ଆଜି ଆଣ୍ଡାମାନ ଛୁଇଁବ ମୌସୁମୀ; ରାଜ୍ୟର ବିଭିନ୍ନ ଜିଲ୍ଲାକୁ ପ୍ରବଳ ଗୁଳୁଗୁଳି ଓ କାଳବୈଶାଖୀ ଆଲର୍ଟ…

The Sakala Picture
Published On

ଭୁବନେଶ୍ୱର: ସାରା ରାଜ୍ୟରେ ଖଇଫୁଟା ତାତି ଜନଜୀବନକୁ ବ୍ୟତିବ୍ୟସ୍ତ କରିଦେଇଛି। ଅପରପକ୍ଷରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଝାଳୁଆ ଗୁଳୁଗୁଳି ଲୋକଙ୍କୁ ଦହଗଞ୍ଜ କରିଛି। ରାଜ୍ୟର ୧୭ ସହରର ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ ରହିଛି ଓ ସମ୍ବଲପୁରରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୨.୯ ଡ଼ିଗ୍ରୀ ରେକଡର଼୍ କରାଯାଇଛି। ଭୁବନେଶ୍ୱରରେ କ୍ରମାଗତ ୩ୟ ଦିନ ତାପମାତ୍ରା ୪୦ ଡ଼ିଗ୍ରୀ ଟପିଥିବାବେଳେ କଟକରେ ଚଳିତ ବର୍ଷ ପ୍ରଥମଥର ତାତି ୪୦ ଡ଼ିଗ୍ରୀ ଅତିକ୍ରମ କରିଛି। ଏହି ଅବସ୍ଥା ଆହୁରି […]

ଭୁବନେଶ୍ୱର: ସାରା ରାଜ୍ୟରେ ଖଇଫୁଟା ତାତି ଜନଜୀବନକୁ ବ୍ୟତିବ୍ୟସ୍ତ କରିଦେଇଛି। ଅପରପକ୍ଷରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଝାଳୁଆ ଗୁଳୁଗୁଳି ଲୋକଙ୍କୁ ଦହଗଞ୍ଜ କରିଛି। ରାଜ୍ୟର ୧୭ ସହରର ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ ରହିଛି ଓ ସମ୍ବଲପୁରରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୨.୯ ଡ଼ିଗ୍ରୀ ରେକଡର଼୍ କରାଯାଇଛି। ଭୁବନେଶ୍ୱରରେ କ୍ରମାଗତ ୩ୟ ଦିନ ତାପମାତ୍ରା ୪୦ ଡ଼ିଗ୍ରୀ ଟପିଥିବାବେଳେ କଟକରେ ଚଳିତ ବର୍ଷ ପ୍ରଥମଥର ତାତି ୪୦ ଡ଼ିଗ୍ରୀ ଅତିକ୍ରମ କରିଛି। ଏହି ଅବସ୍ଥା ଆହୁରି ତିନି ଚାରିଦିନ ଲାଗି ରହିପାରେ ବୋଲି କୁହାଯାଉଛି। ଏହା ମଧ୍ୟରେ ମୌସୁମୀର ଆଗୁଆ ଆଗମନ ସୂଚନା ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତ କରିଛି। ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳ ଉପକୂଳ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଆଣ୍ଡାମାନ ସାଗର, ଦକ୍ଷିଣ ବଙ୍ଗୋପସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ଦକ୍ଷିଣପଶ୍ଚିମ ମୌସୁମୀବାୟୁ ଅଗ୍ରସର ପାଇଁ ପାଣିପାଗ ସ୍ଥିିତି ସମ୍ପୂର୍ଣ୍ଣ ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ମଙ୍ଗଳବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝରରେ ଉଷ୍ମ ଆର୍ଦ୍ର ପାଣିପାଗ ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଏହା ପ୍ରଭାବରେ ଏହି ଜିଲ୍ଲାଗୁଡ଼ିକରେ ପ୍ରବଳ ଗୁଳୁଗୁଳି ଆଶଙ୍କା କରି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକୁ ୟେଲୋ ଆଲର୍ଟ ଜାରି କରିଛି। ଅନ୍ୟପଟେ ମଙ୍ଗଳବାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ମୟୂରଭଞ୍ଜ, ବାଲେଶ୍ୱର ଓ ଗଞ୍ଜାମ ଜିଲ୍ଲାରେ କାଳବୈଶାଖୀ ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଏହି ଜିଲ୍ଲାଗୁଡ଼ିକରେ ପବନର ବେଗ ଘଣ୍ଟା ପ୍ରତି ୩୦-୪୦ କିମି ରହିବା ସହ ବିଜୁଳି ଘଡ଼ଘଡ଼ି ନେଇ ଆଶଙ୍କା କରାଯାଇଛି। ସୋମବାର ଗଞ୍ଜାମ, ନୟାଗଡ, ମୟୁରଭଞ୍ଜ, ସୁନ୍ଦରଗଡ଼, ମୟୂରଭଞ୍ଜ ଓ ବାଲେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲାର କିଛି ଅଞ୍ଚଳରେ କାଳବୈଶାଖୀ ଜନିତ ବର୍ଷା ଅନୁଭୂତ ହୋଇଥିଲା।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

 

ଆହୁରି ପଢ଼ନ୍ତୁ: ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ ! ଆସନ୍ତା ୯ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର