ରାଜ୍ୟରୁ ହଟିବ ପିଆଜ ଦୁଃଖ : ଆତ୍ମନିର୍ଭରଶୀଳ କରିବ ‘ଏଲ୍‍-୮୮୩’

The Sakala Picture
Published On

ବୌଦ୍ଧ : ଆଉ ରହିବନି ପିଆଜ ଦୁଃଖ। ଦର ବୃଦ୍ଧି ବେଳେ ନିର୍ଭର କରିବାକୁ ପଡ଼ିବନି ପଡୋଶୀ ରାଜ୍ୟ ଉପରେ। ଅଭାବ ସମୟରେ ଆମ ଘର ପାଖରେ ମଧ୍ୟ ମିଳିପାରିବ ଉତ୍କୃଷ୍ଟ ଓ ଉନ୍ନତ ଧରଣର ପିଆଜ। ଏମିତି ଆଶା ନେଇ ପଶ୍ଚିମ ଓଡିଶାରେ ବୌଦ୍ଧ ଜିଲ୍ଲାରେ ଆରମ୍ଭ ହୋଇଛି ଉତ୍କୃଷ୍ଟ ପ୍ରଜାତିର ‘ଏଲ୍‍-୮୮୩’ ପିଆଜର ପରୀକ୍ଷା ମୂଳକ ଚାଷ। ଖରିଫ ଋତୁ ପାଇଁ ନାସିକ୍‍ ସ୍ଥିତ ଜାତୀୟ ଉଦ୍ୟାନ କୃଷି ଗବେଷଣା ଓ ଉନ୍ନୟନ ପ୍ରତିଷ୍ଠାନର […]

ବୌଦ୍ଧ : ଆଉ ରହିବନି ପିଆଜ ଦୁଃଖ। ଦର ବୃଦ୍ଧି ବେଳେ ନିର୍ଭର କରିବାକୁ ପଡ଼ିବନି ପଡୋଶୀ ରାଜ୍ୟ ଉପରେ। ଅଭାବ ସମୟରେ ଆମ ଘର ପାଖରେ ମଧ୍ୟ ମିଳିପାରିବ ଉତ୍କୃଷ୍ଟ ଓ ଉନ୍ନତ ଧରଣର ପିଆଜ। ଏମିତି ଆଶା ନେଇ ପଶ୍ଚିମ ଓଡିଶାରେ ବୌଦ୍ଧ ଜିଲ୍ଲାରେ ଆରମ୍ଭ ହୋଇଛି ଉତ୍କୃଷ୍ଟ ପ୍ରଜାତିର ‘ଏଲ୍‍-୮୮୩’ ପିଆଜର ପରୀକ୍ଷା ମୂଳକ ଚାଷ। ଖରିଫ ଋତୁ ପାଇଁ ନାସିକ୍‍ ସ୍ଥିତ ଜାତୀୟ ଉଦ୍ୟାନ କୃଷି ଗବେଷଣା ଓ ଉନ୍ନୟନ ପ୍ରତିଷ୍ଠାନର (ଏନ୍‍ଏଚ୍‍ଆରଡିଏଫ୍‍) ଦ୍ୱାରା ବିକଶିତ ଏହି ଉତ୍କୃଷ୍ଟ ପ୍ରଜାତି ‘ଏଲ-୮୮୩’ ପିଆଜକୁ ବୌଦ୍ଧସ୍ଥିତ ଏନ୍‍ଏଚ୍‍ଆରଡିଏଫ୍‍ରେ ପରୀକ୍ଷାମୂଳକ ଭାବେ ଚାଷ କରାଯାଇଛି। ପିଆଜ ଉତ୍ପାଦନ କ୍ଷେତ୍ରରେ ଏହା ଓଡ଼ିଶାକୁ ଆତ୍ମନିର୍ଭର କରିପାରିବ ବୋଲି ଆଶା ରଖିଛନ୍ତି ବୈଜ୍ଞାନିକମାନେ।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ମହାରାଷ୍ଟ୍ର, ଗୁଜୁରାଟ, ମଧ୍ୟପ୍ରଦେଶ, ରାଜସ୍ଥାନ ସମେତ ଦକ୍ଷିଣ ଭାରତରେ ଖରିଫ୍‍ ଓ ବିଳମ୍ବିତ ଖରିଫ୍‍ ପିଆଜ ଚାଷ କରାଯାଉଛି। ଏଠାକାର ପାଣିପାଗ ଓ ଜମି ଖରିଫ ସମୟରେ ପିଆଜ ଉତ୍ପାଦନ ପାଇଁ ବେଶ ଉପଯୋଗୀ। ସମାନ ଧରଣର ପାଣିପାଗ ଓ ଉପଯୋଗୀ ଜମି ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ ମଧ୍ୟ ରହିଛି। ଉକ୍ତ ଜମିକୁ ଚିହ୍ନଟ କରି ପିଆଜ ଚାଷ ପାଇଁ ଉପଯୋଗ କରାଯାଇପାରିଲେ ପ୍ରତିବର୍ଷ ଓଡ଼ିଶା ଲୋକ ପିଆଜ ପାଇଁ ଯେଉଁ କଲବଲ ହେଉଛନ୍ତି, ତା’ହା ଆଉ ହେବାକୁ ପଡ଼ିବ ନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଖରିଫ ପାଇଁ ଉପଯୋଗୀ ଜମି ପଶ୍ଚିମଓଡ଼ିଶାରେ ରହିଥିବା ବେଳେ ବର୍ତ୍ତମାନ ଉତ୍କୃଷ୍ଟ କିସମର ମଞ୍ଜି ଓ ଚାରା ମଧ୍ୟ ଉପଲବ୍ଧ ହେଉଛି। ତେଣୁ ଏଠାରେ ପିଆଜ ଚାଷ କରିବାକୁ ଉଦ୍ୟମ କରିବାକୁ ପଡ଼ିବ ବୋଲି ବୈଜ୍ଞାନିକମାନେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ଦେଶର ୬୦ ପ୍ରତିଶତ ପିଆଜ ରବି ଋତୁରେ ଲଗାଯାଉଥିବା ବେଳେ ୨୦ ପ୍ରତିଶତ ଖରିଫ ଓ ଅବଶିଷ୍ଟ ୨୦ ପ୍ରତିଶତ ବିଳମ୍ବିତ ଖରିଫରେ ଲଗାଯାଉଛି। ରବି ଋତୁ ଅର୍ଥାତ ଅଗଷ୍ଟରୁ ନଭେମ୍ବର ମଧ୍ୟରେ ଲଗାଯାଇଥିବା ସର୍ବାଧିକ ପିଆଜ ଏପ୍ରିଲ ମାସ ସୁଦ୍ଧା ଉତ୍ପାଦନ ହୋଇଥାଏ। ଗୋଟିଏ ସମୟରେ ପୂରା ଦେଶରେ ପିଆଜ ଉତ୍ପାଦନ ଓ ପର୍ଯ୍ୟାପ୍ତ ସଂରକ୍ଷଣ ବ୍ୟବସ୍ଥା ଅଭାବରୁ ସେହି ସମୟରେ ପିଆଜ କମ୍‍ ମୂଲ୍ୟରେ ବିକ୍ରି ହୋଇଯାଏ। ହେଲେ ଖରିଫ ଓ ବିଳମ୍ବିତ ଖରିଫରେ ପିଆଜ ଉତ୍ପାଦନ ପାଇଁ ଉପଯୁକ୍ତ ପାଣିପାଗ, ଉପଯୋଗୀ ଜମି ଓ ଉତ୍କୃଷ୍ଟ ବିହନ ଉପଲବ୍ଧ ହେତୁ ମହାରାଷ୍ଟ୍ର, ଗୁଜୁରାଟ ଭଳି ରାଜ୍ୟ ଏହାର ଫାଇଦା ଉଠାଇଥାନ୍ତି। ସମାନ ସୁବିଧା ଓଡ଼ିଶାର ପଶ୍ଚିମ ଭାଗରେ ମଧ୍ୟ ଉପଲବ୍ଧ ଅଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

ବିଶେଷକରି ରାଉରକେଲା, ଝାରସୁଗୁଡା, କଳାହାଣ୍ଡି, ସମ୍ବଲପୁର, ବଲାଙ୍ଗିରର ଟିଟଲାଗଡ ଓ ବୌଦ୍ଧ ଜିଲ୍ଲାରେ ସମାନ ଧରଣର ପାଣିପାଗ ଓ ଜମି ରହିଛି। ଏଥିସହିତ ମହାରାଷ୍ଟ୍ର ଚାଷୀ ଯେଉଁ ଏଲ-୮୮୩ କିସମର ପିଆଜ ଚାଷ କରି ଲାଭବାନ ହେଉଛନ୍ତି ବର୍ତ୍ତମାନ ତାହା ପରୀକ୍ଷାମୂଳକ ଭାବେ ବୌଦ୍ଧ ସ୍ଥିତ ଏନ୍‍ଏଚ୍‍ଆରଡିଏଫ୍‍ରେ ଚାଷ କରାଯାଇଛି ବୋଲି ଏନ୍‍ଏଚ୍‍ଆରଡିଏଫ୍‍ର ଉପ ନିର୍ଦ୍ଦେଶକ ରଜନୀଶ ମିଶ୍ରା କହିଛନ୍ତି। ଏଥିପାଇଁ କିନ୍ତୁ ଉଦ୍ୟାନ ବିଭାଗକୁ ସାମାନ୍ୟ କ୍ରୀୟାଶୀଳ ହେବାକୁ ପଡ଼ିବ। ଉପରୋକ୍ତ ଜିଲ୍ଲାଗୁଡିକରେ ସର୍ବେକ୍ଷଣ କରିବା, ଉପଯୋଗୀ ଜମି ଚିହ୍ନଟ କରିବା, ଚାଷୀଙ୍କୁ ଖରିଫ ପିଆଜ ଚାଷ ପାଇଁ ପ୍ରବର୍ତ୍ତାଇବା, ଉପଯୁକ୍ତ ତାଲିମ୍‍ ପ୍ରଦାନ ଦିଗରେ ସହାୟତା ଦେବା ଏବଂ ପ୍ରଯୁଯ୍ୟ ମଞ୍ଜି ଓ ଚାରା ଯୋଗାଇବାକୁ ହେବ।

ଅନ୍ୟପକ୍ଷରେ ଖରିଫ୍‍ ଓ ବିଳମ୍ବିତ ଖରିଫ ଋତୁ ପାଇଁ କେତେକ ନିର୍ଦ୍ଦିଷ୍ଟ ପ୍ରଜାତିର ମଞ୍ଜି ଓ ଚାରାର ଆବଶ୍ୟକତା ରହିଛି। ଏନ୍‍ଏଚ୍‍ଆରଡିଏଫ୍‍ ଦ୍ୱାରା ବିକଶିତ ଏଗ୍ରି ଫାଉଣ୍ଡ ଡାର୍କ ରେଡ, ଏଲ-୮୮୩ ଖରିଫ ଏବଂ ବିଳମ୍ବିତ ଖରିଫ ଋତୁ ପାଇଁ ସବୁଠାରୁ ଅଧିକ ଉପଯୋଗୀ ପିଆଜ ଚାରା। ଏହାର ବ୍ୟବହାର ନେଇ ଚାଷୀଙ୍କୁ ସଚେତନ କରାଗଲେ ଓଡ଼ିଶାରେ ପିଆଜ ଅଭାବ ପରିସ୍ଥିତି ଦୂର ହୋଇପାରିବ ବୋଲି ଶ୍ରୀ ମିଶ୍ରା କହିଛନ୍ତି। ସେଥିପାଇଁ ଚାଷୀଙ୍କୁ ଏନ୍‍ଏଚ୍‍ଆରଡିଏଫ୍‍ ତରଫରୁ ଆବଶ୍ୟକ ତାଲିମ ଓ ଅନ୍ୟ ବୈଷୟିକ ସହଯୋଗ ମିଳିପାରିବ। ୨୦୧୯ ଏନ୍‍ଏଚ୍‍ଆରଡିଏଫ୍‍ ଓ ୱାଇସିଡିଏର ମିଳିତ ପ୍ରୟାସରେ ବୌଦ୍ଧ ଜିଲ୍ଲାରେ ଖରିଫ ପିଆଜ ଚାଷ କରାଯାଇଥିଲା ଏବଂ ସଫଳ ମଧ୍ୟ ହୋଇଥିବା ସେ ପ୍ରକାଶ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର