ରାଜ୍ୟ ସରକାର ଭୟଭୀତ ହୋଇ ବିଧାନସଭାକୁ ଚାରି ଦିନ ଆଗରୁ ବନ୍ଦ କରିଦେଲେ: ବିଜେଡି

ସଂଶୋଧିତ ଏମଏମଡିଆର ଆଇନ ବିଷୟରେ ବିଧାନସଭାରେ
ଆଲୋଚନା ନହେବା ପ୍ରସଙ୍ଗ

Madhusudan Das Picture
Published On

ଭୁବନେଶ୍ୱର: ସଂଶୋଧିତ ଏମଏମଡିଆର ଆଇନ ପ୍ରସଙ୍ଗରେ ବିଧାନସଭାରେ ଆଲୋଚନା ଦାବିକୁ ଗ୍ରହଣ ନକରି ଚାରି ଦିନ ଆଗରୁ ବିଧାନସଭାକୁ ବନ୍ଦ କରିବା ରାଜ୍ୟ ସରକାରଙ୍କର ନିଷ୍ପତ୍ତିକୁ ତୀବ୍ର ସମାଲୋଚନା କରିଛି ବିଜୁ ଜନତା ଦଳ । ସଂଶୋଧିତ ଏମଏମଡିଆର ଆଇନର ପ୍ରତ୍ୟାହାର ଦାବିରେ ବିଜେଡି ଦ୍ୱାରା ଲୋୟର ପିଏମଜି ଠାରେ ଆୟୋଜିତ ହୋଇଥିବା ଗଣବିକ୍ଷୋଭ କାର୍ଯ୍ୟକ୍ରମକୁ ବିପୁଳ ଜନ ସମର୍ଥନ ମିଳିବାରୁ, ରାଜ୍ୟ ସରକାର ଭୟଭୀତ ହୋଇ ବିଧାନସଭାର କାର୍ଯ୍ୟକାଳ ଚାରି ଦିନ ପୂର୍ବରୁ ବାତିଲ କରିଦେଇଛନ୍ତି ବୋଲି ବିଜେଡି କହିଛି । ଏହାଛଡା, ଏହି ଗଣବିକ୍ଷୋଭ କାର୍ଯ୍ୟକ୍ରମକୁ ବିପୁଳ ସମର୍ଥନ ଦେଇଥିବା ଜନସାଧାରଣଙ୍କୁ ବିଜେଡି କୃତଜ୍ଞତା ଜଣାଇଛି ।  

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ଜଳପ୍ରଳୟ: ସୁବର୍ଣ୍ଣରେଖାରେ ବନ୍ୟା ଆଶଙ୍କା, ବାହ୍ୟଜଗତରୁ ବିଚ୍ଛିନ୍ନ ୧୫୦ରୁ ଅଧିକ ଗାଁ

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ
ଡ଼ ଅରୁଣ କୁମାର ସାହୁ, ପୂର୍ବତନ ମନ୍ତ୍ରୀ ତଥା ଦଳର ପିଏସି ସଦସ୍ୟା ଟୁକୁନି ସାହୁ, ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି, ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ଚିନ୍ମୟ କୁମାର ସାହୁ ଓ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ, ଦଳର ଗଣବିକ୍ଷୋଭ କାର୍ଯ୍ୟକ୍ରମକୁ ବିପୁଳ ଜନ ସମର୍ଥନ ମିଳିଥିବାରୁ ଜନସାଧାରଣଙ୍କୁ କୃତଜ୍ଞତା ଜଣାଇବା ସହିତ ବିଧାନସଭାକୁ ଚାରି ଦିନ ପୂର୍ବରୁ ବନ୍ଦ କରିଥିବାରୁ, ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିଥିଲେ ।

ଆହୁରି ପଢ଼ନ୍ତୁ: ପର୍ଯ୍ୟଟକ ଦମ୍ପତିଙ୍କୁ ମାଡ଼ ଘଟଣା: ଏସ୍‌ପିଙ୍କୁ ଭେଟିଲା ମହିଳା ବିଜେଡି ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍‌

ବିଜେଡିର ନେତୃବୃନ୍ଦମାନେ କହିଥିଲେ ଯେ, ଏମଏମଡିଆର ସଂଶୋଧନ ଆଇନ ଓଡିଶାକୁ ବିପୁଳ କ୍ଷତି ପହଞ୍ଚାଇବ ବୋଲି ବିଜୁ ଜନତା ଦଳ ତରଫରୁ ପ୍ରଥମ ଦିନରୁ କୁହାଯାଇ ଆସୁଛି । ଖଣିରୁ ଟିକସ ଆକାରରେ ଆଦାୟ ହେବାକୁ ଥିବା ବକେୟା ବାବଦକୁ ୧ ଲକ୍ଷ କୋଟି ଟଙ୍କା ଓ ଖଣି ରାଜସ୍ୱ ବାବଦକୁ ବର୍ଷକୁ ପ୍ରାୟ ୧୨ ହଜାର କୋଟି ଟଙ୍କା କ୍ଷତି ଓଡିଶା ସହିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି । ବିଜେଡିର ଏହି ଦାବିରେ ଅନ୍ୟ ବିରୋଧୀ ଦଳ ମାନେ ମଧ୍ୟ ଏକମତ ହୋଇଛନ୍ତି । କିନ୍ତୁ ସରକାରରେ ଥିବା ବିଜେପି ଏହା କ୍ଷତି ନୁହେଁ ବରଂ ଲାଭ ହେବ ବୋଲି କହୁଛି । ଯେହେତୁ ରାଜ୍ୟ ସ୍ୱାର୍ଥ ଦୃଷ୍ଟିରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ, ରାଜ୍ୟ ବିଧାନସଭାରେ ଏହା ଉପରେ ଆଲୋଚନା ପାଇଁ ବିଜେଡି ତରଫରୁ ଏକ ମୋସନ ଦାଖଲ କରାଯାଇଥିଲା । କିନ୍ତୁ ବିଜେପି ତରଫରୁ ଏହି ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ଆଗ୍ରହ ପ୍ରକାଶ ପାଇନଥିଲା । ଯେହେତୁ ସଂଶୋଧିତ ଏମଏମଡିଆର ଆଇନ ଯୋଗୁଁ ରାଜ୍ୟର କ୍ଷତି ନୁହେଁ ଲାଭ ହେବ ବୋଲି ବିଜେପି ଦାବି କରୁଛି, ବିଜେପି ତରଫରୁ କେନ୍ଦ୍ର ସରକାରଙ୍କ ସପକ୍ଷରେ ଧନ୍ୟବାଦ ପ୍ରସ୍ତାବ ଆଣୁ, ଆମେ ଆଲୋଚନା ପାଇଁ ପ୍ରସ୍ତୁତ ବୋଲି ବିଜେଡି କହିଥିଲା । କିନ୍ତୁ ବିଜେଡି ଦ୍ୱାରା ଦିଆଯାଇଥିବା କୌଣସି ପ୍ରସ୍ତାବକୁ ରାଜ୍ୟ ସରକାର ଗ୍ରହଣ କରିନଥିଲେ । ସୋମବାର ଦିନ ଲୋୟର ପିଏମଜି ଠାରେ ସଂଶୋଧିତ ଏମଏମଡିଆର ଆଇନ ପ୍ରତ୍ୟାହାର ଦାବିରେ ଆୟୋଜିତ ଗଣବିକ୍ଷୋଭ କାର୍ଯ୍ୟକ୍ରମକୁ ରାଜ୍ୟବାସୀଙ୍କ ବିପୁଳ ଜନ ସମର୍ଥନ ମିଳିବାରୁ, ଭୟଭୀତ ହୋଇ ରାଜ୍ୟ ସରକାର ବିଧାନସଭାକୁ ଚାରି ଦିନ ପୂର୍ବରୁ ବନ୍ଦ କରିଦେଲେ । ବିଧାନସଭା ଚଳାଇବା ରାଜ୍ୟ ସରକାରଙ୍କ କାର୍ଯ୍ୟ, କିନ୍ତୁ ସରକାର ତାହା କରୁନାହାନ୍ତି । ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ଏମଏମଡିଆର ସଂଶୋଧନ ଆଇନ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ରାଜ୍ୟ ବିଧାନସଭାରେ ଆଲୋଚନା ହୋଇ ନପାରିବା, ବାସ୍ତବରେ ଦୁର୍ଭାଗ୍ୟଜନକ । ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକୁ ବିଜେଡି ନିନ୍ଦା କରୁଛି । ବିଧାନସଭାରେ ଆଲୋଚନା କରେଇ ନଦେଲେ ମଧ୍ୟ ବିଜେଡି ଏହି ପ୍ରସଙ୍ଗରେ ଚୁପ୍ ବସିବ ନାହିଁ । ବିଜେଡି ଏହି ପ୍ରସଙ୍ଗରେ ରାଜ୍ୟବ୍ୟାପୀ ଆନେ୍ଦାଳନ କରିବ । 

ଆହୁରି ପଢ଼ନ୍ତୁ: ମହାନଦୀରେ ବନ୍ୟା ଆଶଙ୍କା: ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀରେ ୮ ଲକ୍ଷ କ୍ୟୁସେକ ଛୁଇଁବ ଜଳସ୍ତର

ବିଜେଡି ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ସଂଶୋଧିତ ଏମଏମଡିଆର ଆଇନର ପ୍ରତ୍ୟାହାର ଦାବିରେ ଆୟୋଜିତ ହୋଇଥିବା ଗଣବିକ୍ଷୋଭ କାର୍ଯ୍ୟକ୍ରମକୁ ବିପୁଳ ଜନ ସମର୍ଥନ ମିଳିଥିବାରୁ, ବିଜେଡି ତରଫରୁ ରାଜ୍ୟବାସୀଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଉଛୁ ବୋଲି ଦଳର ନେତୃବୃନ୍ଦମାନେ କହିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର