ବିଧାନସଭାରେ ୩୦୦୦ରୁ ଅଧିକ ପଦ ଖାଲି, ପ୍ରକ୍ରିୟା ଆରମ୍ଭ କରିବାକୁ ଆଶାୟୀଙ୍କ ଦାବି

The Sakala Picture
Published On

ଭୁବନେଶ୍ୱର : ଓଡ଼ିଶା ବିଧାନସଭା‌ରେ ବହୁ ମଞ୍ଜୁରୀପ୍ରାପ୍ତ ସରକାରୀ ପଦ ଖାଲି ପଡ଼ିଛି। ଦୀର୍ଘ ବର୍ଷ ହେଲା କୌଣସି ନୂତନ ନିଯୁକ୍ତି ହେଉନାହିଁ। କିଛି ଆଉଟ୍‌ସୋର୍ସିଂ କର୍ମଚାରୀଙ୍କୁ ନିଯୁକ୍ତ କରି କାମ ଚଳାଯାଉଛି। ଫଳରେ ପ୍ରଶାସନିକ ଓ ସମ୍ବିଧାନିକ କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହେଉଛି। ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ବିଭିନ୍ନ ବିଭାଗରେ ଫାଙ୍କା ଥିବା ପଦର ତଥ୍ୟ ଦେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ହେଲେ, ବିଧାନସଭାରେ ଖାଲି ଥିବା ପ୍ରାୟ ୩ ହଜାର […]

ଭୁବନେଶ୍ୱର : ଓଡ଼ିଶା ବିଧାନସଭା‌ରେ ବହୁ ମଞ୍ଜୁରୀପ୍ରାପ୍ତ ସରକାରୀ ପଦ ଖାଲି ପଡ଼ିଛି। ଦୀର୍ଘ ବର୍ଷ ହେଲା କୌଣସି ନୂତନ ନିଯୁକ୍ତି ହେଉନାହିଁ। କିଛି ଆଉଟ୍‌ସୋର୍ସିଂ କର୍ମଚାରୀଙ୍କୁ ନିଯୁକ୍ତ କରି କାମ ଚଳାଯାଉଛି। ଫଳରେ ପ୍ରଶାସନିକ ଓ ସମ୍ବିଧାନିକ କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହେଉଛି। ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ବିଭିନ୍ନ ବିଭାଗରେ ଫାଙ୍କା ଥିବା ପଦର ତଥ୍ୟ ଦେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ହେଲେ, ବିଧାନସଭାରେ ଖାଲି ଥିବା ପ୍ରାୟ ୩ ହଜାର ପଦ ସମ୍ପର୍କରେ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ଆହୁରି ପଢ଼ନ୍ତୁ: ମାଲକାନଗିରିରେ ଆସନ୍ତା ୧୯ ଓ ୨୦ ତାରିଖରେ ସ୍କୁଲ୍‌ ଓ କଲେଜ ଛୁଟି ଘୋଷଣା

ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଅନୁସାରେ, ୨୦୨୦ ମସିହା ପର୍ଯ୍ୟନ୍ତ ପ୍ରାୟ ୨୭୭ ଗ୍ରୁପ୍‌-ଏ ପଦ ଖାଲି ପଡ଼ିଛି। ସେହିପରି ୪୮୭ଟି ଗ୍ରୁପ୍‌-ବି, ୧୧୯୬ଟି ଗ୍ରୁପ୍‌-ସି ଏବଂ ୬୧୫ଟି ଗ୍ରୁପ୍‌-ଡି ପଦରେ ନିୟମିତ କର୍ମଚାରୀ ନାହାନ୍ତି। ଏହି ଅବଧି ମଧ୍ୟରେ ମୋଟ୍‌ ୨୫୭୫ପଦ ଫାଙ୍କା ହୋଇଥିବା ବେଳେ ସମ୍ପ୍ରତି ଆହୁରି ୬ଶହରୁ ଅଧିକ ପଦରୁ ଅଧିକାରୀ ଓ କର୍ମଚାରୀମାନେ ଅବସର ନେଇସାରିଥିବା ଜଣାପଡ଼ିଛି। ଅପରପକ୍ଷେ, ଏହି ସମୟ ଅବଧି ମଧ୍ୟରେ ମାତ୍ର ୭୧ଜଣଙ୍କୁ ନିଯୁକ୍ତି ମିଳିଛି। ତନ୍ମଧ୍ୟରେ କେବଳ ଗ୍ରୁପ୍‌-ଡି ପଦରେ ୩୫ ଓ ଗ୍ରୁପ୍‌-ସିରେ ୩୪ ଜଣ ନିଯୁକ୍ତି ପାଇଥିବା ବେଳେ ଗ୍ରୁପ୍‌-ବି ପଦରେ ମାତ୍ର ୨ଜଣ ଏବଂ ଗ୍ରୁପ୍‌-ଏ ପଦରେ କାହାକୁ ନିଯୁକ୍ତି ଦିଆଯାଇନାହିଁ।

ଆହୁରି ପଢ଼ନ୍ତୁ: ଗୋପାଳପୁର ନିକଟରେ ଲ୍ୟାଣ୍ଡଫଲ୍ କରିପାରେ ବାତ୍ୟା 'ଅକୱାନ' ଜାରି ହେଲା ରେଡ୍ ଆଲର୍ଟ

ବହୁ ସଂଖ୍ୟାରେ ସରକାରୀ ପଦ ଖାଲି ଥିବା ବେଳେ ତହିଁରେ ନିଯୁକ୍ତି ଦେବାକୁ ସରକାର କୌଣସି ପଦକ୍ଷେପ ନ ନେବା ଆଶାୟୀଙ୍କୁ ନିରାଶ କରୁଛି। ଆଶାୟୀଙ୍କ କହିବା କଥା, ରାଜ୍ୟ ସରକାର ୫ ବର୍ଷରେ ଦେଢ଼ଲକ୍ଷ ଚାକିରି ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏପରିକି, ପ୍ରଥମ ଦୁଇବର୍ଷରେ ୬୫ ହଜାର ନିଯୁକ୍ତି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିପାଇଁ ବିଭିନ୍ନ ବିଭାଗରେ ଖାଲି ଥିବା ପଦ ସମ୍ପର୍କରେ ତଥ୍ୟ ଦେବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଇତିମଧ୍ୟରେ ବହୁ ବିଭାଗ ସେମାନଙ୍କ ଖାଲି ପଦ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିବା ବେଳେ ବିଧାନସଭାରେ ଖାଲିଥିବା ପଦ ପୂରଣ ସମ୍ପର୍କରେ କୌଣସି ପଦକ୍ଷେପ ନିଆଯାଇନାହିଁ। ଏଣୁ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ବିଭିନ୍ନ ସରକାରୀ ଓ ସାମ୍ବିଧାନିକ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଖାଲି ପଦରେ ନିଯୁକ୍ତି ଦେବାକୁ ଆଶାୟୀ ସୁନୀଲ କୁମାର ମିଶ୍ର, ସୁଧାଂଶୁ ସେଖର ଜେନା, ରାଜଶେଖର ସେନାପତି, ଶୁଭ୍ରଜିତ୍‌ ସାହୁ ପ୍ରମୁଖ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ପୁଣି ଅନ୍ତର୍ଜାତୀୟ ମଞ୍ଚରେ ପାଣ୍ଡିଆନ; ଇଟାଲୀରେ ବାଣ୍ଟିଲେ ‘୫-ଟି’ ମଡେଲର ଅଭିଜ୍ଞତା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର