ବିଜେଡ଼ି ନେତା ଓ କର୍ମୀଙ୍କ ଉପରେ ପୁଲିସର ରବର ବୁଲେଟ ମାଡକୁ ସାଂସଦ ମାନସ ମଙ୍ଗରାଜଙ୍କ ଦୃଢ ନିନ୍ଦା

The Sakala Picture
Published On

ଭୁବନେଶ୍ବର: ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟଶ୍ରୀ ବିଶିଙ୍କ ଆତ୍ମଦାହ ଘଟଣାରେ ଆଜି ବିଜେଡ଼ି ପକ୍ଷରୁ ଲୋକସେବା ଭବନ ଘେରାଉ ଡାକରା ଦିଆଯାଇଥିଲା। ଏଥିରେ ବିଜେଡ଼ିର ହଜାର ହଜାର କର୍ମୀ ଶାନ୍ତିପୂର୍ଣ ଭାବରେ ଲୋୟାର ପିଏମଜି ଠାରେ ସୌମ୍ୟଶ୍ରୀଙ୍କୁ ନ୍ୟାୟ ଦାବିରେ ପ୍ରତିବାଦ କରୁଥିବା ବେଳେ ସେମାନଙ୍କ ଉପରେ ପୁଲିସର ଗୁଣ୍ଡାଗିରିକୁ ବିଜେଡି ସାଂସଦ ମାନସ ମଙ୍ଗରାଜ ନିନ୍ଦା କରିଛନ୍ତି। ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ବିରୋଧୀଙ୍କ ମୁହଁ ବନ୍ଦ କରିପାରିବେନି। ପୁଲିସର […]

ଭୁବନେଶ୍ବର: ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟଶ୍ରୀ ବିଶିଙ୍କ ଆତ୍ମଦାହ ଘଟଣାରେ ଆଜି ବିଜେଡ଼ି ପକ୍ଷରୁ ଲୋକସେବା ଭବନ ଘେରାଉ ଡାକରା ଦିଆଯାଇଥିଲା। ଏଥିରେ ବିଜେଡ଼ିର ହଜାର ହଜାର କର୍ମୀ ଶାନ୍ତିପୂର୍ଣ ଭାବରେ ଲୋୟାର ପିଏମଜି ଠାରେ ସୌମ୍ୟଶ୍ରୀଙ୍କୁ ନ୍ୟାୟ ଦାବିରେ ପ୍ରତିବାଦ କରୁଥିବା ବେଳେ ସେମାନଙ୍କ ଉପରେ ପୁଲିସର ଗୁଣ୍ଡାଗିରିକୁ ବିଜେଡି ସାଂସଦ ମାନସ ମଙ୍ଗରାଜ ନିନ୍ଦା କରିଛନ୍ତି।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ବିରୋଧୀଙ୍କ ମୁହଁ ବନ୍ଦ କରିପାରିବେନି। ପୁଲିସର ରବର ବୁଲେଟ ମାଡକୁ ଦୃଢ ନିନ୍ଦା କରିଛନ୍ତି। ନ୍ୟାୟ ପାଇଁ ଲଢୁଥିବା ନେତାଙ୍କ ଉପରେ ଆକ୍ରମଣକୁ ସମାଲୋଚନା କରିଛନ୍ତି। ରବର ବୁଲେଟ ଗୁରୁତର ଆଘାତ ଦେଇପାରେ ଏହା ପୁଲିସ ଜାଣିଛି। ନିର୍ଦ୍ଦିଷ୍ଟ ନିୟମାବଳୀରେ ଏହା ବ୍ୟବହାର ହେବା କଥା। ଅତି ଗୁରୁତର ସ୍ଥିତିରେ ଏହା ବ୍ୟବହାର ହେବା କଥା। ରବର ବୁଲେଟ ବ୍ୟବହାରର ଦୁରୁପଯୋଗ ଦଣ୍ଡନୀୟ। ଘୃଣ୍ୟ ରାଜନୀତିରେ ବିରୋଧୀଙ୍କ ମୁହଁ ବନ୍ଦ କରିପାରିବେନି ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର