ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ସହ ପୁଲିସର ମାଡ଼ ଅଭିଯୋଗ, ପ୍ରତିବାଦରେ ସରକାରୀ କାର୍ଯ୍ୟରେ ଅସହଯୋଗ କରିବାକୁ ସରପଞ୍ଚ ସଂଘର ଚେତାବନୀ

Madhusudan Das Picture
Published On

ମହାକାଳପଡ଼ା: ଜଣେ ମହିଳା ସରପଞ୍ଚଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଦୁର୍ବ୍ୟବହାର, ଗାଳିଗୁଲଜ କରାଯିବା ସହ ପୁଲିସ୍‌ ତାଙ୍କୁ ମାଡ଼ ମାରିଥିବା ଭଳି ସଂଗିନ୍‌ ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ, ରାଜନୈତିକ ଚାପରେ ପୁଲିସ ତାଙ୍କୁ ଓ ତାଙ୍କ ଭାଇଙ୍କୁ ମଧ୍ୟ ଥାନାକୁ ନେଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ତେବେ ଥାନାରେ ସେ ଅସୁସ୍ଥ ହୋଇପଡ଼ିବାରୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଗର୍ଜିଲେ ଅନଲାଇନ୍ ଗାଡ଼ି ଡ୍ରାଇଭର: ଆନ୍ଦୋଳନବେଳେ ପୋଲିସ ସହ ଧସ୍ତାଧସ୍ତି, ଘଟଣାସ୍ଥଳରେ ଖଣ୍ଡଯୁଦ୍ଧ ପରିସ୍ଥିତି

ସୂଚନା ମୁତାବକ, ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝା ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଅଭିଯୋଗ ନେଇ ବ୍ଲକ୍‌ର ଭାରପ୍ରାପ୍ତ ବିଡିଓ ରବିନାରାୟଣ ଆଚାର୍ଯ୍ୟଙ୍କୁ ଭେଟିବାକୁ ଯାଇଥିଲେ। ସାଙ୍ଗରେ ତାଙ୍କ ଭାଇ ଥିଲେ। ଦାବି ଜଣାଇବା ସମୟରେ ଚାମେଲି ତମାମ ଘଟଣାକୁ ନିଜ ମୋବାଇଲ ଫୋନ୍‌ରେ ରେକର୍ଡ କରିଥିଲେ। ସେଠାରେ ଉପସ୍ଥିତ ଶାସକ ଦଳର କିଛି କର୍ମୀ ଏହାକୁ ବିରୋଧ କରିଥିଲେ। କିଛି ସମୟ ପାଇଁ ଏହି ଘଟଣାକୁ ନେଇ ସେମାନଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। କିଛି ସମୟ ପରେ ମହାକାଳପଡ଼ା ପୁଲିସ ସେଠାରେ ପହଞ୍ଚି ଚାମେଲିଙ୍କୁ ଭିଡିଓ ବନ୍ଦ କରିବାକୁ କହିଥିଲା। କିନ୍ତୁ, ଭିଡିଓ କରିବା ତାଙ୍କର ସାମ୍ୱିଧାନିକ ଅଧିକାର ଓ ତାଙ୍କ ମୋବାଇଲ୍‌ ସେ କାହିଁକି ଦେବେ ବୋଲି ପ୍ରଶ୍ନ କରିଥିଲେ।

ଆହୁରି ପଢ଼ନ୍ତୁ: ଓଡ଼ିଶାର ଭଦ୍ରକ-ହରିଦାସପୁର ଏବଂ କଟକ-ପାରାଦୀପ ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରୀ

ତେବେ କିଛି ସମୟ ପରେ ଚାମେଲି ବ୍ଲକ୍‌ ପରିସରରୁ ବାହାରିବା ସମୟରେ ତାଙ୍କ ଭାଇଙ୍କୁ ପୁଲିସ ଅଟକାଇବା ସହ ଥାନାକୁ ନେବାକୁ ପ୍ରୟାସ କରିଥିଲା। କେଉଁ ଆଧାରରେ ତାଙ୍କ ଭାଇକୁ ଅଟକାଯାଉଛି ଓ ଥାନାକୁ ନେବାକୁ କୁହାଯାଉଛି, ସେ ସମ୍ପର୍କରେ ପୁଲିସକୁ ସେ ଜବାବ ମାଗିଥିଲେ। ପୁଲିସ କିଛି ନ କହି ବାରମ୍ୱାର ତାଙ୍କ ଭାଇକୁ ଥାନାକୁ ନେବାକୁ ଉଦ୍ୟମ କରିଥିଲା। ଚାମେଲିଙ୍କ ଦୀର୍ଘ ସମୟ ପ୍ରତିବାଦ ପରେ ଶେଷରେ ଘଟଣାସ୍ଥଳରେ ପହଞ୍ଚିଥିଲେ ମହାକାଳପଡ଼ା ଥାନା ଅଧିକାରୀ ମାନସ ମଲ୍ଲିକ। ଚାମେଲି ଓ ଶ୍ରୀ ମଲ୍ଲିକଙ୍କ ମଧ୍ୟରେ ମଧ୍ୟ କଥା କଟାକଟି ପରିସ୍ଥିତି ସୃଷ୍ଟି ହୋଇଥିଲା। ଶେଷରେ ଚାମେଲିଙ୍କ ଭାଇକୁ ପୁଲିସ ଥାନାକୁ ଉଠାଇନେବା ପରେ ଚାମେଲିଙ୍କୁ ମଧ୍ୟ ଥାନାକୁ ନେଇଥିଲା ପୁଲିସ। ତାଙ୍କୁ ନେବା ସମୟରେ ତାଙ୍କ ଫୋନ୍‌କୁ ମହିଳା ପୁଲିସ ଛଡ଼ାଇବାକୁ ଉଦ୍ୟମ କରିଥିବା ମଧ୍ୟ ସେ ଜଣାଇଛନ୍ତି। ଆରମ୍ଭରୁ ଥାନାକୁ ଯିବା ପର୍ଯ୍ୟନ୍ତ ସେ ସମସ୍ତ ଘଟଣାବଳୀକୁ ଲାଇଭ୍‌ ମାଧ୍ୟମରେ ରହି ସମସ୍ତଙ୍କୁ ତାଙ୍କ ଉପରେ ହେଉଥିବା ନିର୍ଯାତନା ବିରୋଧରେ ସ୍ୱର ଉଠାଇବା ସହ ସହଯୋଗ ପାଇଁ ନିବେଦନ କରୁଥିବା ସେ ଜଣାଇଛନ୍ତି। ଥାନାରେ ସେ କିଛି ସମୟ ରହିବା ପରେ ତାଙ୍କୁ ହଠାତ୍‌ ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ତାଙ୍କ ଛାତିରେ ପ୍ରବଳ ଯନ୍ତ୍ରଣା ହେଉଥିବା ସେ କହିଥିଲେ। ପୁଲିସ କର୍ମଚାରୀ ତାଙ୍କ ମୋବାଇଲ୍‌ ଛଡ଼ା‌ଇ ନେଇଯାଇଥିବା ଓ ତାଙ୍କୁ ଆକ୍ରମଣ କରିଥିବା ମଧ୍ୟ ସେ କହିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଉପରେ ହୋଇଥିବା ନିର୍ଯାତନାର ନ୍ୟାୟ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରିଛନ୍ତି। ଚାମେଲିଙ୍କ ଉପରେ ହୋଇଥିବା ଘଟଣାରେ ପୁଲିସ ଓ ପ୍ରଶାସନକୁ ଦୃଢ଼ ନିନ୍ଦା କରାଯାଇଛି।

ଆହୁରି ପଢ଼ନ୍ତୁ: ଇନଷ୍ଟାଗ୍ରାମରୁ ପରିଚୟ ପରେ ବିବାହ ଆଳରେ ପ୍ରତାରଣା, ପ୍ରେମିକକୁ ବାନ୍ଧିଲା ପୋଲିସ

ଅପରପକ୍ଷେ, ଏହି ଘଟଣାକୁ ନେଇ ସରପଞ୍ଚ ସଂଘ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଏହାର ପ୍ରତିବାଦରେ ଆଜିଠାରୁ ସରପଞ୍ଚମାନେ କୌଣସି ସରକାରୀ କାର୍ଯ୍ୟରେ ସହଯୋଗ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ଏହାସହ ସରପଞ୍ଚ ସଂଘର ଏକ ପ୍ରତିନିଧିଦଳ ଆଜି ଚାମେଲିଙ୍କୁ ଭେଟିବା ପରେ ଆଗାମୀ କାର୍ଯ୍ୟପନ୍ଥା ଉପରେ ସ୍ଥିର କରାଯିବ ବୋଲି ସଂଘ ଜଣାଇଛି।

12 Jun 2026 By Madhusudan Das

ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ସହ ପୁଲିସର ମାଡ଼ ଅଭିଯୋଗ, ପ୍ରତିବାଦରେ ସରକାରୀ କାର୍ଯ୍ୟରେ ଅସହଯୋଗ କରିବାକୁ ସରପଞ୍ଚ ସଂଘର ଚେତାବନୀ

ମହାକାଳପଡ଼ା: ଜଣେ ମହିଳା ସରପଞ୍ଚଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଦୁର୍ବ୍ୟବହାର, ଗାଳିଗୁଲଜ କରାଯିବା ସହ ପୁଲିସ୍‌ ତାଙ୍କୁ ମାଡ଼ ମାରିଥିବା ଭଳି ସଂଗିନ୍‌ ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ, ରାଜନୈତିକ ଚାପରେ ପୁଲିସ ତାଙ୍କୁ ଓ ତାଙ୍କ ଭାଇଙ୍କୁ ମଧ୍ୟ ଥାନାକୁ ନେଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ତେବେ ଥାନାରେ ସେ ଅସୁସ୍ଥ ହୋଇପଡ଼ିବାରୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ମୁତାବକ, ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝା ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଅଭିଯୋଗ ନେଇ ବ୍ଲକ୍‌ର ଭାରପ୍ରାପ୍ତ ବିଡିଓ ରବିନାରାୟଣ ଆଚାର୍ଯ୍ୟଙ୍କୁ ଭେଟିବାକୁ ଯାଇଥିଲେ। ସାଙ୍ଗରେ ତାଙ୍କ ଭାଇ ଥିଲେ। ଦାବି ଜଣାଇବା ସମୟରେ ଚାମେଲି ତମାମ ଘଟଣାକୁ ନିଜ ମୋବାଇଲ ଫୋନ୍‌ରେ ରେକର୍ଡ କରିଥିଲେ। ସେଠାରେ ଉପସ୍ଥିତ ଶାସକ ଦଳର କିଛି କର୍ମୀ ଏହାକୁ ବିରୋଧ କରିଥିଲେ। କିଛି ସମୟ ପାଇଁ ଏହି ଘଟଣାକୁ ନେଇ ସେମାନଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। କିଛି ସମୟ ପରେ ମହାକାଳପଡ଼ା ପୁଲିସ ସେଠାରେ ପହଞ୍ଚି ଚାମେଲିଙ୍କୁ ଭିଡିଓ ବନ୍ଦ କରିବାକୁ କହିଥିଲା। କିନ୍ତୁ, ଭିଡିଓ କରିବା ତାଙ୍କର ସାମ୍ୱିଧାନିକ ଅଧିକାର ଓ ତାଙ୍କ ମୋବାଇଲ୍‌ ସେ କାହିଁକି ଦେବେ ବୋଲି ପ୍ରଶ୍ନ କରିଥିଲେ।

ତେବେ କିଛି ସମୟ ପରେ ଚାମେଲି ବ୍ଲକ୍‌ ପରିସରରୁ ବାହାରିବା ସମୟରେ ତାଙ୍କ ଭାଇଙ୍କୁ ପୁଲିସ ଅଟକାଇବା ସହ ଥାନାକୁ ନେବାକୁ ପ୍ରୟାସ କରିଥିଲା। କେଉଁ ଆଧାରରେ ତାଙ୍କ ଭାଇକୁ ଅଟକାଯାଉଛି ଓ ଥାନାକୁ ନେବାକୁ କୁହାଯାଉଛି, ସେ ସମ୍ପର୍କରେ ପୁଲିସକୁ ସେ ଜବାବ ମାଗିଥିଲେ। ପୁଲିସ କିଛି ନ କହି ବାରମ୍ୱାର ତାଙ୍କ ଭାଇକୁ ଥାନାକୁ ନେବାକୁ ଉଦ୍ୟମ କରିଥିଲା। ଚାମେଲିଙ୍କ ଦୀର୍ଘ ସମୟ ପ୍ରତିବାଦ ପରେ ଶେଷରେ ଘଟଣାସ୍ଥଳରେ ପହଞ୍ଚିଥିଲେ ମହାକାଳପଡ଼ା ଥାନା ଅଧିକାରୀ ମାନସ ମଲ୍ଲିକ। ଚାମେଲି ଓ ଶ୍ରୀ ମଲ୍ଲିକଙ୍କ ମଧ୍ୟରେ ମଧ୍ୟ କଥା କଟାକଟି ପରିସ୍ଥିତି ସୃଷ୍ଟି ହୋଇଥିଲା। ଶେଷରେ ଚାମେଲିଙ୍କ ଭାଇକୁ ପୁଲିସ ଥାନାକୁ ଉଠାଇନେବା ପରେ ଚାମେଲିଙ୍କୁ ମଧ୍ୟ ଥାନାକୁ ନେଇଥିଲା ପୁଲିସ। ତାଙ୍କୁ ନେବା ସମୟରେ ତାଙ୍କ ଫୋନ୍‌କୁ ମହିଳା ପୁଲିସ ଛଡ଼ାଇବାକୁ ଉଦ୍ୟମ କରିଥିବା ମଧ୍ୟ ସେ ଜଣାଇଛନ୍ତି। ଆରମ୍ଭରୁ ଥାନାକୁ ଯିବା ପର୍ଯ୍ୟନ୍ତ ସେ ସମସ୍ତ ଘଟଣାବଳୀକୁ ଲାଇଭ୍‌ ମାଧ୍ୟମରେ ରହି ସମସ୍ତଙ୍କୁ ତାଙ୍କ ଉପରେ ହେଉଥିବା ନିର୍ଯାତନା ବିରୋଧରେ ସ୍ୱର ଉଠାଇବା ସହ ସହଯୋଗ ପାଇଁ ନିବେଦନ କରୁଥିବା ସେ ଜଣାଇଛନ୍ତି। ଥାନାରେ ସେ କିଛି ସମୟ ରହିବା ପରେ ତାଙ୍କୁ ହଠାତ୍‌ ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ତାଙ୍କ ଛାତିରେ ପ୍ରବଳ ଯନ୍ତ୍ରଣା ହେଉଥିବା ସେ କହିଥିଲେ। ପୁଲିସ କର୍ମଚାରୀ ତାଙ୍କ ମୋବାଇଲ୍‌ ଛଡ଼ା‌ଇ ନେଇଯାଇଥିବା ଓ ତାଙ୍କୁ ଆକ୍ରମଣ କରିଥିବା ମଧ୍ୟ ସେ କହିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଉପରେ ହୋଇଥିବା ନିର୍ଯାତନାର ନ୍ୟାୟ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରିଛନ୍ତି। ଚାମେଲିଙ୍କ ଉପରେ ହୋଇଥିବା ଘଟଣାରେ ପୁଲିସ ଓ ପ୍ରଶାସନକୁ ଦୃଢ଼ ନିନ୍ଦା କରାଯାଇଛି।

ଅପରପକ୍ଷେ, ଏହି ଘଟଣାକୁ ନେଇ ସରପଞ୍ଚ ସଂଘ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଏହାର ପ୍ରତିବାଦରେ ଆଜିଠାରୁ ସରପଞ୍ଚମାନେ କୌଣସି ସରକାରୀ କାର୍ଯ୍ୟରେ ସହଯୋଗ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ଏହାସହ ସରପଞ୍ଚ ସଂଘର ଏକ ପ୍ରତିନିଧିଦଳ ଆଜି ଚାମେଲିଙ୍କୁ ଭେଟିବା ପରେ ଆଗାମୀ କାର୍ଯ୍ୟପନ୍ଥା ଉପରେ ସ୍ଥିର କରାଯିବ ବୋଲି ସଂଘ ଜଣାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର