2024 By The Sakala

ଅଦାଲତରେ ଆଉ ପଡ଼ି ରହିବନି ମାମଲା: ରାଜ୍ୟରେ ପ୍ରତିଷ୍ଠା ହେବ ଏକାଧିକ କୋର୍ଟ

ଭୁବନେଶ୍ୱର: ଗୋଟିଏ ମାମଲାର ରାୟ ଆସିବା ପାଇଁ ୧୦ରୁ ୧୪ ବର୍ଷ ଲାଗୁଛି। ସେତେବେଳକୁ ଅଭିଯୋଗକାରୀ କୋର୍ଟ ଦୌଡ଼ି ଦୌଡ଼ି ହତାଶ ହୋଇପଡୁଛନ୍ତି। ଅନେକ ମାମଲାରେ ରାୟ ଆସିବା ପୂର୍ବରୁ ଅଭିଯୁକ୍ତର ମଧ୍ୟ ମୃତ୍ୟୁ ହୋଇଯାଉଛି। କିନ୍ତୁ ଏବେ ଆଉ ପୀଡ଼ିତଙ୍କୁ ନ୍ୟାୟ ପାଇଁ ବର୍ଷ ବର୍ଷ ଅପେକ୍ଷା କରିବାକୁ ପଡ଼ିବ ନାହିଁ। କାରଣ ପଡ଼ି ରହିଥିବା ମାମଲାଗୁଡ଼ିକର ତ୍ୱରିତ ଫଏସଲା ପାଇଁ ରାଜ୍ୟରେ ଏକାଧିକ କୋର୍ଟ ପ୍ରତିଷ୍ଠା କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ବିଭିନ୍ନ ଅଦାଲତରେ ପଡ଼ି ରହିଥିବା ମାମଲା ସଂଖ୍ୟା ହ୍ରାସ ପାଇଁ ୨୦୧୧ ମସିହାରେ ରାଜ୍ୟ ସରକାର ସ୍ୱତନ୍ତ୍ର ମାମଲା ନୀତି ପ୍ରଣୟନ କରିଥିଲେ। ଏହାର କାର୍ଯ୍ୟକାରିତା ପାଇଁ ରାଜ୍ୟ ସ୍ତରରେ ଏକ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ଏବଂ ଜିଲ୍ଲା ସ୍ତରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁରୂପ କମିଟିମାନ ଗଢ଼଼ାଯାଇଥିଲା। ଏହି କମିଟିର ବୈଠକ ବସି ମାମଲା କିଭଳି ଶୀଘ୍ର ଫଇସଲା ହେବ, ସେ ଦିଗରେ ଗୁରୁତ୍ୱ ଦିଆଯାଉଛି। ଯେଉଁଥିପାଇଁ ବର୍ତ୍ତମାନ ଏକାଧିକ ମାମଲା ଶୀଘ୍ର ଫଇସଲା ହୋଇପାରୁଛି।

ସମ୍ପ୍ରତି ରାଜ୍ୟର ବିଭିନ୍ନ ଅଦାଲତରେ ପ୍ରାୟ ୧୭ ଲକ୍ଷ ମାମଲା ବିଚାର ପ୍ରତୀକ୍ଷାରେ ପଡ଼ି ରହିଛି। ମାମଲା ପରିଚାଳନା ପାଇଁ ଆବଶ୍ୟକ ପିପି(ସରକାରୀ ଓକିଲ)ଙ୍କୁ ନିଯୁକ୍ତି ଦେବା ସହ ଏକାଧିକ ନୂତନ କୋର୍ଟ ପ୍ରତିଷ୍ଠା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି। ଫଳରେ ମାମଲାର ତ୍ୱରିତ ଶୁଶାଣି ହୋଇପାରୁଛି। ବର୍ଷକୁ ଯେତେ ମାମଲା ଫଏସଲା ହେଉଛି, ତାହା ଅପେକ୍ଷା ଢେର୍‌ ଅଧିକ ସଂଖ୍ୟକ ମାମଲା ରୁଜୁ ହେବାରେ ଲାଗିଛି। ସାରା ଦେଶରେ ଏବେ ୪ କୋଟି ୩୦ ଲକ୍ଷରୁ ଅଧିକ ମାମଲା ବିଚାର ପ୍ରତୀକ୍ଷାରେ ଥିବା ବେଳେ ସେଥିରୁ ୩ କୋଟିରୁ ଅଧିକ ହେଉଛି ଆପରାଧିକ ମାମଲା। ଏଗୁଡ଼ିକ ମଧ୍ୟରୁ ଅଧାରୁ ଅଧିକ ୫ ବର୍ଷର ପୁରୁଣା। ଏମିତିକି ୩୦ ବର୍ଷ ଓ ତଦୂର୍ଦ୍ଧ୍ବ ସମୟର କିଛି ଆପରାଧିକ ମାମଲା ବି ଅଦାଲତରେ ଗଡ଼ୁଛି। ରାଜ୍ୟରେ ବିଚାରାଧୀନ ମାମଲାଗୁଡ଼ିକ ମଧ୍ୟରୁ ପ୍ରାୟ ୧୩ଲକ୍ଷ ହେଉଛି ଅପରାଧିକ ମାମଲା ଏବଂ ଏହାର ମଧ୍ୟ ୬୦ ପ୍ରତିଶତରୁ ଅଧିକ ୫ବର୍ଷରୁ ଅଧିକ ସମୟ ଧରି ଗଡ଼ୁଛି। ଦେୱାନୀ ମାମଲାଗୁଡ଼ିକରୁ ଅଧିକାଂଶ ପୁରୁଷ ପୁରୁଷ ଧରି ଛିଡୁନାହିଁ। ଫଳରେ ଜମିବାଡ଼ି ବିବାଦରୁ ଲଙ୍କାକାଣ୍ଡ ଘଟି ଅନେକ ଆପରାଧିକ ମାମଲାର ଶାଖା ମେଲିବା ସହିତ ପାରିବାରିକ ଓ ସାମାଜିକ ଜୀବନ ଦୁର୍ବିଷହ ହୋଇପଡୁଛି।

ଅନ୍ୟପକ୍ଷରେ ସାରା ଦେଶରେ ଆପରାଧିକ ମାମଲାଗୁଡ଼ିକରେ ଦଣ୍ଡବିଧାନ ହାର ୩୦ ପ୍ରତିଶତରୁ କମ୍‌‌ ରହୁଛି। କେବଳ ସେତିକି ନୁହେଁ; ବିଚାର ପ୍ରତୀକ୍ଷାରେ ଥିବା ଆପରାଧିକ ମାମଲାଗୁଡ଼ିକ ମଧ୍ୟରୁ ୮ପ୍ରତିଶତ ବି ଫଏସଲା ହୋଇପାରୁନାହିଁ। ସମ୍ୱେଦନଶୀଳ ମାମଲାରେ ଦଣ୍ଡବିଧାନ ହାର ମାତ୍ର ୧୦ ପ୍ରତିଶତ ରହିଛି। ଗୋଟିଏ ବର୍ଷରେ ମାମଲା ଫଏସଲା ହାର ୫ପ୍ରତିଶତରୁ କମ୍‌‌ ରହୁଛି। ତେବେ ଦୁର୍ନୀତି ନିବାରଣ ମାମଲାରେ ରାଜ୍ୟରେ ଦଣ୍ଡବିଧାନ ହାର ପ୍ରାୟ ୫୦ ପ୍ରତିଶତ ରହୁଛି; ଯାହାକି ଜାତୀୟ ହାରଠାରୁ ଅଧିକ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର