ନୟାଗଡ଼ ଜିଲ୍ଲାରେ “ଏର୍ଥ ଆୱର” ପାଳନ ପାଇଁ ଅଭିଯାନ

Madhusudan Das Picture
Published On

ନୟାଗଡ଼: ପରିବେଶ ସୁରକ୍ଷା ଓ ବିଦ୍ୟୁତ ସଞ୍ଚୟ ପ୍ରତି ସଚେତନତା ବୃଦ୍ଧି ପାଇଁ ନୟାଗଡ଼ ଜିଲ୍ଲାରେ “ଏର୍ଥ ଆୱର” ପାଳନକୁ ନେଇ ବ୍ୟାପକ ଅଭିଯାନ ଆରମ୍ଭ କରିଛି “ସେଣ୍ଟର ଫର୍ ଯୁଥ ଏଣ୍ଡ ସୋସିଆଲ୍ ୱେଲଫେୟାର (CYSW)”। ଆଜି ସନ୍ଧ୍ୟା ୮.୩୦ରୁ ୯.୩୦ ପର୍ଯ୍ୟନ୍ତ ସମସ୍ତଙ୍କୁ ଅନାବଶ୍ୟକ ବିଦ୍ୟୁତ ବ୍ୟବହାର ବନ୍ଦ କରିବାକୁ ସଂଗଠନ ପକ୍ଷରୁ ଆହ୍ୱାନ ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: କାଠଯୋଡ଼ି ନଦୀରୁ ମେଡିକାଲ ଛାତ୍ରୀ ମୃତଦେହ ଉଦ୍ଧାର ଘଟଣା: ବାରଙ୍ଗ ଥାନାରେ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କ ବିରୋଧରେ ଅଭିଯୋଗ

“ବିଦ୍ୟୁତ ବଞ୍ଚାନ୍ତୁ, ଭବିଷ୍ୟତ ସୁରକ୍ଷିତ କରନ୍ତୁ” ସ୍ଲୋଗାନ୍ ସହିତ ଏହି ଅଭିଯାନ ଚାଲିଛି। ଅନାବଶ୍ୟକ ବଲ୍ବ ଓ ବିଦ୍ୟୁତ ଯନ୍ତ୍ର ପ୍ରୟୋଗ କମେଇବା, ପ୍ରାକୃତିକ ଆଲୋକ ଓ ପ୍ରାକୃତିକ ତାପମାତ୍ରାକୁ ଗୁରୁତ୍ୱ ଦେବା ପାଇଁ ସଂଗଠନ ଲୋକମାନଙ୍କୁ ସଚେତନ କରୁଛି। ସଂଗଠନର ସମ୍ପାଦକ ଡ଼ଃ ନୀତୁରଞ୍ଜନ ଦାଶ କହିଛନ୍ତି ଯେ, ଏହି ଅଭିଯାନ ଆମ ପୃଥିବୀ ପ୍ରତି ଦାୟିତ୍ୱବୋଧ ଓ ସଚେତନ ଚିନ୍ତାଧାରାକୁ ବୃଦ୍ଧି କରିବାର ଏକ ପ୍ରୟାସ। ପ୍ରକୃତି ପାଇଁ ଆମର ଏହି ଛୋଟ ପଦକ୍ଷେପ ଆଗାମୀ ଦିନରେ ସକାରାତ୍ମକ ପରିଣାମ ଆଣିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ସେ ଆହୁରି କହିଛନ୍ତି ଯେ, ପ୍ରକୃତିକୁ ସୁରକ୍ଷା କରିଲେ ଆମେ ସେଥିରୁ ସିଧାସଳଖ ଲାଭ ପାଇପାରିବା। ଏହି ପ୍ରୟାସରେ ସମସ୍ତଙ୍କୁ ସହଭାଗୀ ହୋଇ ସଫଳ କରିବାକୁ ସେ ଆହ୍ୱାନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଟ୍ୱିନ୍ ସିଟିରେ କଳା ଅନ୍ଧାର କରି ମାଡ଼ି ଆସିଲା କାଳବୈଶାଖୀ, କିଛି ସ୍ଥାନରେ ପବନ ସହ ଘଡ଼ଘଡ଼ି ବର୍ଷା

28 Mar 2026 By Madhusudan Das

ନୟାଗଡ଼ ଜିଲ୍ଲାରେ “ଏର୍ଥ ଆୱର” ପାଳନ ପାଇଁ ଅଭିଯାନ

ନୟାଗଡ଼: ପରିବେଶ ସୁରକ୍ଷା ଓ ବିଦ୍ୟୁତ ସଞ୍ଚୟ ପ୍ରତି ସଚେତନତା ବୃଦ୍ଧି ପାଇଁ ନୟାଗଡ଼ ଜିଲ୍ଲାରେ “ଏର୍ଥ ଆୱର” ପାଳନକୁ ନେଇ ବ୍ୟାପକ ଅଭିଯାନ ଆରମ୍ଭ କରିଛି “ସେଣ୍ଟର ଫର୍ ଯୁଥ ଏଣ୍ଡ ସୋସିଆଲ୍ ୱେଲଫେୟାର (CYSW)”। ଆଜି ସନ୍ଧ୍ୟା ୮.୩୦ରୁ ୯.୩୦ ପର୍ଯ୍ୟନ୍ତ ସମସ୍ତଙ୍କୁ ଅନାବଶ୍ୟକ ବିଦ୍ୟୁତ ବ୍ୟବହାର ବନ୍ଦ କରିବାକୁ ସଂଗଠନ ପକ୍ଷରୁ ଆହ୍ୱାନ ଜାରି କରାଯାଇଛି।

“ବିଦ୍ୟୁତ ବଞ୍ଚାନ୍ତୁ, ଭବିଷ୍ୟତ ସୁରକ୍ଷିତ କରନ୍ତୁ” ସ୍ଲୋଗାନ୍ ସହିତ ଏହି ଅଭିଯାନ ଚାଲିଛି। ଅନାବଶ୍ୟକ ବଲ୍ବ ଓ ବିଦ୍ୟୁତ ଯନ୍ତ୍ର ପ୍ରୟୋଗ କମେଇବା, ପ୍ରାକୃତିକ ଆଲୋକ ଓ ପ୍ରାକୃତିକ ତାପମାତ୍ରାକୁ ଗୁରୁତ୍ୱ ଦେବା ପାଇଁ ସଂଗଠନ ଲୋକମାନଙ୍କୁ ସଚେତନ କରୁଛି। ସଂଗଠନର ସମ୍ପାଦକ ଡ଼ଃ ନୀତୁରଞ୍ଜନ ଦାଶ କହିଛନ୍ତି ଯେ, ଏହି ଅଭିଯାନ ଆମ ପୃଥିବୀ ପ୍ରତି ଦାୟିତ୍ୱବୋଧ ଓ ସଚେତନ ଚିନ୍ତାଧାରାକୁ ବୃଦ୍ଧି କରିବାର ଏକ ପ୍ରୟାସ। ପ୍ରକୃତି ପାଇଁ ଆମର ଏହି ଛୋଟ ପଦକ୍ଷେପ ଆଗାମୀ ଦିନରେ ସକାରାତ୍ମକ ପରିଣାମ ଆଣିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ସେ ଆହୁରି କହିଛନ୍ତି ଯେ, ପ୍ରକୃତିକୁ ସୁରକ୍ଷା କରିଲେ ଆମେ ସେଥିରୁ ସିଧାସଳଖ ଲାଭ ପାଇପାରିବା। ଏହି ପ୍ରୟାସରେ ସମସ୍ତଙ୍କୁ ସହଭାଗୀ ହୋଇ ସଫଳ କରିବାକୁ ସେ ଆହ୍ୱାନ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର