ମାଟି ଅତଡା ଖସି ଜଣେ ନାବାଳିକାର ମୃତ୍ଯୁ, ଅନ୍ୟ ଜଣେ ଗୁରୁତର
ଉମରକୋଟ: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ନାକଟିସିମୋଡା ଠାରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ମାଟି ଅତଡା ଖସି ଜଣେ ନାବାଳିକାର ମୃତ୍ଯୁ ଘଟିଥିବା ବେଳେ ଅନ୍ୟ ଜଣେ ନାବାଳିକା ଗୁରୁତର ହୋଇଛନ୍ତି। ଘର ଲିପିବା ପାଇଁ ମାଟି ଆଣିବା ପାଇଁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଆଜି ନାକଟିସିମୋଡା ଗ୍ରାମର ୫ ଜଣ ଝିଅ ଘର ଲିପିବା ପାଇଁ ବ୍ୟବହୃତ ହେଉଥିବା ଚୁଇଁ ମାଟି (ହଳଦିଆ ରଙ୍ଗର ମାଟି) ଆଣିବା ପାଇଁ […]
ଉମରକୋଟ: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ନାକଟିସିମୋଡା ଠାରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ମାଟି ଅତଡା ଖସି ଜଣେ ନାବାଳିକାର ମୃତ୍ଯୁ ଘଟିଥିବା ବେଳେ ଅନ୍ୟ ଜଣେ ନାବାଳିକା ଗୁରୁତର ହୋଇଛନ୍ତି। ଘର ଲିପିବା ପାଇଁ ମାଟି ଆଣିବା ପାଇଁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଆଜି ନାକଟିସିମୋଡା ଗ୍ରାମର ୫ ଜଣ ଝିଅ ଘର ଲିପିବା ପାଇଁ ବ୍ୟବହୃତ ହେଉଥିବା ଚୁଇଁ ମାଟି (ହଳଦିଆ ରଙ୍ଗର ମାଟି) ଆଣିବା ପାଇଁ ନିକଟସ୍ଥ ପାହାଡ଼ ନିକଟକୁ ଯାଇଥିଲେ। ତେବେ ମାଟି ଖୋଳିବା ସମୟରେ ହଠାତ୍ ପାହାଡରୁ ମାଟି ଅତଡା ଖସି ଯିବାରୁ ଦୁଇ ଜଣ ନାବାଳିକା ଝିଅ ମାଟି ତଳେ ଦବି ଯାଇଥିଲେ। ଅନ୍ୟ ଝିଅ ମାନେ ତୁରନ୍ତ ଆଖପାଖରେ ଥିବା ଲୋକଙ୍କୁ ଡାକି ସେମାନଙ୍କୁ ଉଦ୍ଧାର କରିବା ସହ ଡାକ୍ତରଖାନାକୁ ପଠାଇଥିଲେ। ତେବେ ଡାକ୍ତରଖାନାକୁ ନେବା ସମୟରେ ବୁଦନି ଗଣ୍ଡଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ନାବାଳିକା ଝିଅ ଶିବରାତ୍ରି ଗଣ୍ଡ ଗୁରୁତର ଥିବାରୁ ତାଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି । ଡାକ୍ତରଖାନାରେ ଶିବରାତ୍ରିର ଚିକିତ୍ସା ଜାରି ରହିଛି। ଘଟଣା ସ୍ଥଳରେ ରାଇଘର ପୁଲିସ, ତହସିଲଦାର ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି।






