ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

କେନ୍ଦୁଝରରେ କୁଖ୍ୟାତ ଅପରାଧୀ ପ୍ରଭାତ ମଲ୍ଲିକକୁ ପୋଲିସ ଏନକାଉଣ୍ଟର

Madhusudan Das Picture
Published On

କେନ୍ଦୁଝର: କୁଖ୍ୟାତ ଅପରାଧୀ ପ୍ରଭାତ ମଲ୍ଲିକକୁ ଏନକାଉଣ୍ଟର । କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ମହୁଲଡିହା ଜଙ୍ଗଲ ନିକଟରେ ବିଳମ୍ବିତ ରାତିରେ ପୋଲିସର ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ପ୍ରଭାତ ମଲ୍ଲିକ ଗୁରୁତର ହୋଇଛି । ପ୍ରଭାତର ଡାହାଣ ଗୋଡ଼ରେ ବାଜିଛି ଗୁଳି। ଗୁରୁତର ଅବସ୍ଥାରେ କେନ୍ଦୁଝର ଧରଣୀଧର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ପ୍ରଭାତ ନାଁରେ ବିଭିନ୍ନ ଥାନାରେ ରହିଛି ୪୦ରୁ ଅଧିକ ମାମଲା। ପ୍ରଭାତ ଦୀର୍ଘ ଦିନ ଧରି ଫେରାର ଥିଲା ଏବଂ କେନ୍ଦୁଝର ଅଞ୍ଚଳରେ ବ୍ୟାପକ ଆତଙ୍କ ଖେଳାଇଥିଲା। 

ଆହୁରି ପଢ଼ନ୍ତୁ: ରାଜଧାନୀରେ ଲଜ୍ଜା: ଚାକିରି ଦେବାକୁ କହି ପାର୍ଲରରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

ମିଳିଥିବା ସୂଚନା ଅନୁଯାୟୀ, କିଛି ଦିନ ପୁର୍ବରୁ ବନ୍ଧୁକ ମୁନରେ ଆଠ ଲକ୍ଷ ଅଠର ହଜାର ଟଙ୍କା ଡକାୟତି ଘଟଣାରେ ପ୍ରଭାତର ସମ୍ପୃକ୍ତ ଥିବା ଜାଣି ସଦର ଥାନା ଟାଙ୍ଗରାଣୀରୁ ଗିରଫ କରିଥିଲା। ଗିରଫ ପରେ ତା ଠାରୁ ୧୨ ହଜାର ଟଙ୍କା ଜବତ କରିଥିଲା ପୋଲିସ। ବାକି ପଇସା ସଦର ଥାନା ମହୁଲଡିହା ଜଙ୍ଗଲରେ ରଖିଥିବା କହିଥିଲା ପ୍ରଭାତ । ଟଙ୍କା ଉଦ୍ଧାର ଏବଂ ପଚରାଉଚରା କରିବା ପାଇଁ ପୋଲିସ ଟିମ୍ ଅଭିଯୁକ୍ତ ପ୍ରଭାତ ମଲ୍ଲିକକୁ ବାଉରୀପଡ଼ା ଜଙ୍ଗଲକୁ ନେଇଥିଲା। ଯେତେବେଳେ ପୋଲିସ ତାକୁ ମହୁଲଡିହା ଜଙ୍ଗଲକୁ ଟଙ୍କା ଉଦ୍ଧାର କରିବା ପାଇଁ ନେଇଥିଲା ସେ ଗାତରୁ ଟଙ୍କା ବାହାର କରିବାକୁ ଯାଇ ଗାତରେ ରଖିଥିବା ଏକ ଦେଶୀ ବନ୍ଧୁକକୁ କାଢ଼ି ପୋଲିସ ଉପରକୁ ଗୁଳି ଚଳାଇଥିଲା । ଫଳରେ ପୋଲିସ ପାଲଟା ଗୁଳି ଚାଳନା କରିଥିଲା । ଆହତ ଅବସ୍ଥାରେ ଅପରାଧୀକୁ ତୁରନ୍ତ ଚିକିତ୍ସା ପାଇଁ କେନ୍ଦୁଝର ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ଶାଶୁ ଓ ଶ୍ୱଶୁରଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ଜ୍ୱାଇଁ

16 Jun 2026 By Madhusudan Das

କେନ୍ଦୁଝରରେ କୁଖ୍ୟାତ ଅପରାଧୀ ପ୍ରଭାତ ମଲ୍ଲିକକୁ ପୋଲିସ ଏନକାଉଣ୍ଟର

କେନ୍ଦୁଝର: କୁଖ୍ୟାତ ଅପରାଧୀ ପ୍ରଭାତ ମଲ୍ଲିକକୁ ଏନକାଉଣ୍ଟର । କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ମହୁଲଡିହା ଜଙ୍ଗଲ ନିକଟରେ ବିଳମ୍ବିତ ରାତିରେ ପୋଲିସର ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ପ୍ରଭାତ ମଲ୍ଲିକ ଗୁରୁତର ହୋଇଛି । ପ୍ରଭାତର ଡାହାଣ ଗୋଡ଼ରେ ବାଜିଛି ଗୁଳି। ଗୁରୁତର ଅବସ୍ଥାରେ କେନ୍ଦୁଝର ଧରଣୀଧର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ପ୍ରଭାତ ନାଁରେ ବିଭିନ୍ନ ଥାନାରେ ରହିଛି ୪୦ରୁ ଅଧିକ ମାମଲା। ପ୍ରଭାତ ଦୀର୍ଘ ଦିନ ଧରି ଫେରାର ଥିଲା ଏବଂ କେନ୍ଦୁଝର ଅଞ୍ଚଳରେ ବ୍ୟାପକ ଆତଙ୍କ ଖେଳାଇଥିଲା। 

ମିଳିଥିବା ସୂଚନା ଅନୁଯାୟୀ, କିଛି ଦିନ ପୁର୍ବରୁ ବନ୍ଧୁକ ମୁନରେ ଆଠ ଲକ୍ଷ ଅଠର ହଜାର ଟଙ୍କା ଡକାୟତି ଘଟଣାରେ ପ୍ରଭାତର ସମ୍ପୃକ୍ତ ଥିବା ଜାଣି ସଦର ଥାନା ଟାଙ୍ଗରାଣୀରୁ ଗିରଫ କରିଥିଲା। ଗିରଫ ପରେ ତା ଠାରୁ ୧୨ ହଜାର ଟଙ୍କା ଜବତ କରିଥିଲା ପୋଲିସ। ବାକି ପଇସା ସଦର ଥାନା ମହୁଲଡିହା ଜଙ୍ଗଲରେ ରଖିଥିବା କହିଥିଲା ପ୍ରଭାତ । ଟଙ୍କା ଉଦ୍ଧାର ଏବଂ ପଚରାଉଚରା କରିବା ପାଇଁ ପୋଲିସ ଟିମ୍ ଅଭିଯୁକ୍ତ ପ୍ରଭାତ ମଲ୍ଲିକକୁ ବାଉରୀପଡ଼ା ଜଙ୍ଗଲକୁ ନେଇଥିଲା। ଯେତେବେଳେ ପୋଲିସ ତାକୁ ମହୁଲଡିହା ଜଙ୍ଗଲକୁ ଟଙ୍କା ଉଦ୍ଧାର କରିବା ପାଇଁ ନେଇଥିଲା ସେ ଗାତରୁ ଟଙ୍କା ବାହାର କରିବାକୁ ଯାଇ ଗାତରେ ରଖିଥିବା ଏକ ଦେଶୀ ବନ୍ଧୁକକୁ କାଢ଼ି ପୋଲିସ ଉପରକୁ ଗୁଳି ଚଳାଇଥିଲା । ଫଳରେ ପୋଲିସ ପାଲଟା ଗୁଳି ଚାଳନା କରିଥିଲା । ଆହତ ଅବସ୍ଥାରେ ଅପରାଧୀକୁ ତୁରନ୍ତ ଚିକିତ୍ସା ପାଇଁ କେନ୍ଦୁଝର ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର