ପାରିବାରିକ କଳହ ସନ୍ଦେହ: ଅଙ୍ଗନବାଡ଼ି କର୍ମୀଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ୱାମୀ ଫେରାର
କରଞ୍ଜିଆ: ଅଙ୍ଗନବାଡ଼ି କର୍ମୀଙ୍କ ସନ୍ଦେହଜନକ ମୃତ୍ୟୁ । ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅଧୀନ ସିଂଘଡ଼ା ଫାଣ୍ଡି ଅନ୍ତର୍ଗତ ହଳଦିଆ ଅଞ୍ଚଳରେ ଜଣେ ଅଙ୍ଗନବାଡ଼ି କର୍ମୀଙ୍କ ମୃତ୍ୟୁ ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ହେଲେ ତନୁଜା ନାୟକ (୩୫), ଯିଏକି ସ୍ଥାନୀୟ ଅଞ୍ଚଳରେ ଅଙ୍ଗନବାଡ଼ି ଦିଦି ଭାବେ କାର୍ଯ୍ୟରତ ଥିଲେ। ତାଙ୍କ ସ୍ୱାମୀ ଖଗେଶ୍ୱର ନାୟକ ସ୍ଥାନୀୟ ଭେଟେନାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ଜଣାପଡ଼ିଛି।
ପ୍ରାଥମିକ ସୂଚନା ଅନୁଯାୟୀ, ଘଟଣାର ପୂର୍ବଦିନ ଘରକୁ ଚିକେନ ଆଣି ରୋଷେଇ କରାଯାଇଥିଲା ଏବଂ ପରିବାର ସଦସ୍ୟମାନେ ଏକାଠି ଭୋଜନ କରିଥିଲେ। ତେବେ ଦିନ ପ୍ରାୟ ୩.୩୦ ରୁ ୪ଟା ମଧ୍ୟରେ କୌଣସି କାରଣକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିବା ବେଳେ ଖଗେଶ୍ୱର ନାୟକ ତନୁଜାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।ସୂତ୍ରରୁ ପ୍ରକାଶ ଯେ, ଉକ୍ତ ଘଟଣାକୁ କେନ୍ଦ୍ର କରି ରାତିରେ ପରିସ୍ଥିତି ଆହୁରି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ପରବର୍ତ୍ତୀ ସମୟରେ ତନୁଜାଙ୍କ ମୃତଦେହ ଘର ଭିତରେ ମିଳିଥିବା ବେଳେ, ସ୍ୱାମୀ ଘରର ପଛପଟ ରାସ୍ତା ଦେଇ ଫେରାର ହୋଇଯାଇଥିବା ଅଭିଯୋଗ ହେଉଛି। ଘଟଣା ସମ୍ପର୍କରେ ଖବର ପାଇ ରରୁଆଁ ପୋଲିସ ଓ ସିଂଘଡ଼ା ଫାଣ୍ଡି ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିବା ବେଳେ, ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଚଳାଇଛି।
ଅଭିଯୁକ୍ତ ସ୍ୱାମୀଙ୍କ ସନ୍ଧାନରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ସୂଚନା ମିଳିଛି। ଜଣେ ଅଙ୍ଗନବାଡ଼ି କର୍ମୀଙ୍କ ଏଭଳି ଅସ୍ୱାଭାବିକ ମୃତ୍ୟୁକୁ ନେଇ ସ୍ଥାନୀୟ ଲୋକମାନେ ଗଭୀର ଉଦ୍ବେଗ ପ୍ରକାଶ କରିଥିବା ବେଳେ, ଘଟଣାର ନିରପେକ୍ଷ ତଦନ୍ତ ଓ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।