କେନ୍ଦ୍ର-ରାଜ୍ୟ ମଧ୍ୟରେ ଚୁକ୍ତି, ଖୁବଶୀଘ୍ର ନବରଙ୍ଗପୁରକୁ ଗଡ଼ିବ ରେଳ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଉଦ୍ୟମ ଫଳରେ ପୂରଣ ହେବାକୁ ଯାଉଛି ନବରଙ୍ଗପୁର ଜିଲ୍ଲାର ବହୁ ଦିନର ସ୍ୱପ୍ନ । ଆଦିବାସୀ ଅଧ୍ୟୁଷିତ ଏହି ଜିଲ୍ଲା ସ୍ୱାଧୀନତାର ୭୪ ବର୍ଷ ପରେ ପାଇବ ରେଳ ସେବା । କେନ୍ଦ୍ର ସରକାରଙ୍କ ସହ ଚୁକ୍ତି ପରେ ମାଗଣା ଜମି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ଆରମ୍ଭ ହୋଇଛି ଜମି ଅଧିଗ୍ରହଣ ପ୍ରକ୍ରିୟା । ଆଦିବାସୀ ଅଧ୍ୟୁଷିତ ଏହି ଜିଲ୍ଲାକୁ ରେଳ ଲାଇନ ନେଇ ଉଭୟ […]

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଉଦ୍ୟମ ଫଳରେ ପୂରଣ ହେବାକୁ ଯାଉଛି ନବରଙ୍ଗପୁର ଜିଲ୍ଲାର ବହୁ ଦିନର ସ୍ୱପ୍ନ । ଆଦିବାସୀ ଅଧ୍ୟୁଷିତ ଏହି ଜିଲ୍ଲା ସ୍ୱାଧୀନତାର ୭୪ ବର୍ଷ ପରେ ପାଇବ ରେଳ ସେବା । କେନ୍ଦ୍ର ସରକାରଙ୍କ ସହ ଚୁକ୍ତି ପରେ ମାଗଣା ଜମି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ଆରମ୍ଭ ହୋଇଛି ଜମି ଅଧିଗ୍ରହଣ ପ୍ରକ୍ରିୟା । ଆଦିବାସୀ ଅଧ୍ୟୁଷିତ ଏହି ଜିଲ୍ଲାକୁ ରେଳ ଲାଇନ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚୁକ୍ତି ହୋଇଛି ।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ପ୍ରକଳ୍ପ ପାଇଁ ୭ଶହ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ମାଗଣା ଜମି ସହ ୫୦ ପ୍ରତିଶତ ଖର୍ଚ୍ଚ ବହନ କରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି । ସରକାରଙ୍କ ଏହି ଉଦ୍ୟମକୁ ପ୍ରଶଂସା କରିଛନ୍ତି ଜିଲ୍ଲାବାସୀ ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ଚୁକ୍ତି ସ୍ୱାକ୍ଷରିତ ହେବା ପରେ ଆରମ୍ଭ ହୋଇଛି ଜମି ଅଧିଗ୍ରହଣ ପ୍ରକ୍ରିୟା । ଜିଲ୍ଲାର ୫୫ ଜଣ ଚାଷୀଙ୍କ ଠାରୁ ୪୫.୮୦ ଏକର ଜମି ଅଧିଗ୍ରହଣ କରାଯିବ । ତେଣୁ ଜିଲ୍ଲା ପ୍ରଶାସନ ଓ ରେଳ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ନନ୍ଦାହାଣ୍ଡା ବ୍ଲକର ସିନ୍ଧିଗୁଡା ଓ ନବରଙ୍ଗପୁର ମ୍ୟୁନିସିପାଲିଟିରେ ଚାଷୀଙ୍କ ସହ ଆଲୋଚନା ହୋଇଛି । ଜମି ହରାଇଥିବା ଲୋକଙ୍କୁ ଜମିର ଦୁଇଗୁଣା ସହ ୧୨ ପ୍ରତିଶତ ସୁଧ ହାରରେ ଟଙ୍କା ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ଏଥିପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଛନ୍ତି ଚାଷୀ ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

22 Mar 2021 By The Sakala

କେନ୍ଦ୍ର-ରାଜ୍ୟ ମଧ୍ୟରେ ଚୁକ୍ତି, ଖୁବଶୀଘ୍ର ନବରଙ୍ଗପୁରକୁ ଗଡ଼ିବ ରେଳ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଉଦ୍ୟମ ଫଳରେ ପୂରଣ ହେବାକୁ ଯାଉଛି ନବରଙ୍ଗପୁର ଜିଲ୍ଲାର ବହୁ ଦିନର ସ୍ୱପ୍ନ । ଆଦିବାସୀ ଅଧ୍ୟୁଷିତ ଏହି ଜିଲ୍ଲା ସ୍ୱାଧୀନତାର ୭୪ ବର୍ଷ ପରେ ପାଇବ ରେଳ ସେବା । କେନ୍ଦ୍ର ସରକାରଙ୍କ ସହ ଚୁକ୍ତି ପରେ ମାଗଣା ଜମି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ଆରମ୍ଭ ହୋଇଛି ଜମି ଅଧିଗ୍ରହଣ ପ୍ରକ୍ରିୟା । ଆଦିବାସୀ ଅଧ୍ୟୁଷିତ ଏହି ଜିଲ୍ଲାକୁ ରେଳ ଲାଇନ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚୁକ୍ତି ହୋଇଛି ।

ପ୍ରକଳ୍ପ ପାଇଁ ୭ଶହ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ମାଗଣା ଜମି ସହ ୫୦ ପ୍ରତିଶତ ଖର୍ଚ୍ଚ ବହନ କରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି । ସରକାରଙ୍କ ଏହି ଉଦ୍ୟମକୁ ପ୍ରଶଂସା କରିଛନ୍ତି ଜିଲ୍ଲାବାସୀ ।

ଚୁକ୍ତି ସ୍ୱାକ୍ଷରିତ ହେବା ପରେ ଆରମ୍ଭ ହୋଇଛି ଜମି ଅଧିଗ୍ରହଣ ପ୍ରକ୍ରିୟା । ଜିଲ୍ଲାର ୫୫ ଜଣ ଚାଷୀଙ୍କ ଠାରୁ ୪୫.୮୦ ଏକର ଜମି ଅଧିଗ୍ରହଣ କରାଯିବ । ତେଣୁ ଜିଲ୍ଲା ପ୍ରଶାସନ ଓ ରେଳ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ନନ୍ଦାହାଣ୍ଡା ବ୍ଲକର ସିନ୍ଧିଗୁଡା ଓ ନବରଙ୍ଗପୁର ମ୍ୟୁନିସିପାଲିଟିରେ ଚାଷୀଙ୍କ ସହ ଆଲୋଚନା ହୋଇଛି । ଜମି ହରାଇଥିବା ଲୋକଙ୍କୁ ଜମିର ଦୁଇଗୁଣା ସହ ୧୨ ପ୍ରତିଶତ ସୁଧ ହାରରେ ଟଙ୍କା ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ଏଥିପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଛନ୍ତି ଚାଷୀ ।

https://www.thesakala.in/latest-odisha-news/nabarangpur-district-news/the-train-will-run-to-nabarangpur-soon/article-913
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର