ପରକୀୟା ପ୍ରୀତି ନେଲା ଜୀବନ; ଅପହରଣ ପରେ ସାଙ୍ଗକୁ ମାରି ମାଟିତଳେ ପୋତିଦେଲା ସାଙ୍ଗ...

Madhusudan Das Picture
Published On

ଉଦଳା: ପରକୀୟା ପ୍ରୀତି ନେଇ ଯୁବକଙ୍କୁ ହତ୍ୟା । ପତ୍ନୀଙ୍କ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କଲା ବରହମପୁର ପୋଲିସ । ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଜାମୁନା ଗାଁର ଘଟଣା । ମୃତକ ହେଲେ ଏହି ଗାଁର ବୀରେନ୍ଦ୍ର ବେହେରା । ହତ୍ୟା ଅଭିଯୋଗରେ ଅଭିଯୁକ୍ତ ବିରେନ ମଢେଇକୁ ଗିରଫ ପରେ ଉଦଳା ଥାନା ବଡସିଙ୍ଗାରିଆ ଗ୍ରାମର ମାଟି ତଳୁ ମୃତକ ବୀରେନ୍ଦ୍ର ବେହେରାଙ୍କ ଗଳିତ ଶବ ବାହାର କରି ତଦନ୍ତ କରୁଛି ପୋଲିସ । ସାଙ୍ଗର ସ୍ତ୍ରୀ ସହ ପରକୀୟ ପ୍ରୀତିରୁ  ଏହି ହତ୍ୟାକାଣ୍ଡ ହୋଇଥିବା ସୂଚନା । ବୀରେନ୍ଦ୍ର ବେହେରାଙ୍କୁ ଅପହରଣ କରାଯାଇଥିବା ତାଙ୍କ ସ୍ତ୍ରୀ ସାବିତ୍ରୀ ବାଲେଶ୍ୱର ଜିଲ୍ଲା ବରହମପୁର ଥାନାରେ ମେ ମାସ ୩୧ ତାରିଖରେ ଲିଖିତ ଅଭିଯୋଗ କରିଥିଲେ ।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଶୁଣାଣିକୁ ସେପ୍ଟେମ୍ବର ୭କୁ ଘୁଞ୍ଚାଇଲେ ସୁପ୍ରିମକୋର୍ଟ

ମୃତକଙ୍କ ପତ୍ନୀଙ୍କ ଅଭିଯୋଗ ଅନୁଯାୟୀ, ବୀରେନ୍ ମଢେଇ ନାମକ ଜଣେ ଯୁବକଙ୍କ ସହ ବୀରେନ୍ଦ୍ର ବେହେରାଙ୍କର ଭଲ ବନ୍ଧୁତା ଥିଲା। କିନ୍ତୁ ବୀରେନ୍ ମଢେଇଙ୍କ ସ୍ତ୍ରୀଙ୍କ ସହ ବୀରେନ୍ଦ୍ର ବେହେରାଙ୍କ ଅନୈତିକ ସମ୍ପର୍କ ଥିବା ଅଭିଯୋଗ ହୋଇଥିଲା। ପୂର୍ବରୁ ଏହି ମାମଲାର ଥରେ ଗାଁ ପଞ୍ଚାୟତରେ ସମାଧାନ ହୋଇଥିଲା। ବହୁ ସମୟରେ ବିରେନ ମଢେଇ ବୀରେନ୍ଦ୍ରଙ୍କୁ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଉଥିଲେ। ଗତ ମାସ ୨୫ ତାରିଖରେ ଫୋନ କରି ବୀରେନ୍ଦ୍ରଙ୍କୁ ଡମ୍ପର ଚଳାଇବା ପାଇଁ କପ୍ତିପଦାକୁ ଡକା ଯାଇଥିଲା। ସେ କପ୍ତିପଦା ଅଭିମୁଖେ ଯିବାବେଳେ ଜାମୁନା ଛକରୁ ତାଙ୍କୁ ଅପହରଣ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା ପରେ ତତ୍ପର ରାଜ୍ୟ ସରକାର: ୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ନିର୍ଦ୍ଦେଶ

ଘରକୁ ନ ଫେରିବାରୁ ବୀରେନ୍ଦ୍ରଙ୍କ ଭାଇ ଥାନାରେ ଅଭିଯୋଗ କରିଥିଲେ। ବିରେନକୁ ଅଟକ ରଖି ପଚରା ଉଚୁରା ପରେ ସେ ସତ ସ୍ୱୀକାର କରିଥିଲା। ସେ ହତ୍ୟା କରି ଉଦଳା, ନାଗପାଳ ଦେବକୁଣ୍ଡ ରାସ୍ତାର ଏକ ନିଛାଟିଆ ସ୍ଥାନରେ ପୋତି ଦେଇଥିବା ମାନିଥିଲା । ଘଟଣାସ୍ଥଳରୁ ମାଟି ଖୋଳି ଗଳିତ ମୃତଦେହ ଉଦ୍ଧାର କରିଛି ପୋଲିସ। ଅଭିଯୁକ୍ତ କେମିତି ହତ୍ୟା କରିଥିଲା, ତାର ସିନ୍ ରିକ୍ରିଏସନ କରିଛି ପୋଲିସ।

ଆହୁରି ପଢ଼ନ୍ତୁ: ସେଣ୍ଟ୍ରିଂ କାଢ଼ିବା ବେଳେ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକ ମୃତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର