ପହଲଗାମ ପ୍ରତିଶୋଧ: ଯୁଦ୍ଧ ପାଇଁ ପ୍ରସ୍ତୁତି, ଓଡ଼ିଶାର ୧୨ ସ୍ଥାନରେ ହେବ ମକ୍ ଡ୍ରିଲ…

The Sakala Picture
Published On

ଭୁବନେଶ୍ବର: ପହଲଗାମ ଘଟଣାକୁ ନେଇ ସାରା ଦେଶ ଚଳଚଞ୍ଚଳ ଥିବା ବେଳେ ଓଡ଼ିଶାରେ ମଧ୍ୟ ଆରମ୍ଭ ହୋଇଛି ତତ୍ପରତା। ଆସନ୍ତାକାଲି ଓଡ଼ିଶାର ବିଭିନ୍ନ ସ୍ଥାନରେ ମକଡ୍ରିଲ କରାଯିବ । ରାଜ୍ୟର ୧୨ ଟି ସ୍ଥାନରେ ଏହି ମକଡ୍ରିଲ କରାଯିବ ବୋଲି ଗୁଇନ୍ଦା ପକ୍ଷରୁ ସୂଚନା ମିଳିଛି । ଧାମରା, ଚାନ୍ଦିପୁର, ଭୁବନେଶ୍ୱର, କେନ୍ଦ୍ରାପଡା, ପୁରୀ, ଗୋପାଳପୁର, ପାରାଦୀପ, ଭଦ୍ରକରେ ହୋଇପାରେ ମକଡ୍ରିଲ। ଯେଉଁଥିଲେ ସିଭିଲିଆନ ବା ସାଧାରଣ ଲୋକଙ୍କୁ ସଚେତନ କରାଯିବ। ଏଭଳି ପରିସ୍ଥିତି ଉପୁଜିଲେ କେମିତି […]

ଭୁବନେଶ୍ବର: ପହଲଗାମ ଘଟଣାକୁ ନେଇ ସାରା ଦେଶ ଚଳଚଞ୍ଚଳ ଥିବା ବେଳେ ଓଡ଼ିଶାରେ ମଧ୍ୟ ଆରମ୍ଭ ହୋଇଛି ତତ୍ପରତା। ଆସନ୍ତାକାଲି ଓଡ଼ିଶାର ବିଭିନ୍ନ ସ୍ଥାନରେ ମକଡ୍ରିଲ କରାଯିବ । ରାଜ୍ୟର ୧୨ ଟି ସ୍ଥାନରେ ଏହି ମକଡ୍ରିଲ କରାଯିବ ବୋଲି ଗୁଇନ୍ଦା ପକ୍ଷରୁ ସୂଚନା ମିଳିଛି । ଧାମରା, ଚାନ୍ଦିପୁର, ଭୁବନେଶ୍ୱର, କେନ୍ଦ୍ରାପଡା, ପୁରୀ, ଗୋପାଳପୁର, ପାରାଦୀପ, ଭଦ୍ରକରେ ହୋଇପାରେ ମକଡ୍ରିଲ। ଯେଉଁଥିଲେ ସିଭିଲିଆନ ବା ସାଧାରଣ ଲୋକଙ୍କୁ ସଚେତନ କରାଯିବ। ଏଭଳି ପରିସ୍ଥିତି ଉପୁଜିଲେ କେମିତି ତାହାକୁ ସାଧାରଣ ଲୋକେ ମୁକାବିଲା କରିବେ ତାକୁ ନେଇ ସତର୍କ କରାଯିବ। ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ଏକ ସୂଚନା ମିଳିବା ପରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଓଡିଶା ପୁଲିସ ପକ୍ଷରୁ ଅନୁଷ୍ଠିତ ହେବାକୁ ଯାଉଛି। ତେବେ ଓଡ଼ିଶା ପୁଲିସ ପକ୍ଷରୁ ଏଯାବତ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର