ଗୋ ତସ୍କର ଓ ଗଞ୍ଜେଇ ମାଫିଆ ନେଇ ମୟୂରଭଞ୍ଜର ୩ଟି ସ୍ଥାନରେ ଚଢାଉ

Madhusudan Das Picture
Published On

ବାରିପଦା/ରାଇରଙ୍ଗପୁର: ଗୋ ତସ୍କର ଓ ଗଞ୍ଜେଇ ମାଫିଆ ନେଇ ପୋଲିସ୍ ପକ୍ଷରୁ ବଡ଼ ଧରଣ ଚଢାଉ ଜାରି ରହିଛି। ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ, ବୈଶିଙ୍ଗା, ଏବଂ ଝାରପୋଖରୀଆ ଥାନା ଅଞ୍ଚଳରେ ମାଫିଆଙ୍କ ଘରେ ଚଢ଼ାଉ କରାଯାଉଛି। ମୟୂରଭଞ୍ଜ ଜିଲ୍ଲା ପୋଲିସ ପକ୍ଷରୁ ଅପରାଧୀ ଓ ମାଫିଆଙ୍କ ବିରୋଧରେ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୩ଟି ପୃଥକ ସ୍ଥାନରେ ପୋଲିସର ସ୍ୱତନ୍ତ୍ର ଟିମ୍ ଏକକାଳୀନ ଚଢ଼ାଉ କରିଛି। ଏହି ରେଡ୍ ବିଶେଷ କରି ସ୍ଥାନୀୟ ଗଞ୍ଜେଇ ଓ ଗୋ-ମାଫିଆଙ୍କ ବେଆଇନ ସମ୍ପତ୍ତି ଉପରେ କରାଯାଉଥିବା ସୂଚନା ମିଳିଛି। 

ଆହୁରି ପଢ଼ନ୍ତୁ: ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନକୁ ଏନକାଉଣ୍ଟର କରି କାବୁକଲା କେନ୍ଦୁଝର ପୁଲିସ୍

ସୂଚନା ମୁତାବକ, ଶନିବାର ସକାଳୁ ମୟୂରଭଞ୍ଜ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଝାରପୋଖରିଆ ଥାନା ଅଧୀନ ଝାରପୋଖରିଆ ଅଞ୍ଚଳର ଉତ୍ତମ କୁମାର ଦଣ୍ଡପାଟ ଏବଂ ଶୀର୍ଷା ଅଞ୍ଚଳର ଅର୍ଜୁନ ପଟ୍ଟନାୟକଙ୍କ ଘରେ ଚଢ଼ାଉ କରିଛି। ସେହିପରି ରାଇରଙ୍ଗପୁର ଗ୍ରାମାଞ୍ଚଳ ଅନ୍ତର୍ଗତ କେନ୍ଦ୍ରାଇ ଗ୍ରାମ ଏସ କେ ଟକରା ଓ ଏସ କେ ତବରେଜ ଏବଂ ବୈଶିଙ୍ଗା ଥାନା ଅଧୀନରେ ଥିବା କଳମା ପଞ୍ଚାୟତ ଗୋବିନ୍ଦରାୟପୁର୍ ଆସିକୁର ରେହମାନ ଔରଫ ଫକୀର ଓ ତାଳପଦା ଗ୍ରାମର ମଲ୍ଲିକ ଉସ୍ତାର ଔରଫ ଡାକ୍ତର ଘରେ ଚାଲିଛି ଚଢ଼ାଉ କରାଯାଇଛି। ଗୋମାଫିଆଙ୍କୁ ନିସ୍ତାର ନାହିଁ। ମାଫିଆ ଓ ତାଙ୍କ ସମ୍ପର୍କୀୟଙ୍କ ଘରେ ମୟୁରଭଞ୍ଜ ପୁଲିସର ଚଢ଼ାଉ ଚାଲିଛି। ସୁନା ଅଳଙ୍କାର ସମେତ ନଗଦ ଟଙ୍କା ଓ ଜରୁରୀ କାଗଜପତ୍ର ଜବତ। ଚଢ଼ାଉରେ ସାମିଲ। ରହିଛନ୍ତି। ଗୋ ମାଫିଆ ମାନେ ବେଆଇନ କାର୍ଯ୍ୟକଳାପ ମାଧ୍ୟମରେ ଅର୍ଜନ କରିଥିବା ସମ୍ପତ୍ତିର ଆକଳନ ଓ ଜବତ ପାଇଁ ପୋଲିସ ଏହି ଆକ୍ସନ ନେଇଛି। ବର୍ତ୍ତମାନ ସୁଦ୍ଧା ପୋଲିସ ପକ୍ଷରୁ ଚଢ଼ାଉ ଜାରି ରହିଥିବା ବେଳେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଲଜ୍ଜା: ଦୁଷ୍କର୍ମ ଅଭିଯୋଗରେ ସମ୍ପର୍କୀୟ ଦାଦାଙ୍କୁ ବାନ୍ଧିଲା ମହିଳା ଥାନା ପୋଲିସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର