କଲ୍କି 2898 AD ସିକ୍ୱେଲରେ ଦୀପିକା ପାଦୁକୋନଙ୍କ ସ୍ଥାନ ନେବେ କି ଆଲିଆ ଭଟ୍ଟ? ଜାଣନ୍ତୁ ପ୍ରକୃତ ସତ

Suryakanta Picture
Published On

ନିର୍ଦ୍ଦେଶକ ନାଗ ଅଶ୍ୱିନଙ୍କ ସୁପରହିଟ୍ ଫିଲ୍ମ 'କଲ୍କି 2898 AD' ର ସିକ୍ୱେଲକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି। ନିକଟରେ ଖବର ଆସିଥିଲା ଯେ ଏହି ପ୍ରୋଜେକ୍ଟରୁ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ବିଦାୟ ନେଇଛନ୍ତି। ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ହେଉଛି ଯେ ଏହି ଫିଲ୍ମରେ ଆଲିଆ ଭଟ୍ଟ ଏଣ୍ଟ୍ରି କରିଛନ୍ତି।

ଆହୁରି ପଢ଼ନ୍ତୁ: ୨୧ ବର୍ଷର ବିବାହ ବିଚ୍ଛେଦ ଏବଂ ମା'ଙ୍କ କ୍ୟାନ୍ସର; ଜୀବନର ସବୁଠାରୁ କଠିନ ସମୟକୁ ମନେ ପକାଇଲେ ଅର୍ଜୁନ ରାମ୍ପାଲ

କ'ଣ ଦୀପିକାଙ୍କ ସ୍ଥାନ ନେବେ ଆଲିଆ?

କିଛି ରିପୋର୍ଟରେ ଦାବି କରାଯାଇଛି ଯେ, ଆଲିଆ ଭଟ୍ଟ ଫିଲ୍ମରେ ଦୀପିକାଙ୍କ ଚରିତ୍ର ସୁମତି (SUM-80) ର ଭୂମିକାରେ ନଜର ଆସିବେ। ଅନ୍ୟପଟେ କିଛି ସୂତ୍ର ଅନୁଯାୟୀ ଆଲିଆ ଏକ ସମ୍ପୂର୍ଣ୍ଣ ନୂଆ ଏବଂ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରିବେ। ଏମିତିକି ସେ ହିନ୍ଦୁ ପୁରାଣ ଅନୁଯାୟୀ କଳିଯୁଗର ଅନ୍ୟତମ ଚିରଞ୍ଜୀବୀ ଦେବୀ ବୈଷ୍ଣୋ ଦେବୀଙ୍କ ଭୂମିକା ନିଭାଇପାରନ୍ତି ବୋଲି ମଧ୍ୟ ଆଲୋଚନା ହେଉଛି। କିଛି ଗୁଜବ ଏହା ମଧ୍ୟ ଦାବି କରିଥିଲା ଯେ, ହାଇଦ୍ରାବାଦରେ ଆଲିଆ କିଛି ଦୃଶ୍ୟର ସୁଟିଂ ମଧ୍ୟ ସାରିଛନ୍ତି।

ଆହୁରି ପଢ଼ନ୍ତୁ: ଅଭିନୟ ଛାଡ଼ିବା ଗୁଜବ ଉପରେ ଟ୍ରୋଲରଙ୍କୁ କଡ଼ା ଜବାବ ଦେଲେ ହର୍ଷବର୍ଦ୍ଧନ କପୁର, କହିଲେ- 'ଆହୁରି କାନ୍ଦ'

ନିର୍ମାତାଙ୍କ ପକ୍ଷରୁ ମିଳିଲା ସ୍ପଷ୍ଟୀକରଣ

ଏହି ଗୁଜବ ଉପରେ 'କଲ୍କି 2898 AD' ର ମେକର୍ସଙ୍କ ପକ୍ଷରୁ ସ୍ପଷ୍ଟୀକରଣ ମିଳିଛି। ଫିଲ୍ମର ଜଣେ ମୁଖପାତ୍ର ହିନ୍ଦୁସ୍ତାନ ଟାଇମ୍ସକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆଲିଆଙ୍କ ସୁଟିଂ ଖବର ସମ୍ପୂର୍ଣ୍ଣ ମିଥ୍ୟା ଏବଂ "କୌଣସି ସୁଟିଂ ହୋଇନାହିଁ"। ତାଙ୍କର କାଷ୍ଟିଂ ବିଷୟରେ ପଚରାଯିବାରୁ ସେ କହିଛନ୍ତି, "ଏପର୍ଯ୍ୟନ୍ତ କୌଣସି ଅଫିସିଆଲ୍ ସ୍ପଷ୍ଟତା ନାହିଁ। ସୋସିଆଲ ମିଡିଆରେ କେହି ଜଣେ ପୋଷ୍ଟ କରିଥିଲେ ଏବଂ ଅନ୍ୟମାନେ ଏହାକୁ କପି ପେଷ୍ଟ କରି ଖବର ବନାଇଦେଲେ। ଆଲିଆଙ୍କ କାଷ୍ଟିଂକୁ ନେଇ ଏବେ ସୁଦ୍ଧା କୌଣସି ନିଷ୍ପତ୍ତି ହୋଇନାହିଁ।"

ଆହୁରି ପଢ଼ନ୍ତୁ: ରିଲିଜ୍ ହେଲା ‘ଆଲଫା’ ଟିଜର୍: ଝିଅ ଆଲିଆଙ୍କୁ ବାପା ବବି ଦେଓଲଙ୍କ ଭୟଙ୍କର ଜନ୍ମଦିନ ଉପହାର

ଦୀପିକାଙ୍କ ବିଦାୟ ନେଇଥିଲା ଚର୍ଚ୍ଚା

ଗତ କିଛି ଦିନ ତଳେ ପ୍ରଡକ୍ସନ୍ ହାଉସ୍ ବୈଜୟନ୍ତୀ ମୁଭିଜ୍ ଘୋଷଣା କରିଥିଲା ଯେ, ଦୀପିକା ପାଦୁକୋନ ଆଉ ଏହି ସିକ୍ୱେଲର ଅଂଶବିଶେଷ ରହିବେ ନାହିଁ। 'ସ୍ପିରିଟ୍' ଫିଲ୍ମକୁ ନେଇ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ସହ ମତଭେଦ ପରେ ସେ ଏହି ପ୍ରୋଜେକ୍ଟରୁ ଓହରି ଯାଇଥିଲେ ବୋଲି ଶୁଣିବାକୁ ମିଳିଥିଲା। ବର୍ତ୍ତମାନ ଫିଲ୍ମର ମୁଖ୍ୟ ଭୂମିକାରେ ପ୍ରଭାସ, ଅମିତାଭ ବଚ୍ଚନ ଏବଂ କମଲ ହାସନଙ୍କ ପରି ମେଗାଷ୍ଟାରମାନେ ଅଛନ୍ତି, ଯେଉଁମାନେ ଆଗାମୀ ସିକ୍ୱେଲରେ ମଧ୍ୟ ନଜର ଆସିବେ।

16 Jun 2026 By Suryakanta

କଲ୍କି 2898 AD ସିକ୍ୱେଲରେ ଦୀପିକା ପାଦୁକୋନଙ୍କ ସ୍ଥାନ ନେବେ କି ଆଲିଆ ଭଟ୍ଟ? ଜାଣନ୍ତୁ ପ୍ରକୃତ ସତ

ନିର୍ଦ୍ଦେଶକ ନାଗ ଅଶ୍ୱିନଙ୍କ ସୁପରହିଟ୍ ଫିଲ୍ମ 'କଲ୍କି 2898 AD' ର ସିକ୍ୱେଲକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି। ନିକଟରେ ଖବର ଆସିଥିଲା ଯେ ଏହି ପ୍ରୋଜେକ୍ଟରୁ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ବିଦାୟ ନେଇଛନ୍ତି। ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ହେଉଛି ଯେ ଏହି ଫିଲ୍ମରେ ଆଲିଆ ଭଟ୍ଟ ଏଣ୍ଟ୍ରି କରିଛନ୍ତି।

କ'ଣ ଦୀପିକାଙ୍କ ସ୍ଥାନ ନେବେ ଆଲିଆ?

କିଛି ରିପୋର୍ଟରେ ଦାବି କରାଯାଇଛି ଯେ, ଆଲିଆ ଭଟ୍ଟ ଫିଲ୍ମରେ ଦୀପିକାଙ୍କ ଚରିତ୍ର ସୁମତି (SUM-80) ର ଭୂମିକାରେ ନଜର ଆସିବେ। ଅନ୍ୟପଟେ କିଛି ସୂତ୍ର ଅନୁଯାୟୀ ଆଲିଆ ଏକ ସମ୍ପୂର୍ଣ୍ଣ ନୂଆ ଏବଂ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରିବେ। ଏମିତିକି ସେ ହିନ୍ଦୁ ପୁରାଣ ଅନୁଯାୟୀ କଳିଯୁଗର ଅନ୍ୟତମ ଚିରଞ୍ଜୀବୀ ଦେବୀ ବୈଷ୍ଣୋ ଦେବୀଙ୍କ ଭୂମିକା ନିଭାଇପାରନ୍ତି ବୋଲି ମଧ୍ୟ ଆଲୋଚନା ହେଉଛି। କିଛି ଗୁଜବ ଏହା ମଧ୍ୟ ଦାବି କରିଥିଲା ଯେ, ହାଇଦ୍ରାବାଦରେ ଆଲିଆ କିଛି ଦୃଶ୍ୟର ସୁଟିଂ ମଧ୍ୟ ସାରିଛନ୍ତି।

ନିର୍ମାତାଙ୍କ ପକ୍ଷରୁ ମିଳିଲା ସ୍ପଷ୍ଟୀକରଣ

ଏହି ଗୁଜବ ଉପରେ 'କଲ୍କି 2898 AD' ର ମେକର୍ସଙ୍କ ପକ୍ଷରୁ ସ୍ପଷ୍ଟୀକରଣ ମିଳିଛି। ଫିଲ୍ମର ଜଣେ ମୁଖପାତ୍ର ହିନ୍ଦୁସ୍ତାନ ଟାଇମ୍ସକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆଲିଆଙ୍କ ସୁଟିଂ ଖବର ସମ୍ପୂର୍ଣ୍ଣ ମିଥ୍ୟା ଏବଂ "କୌଣସି ସୁଟିଂ ହୋଇନାହିଁ"। ତାଙ୍କର କାଷ୍ଟିଂ ବିଷୟରେ ପଚରାଯିବାରୁ ସେ କହିଛନ୍ତି, "ଏପର୍ଯ୍ୟନ୍ତ କୌଣସି ଅଫିସିଆଲ୍ ସ୍ପଷ୍ଟତା ନାହିଁ। ସୋସିଆଲ ମିଡିଆରେ କେହି ଜଣେ ପୋଷ୍ଟ କରିଥିଲେ ଏବଂ ଅନ୍ୟମାନେ ଏହାକୁ କପି ପେଷ୍ଟ କରି ଖବର ବନାଇଦେଲେ। ଆଲିଆଙ୍କ କାଷ୍ଟିଂକୁ ନେଇ ଏବେ ସୁଦ୍ଧା କୌଣସି ନିଷ୍ପତ୍ତି ହୋଇନାହିଁ।"

ଦୀପିକାଙ୍କ ବିଦାୟ ନେଇଥିଲା ଚର୍ଚ୍ଚା

ଗତ କିଛି ଦିନ ତଳେ ପ୍ରଡକ୍ସନ୍ ହାଉସ୍ ବୈଜୟନ୍ତୀ ମୁଭିଜ୍ ଘୋଷଣା କରିଥିଲା ଯେ, ଦୀପିକା ପାଦୁକୋନ ଆଉ ଏହି ସିକ୍ୱେଲର ଅଂଶବିଶେଷ ରହିବେ ନାହିଁ। 'ସ୍ପିରିଟ୍' ଫିଲ୍ମକୁ ନେଇ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ସହ ମତଭେଦ ପରେ ସେ ଏହି ପ୍ରୋଜେକ୍ଟରୁ ଓହରି ଯାଇଥିଲେ ବୋଲି ଶୁଣିବାକୁ ମିଳିଥିଲା। ବର୍ତ୍ତମାନ ଫିଲ୍ମର ମୁଖ୍ୟ ଭୂମିକାରେ ପ୍ରଭାସ, ଅମିତାଭ ବଚ୍ଚନ ଏବଂ କମଲ ହାସନଙ୍କ ପରି ମେଗାଷ୍ଟାରମାନେ ଅଛନ୍ତି, ଯେଉଁମାନେ ଆଗାମୀ ସିକ୍ୱେଲରେ ମଧ୍ୟ ନଜର ଆସିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର