ଗୋ ତସ୍କର ଓ ଗଞ୍ଜେଇ ମାଫିଆ ନେଇ ମୟୂରଭଞ୍ଜର ୩ଟି ସ୍ଥାନରେ ଚଢାଉ

Madhusudan Das Picture
Published On

ବାରିପଦା/ରାଇରଙ୍ଗପୁର: ଗୋ ତସ୍କର ଓ ଗଞ୍ଜେଇ ମାଫିଆ ନେଇ ପୋଲିସ୍ ପକ୍ଷରୁ ବଡ଼ ଧରଣ ଚଢାଉ ଜାରି ରହିଛି। ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ, ବୈଶିଙ୍ଗା, ଏବଂ ଝାରପୋଖରୀଆ ଥାନା ଅଞ୍ଚଳରେ ମାଫିଆଙ୍କ ଘରେ ଚଢ଼ାଉ କରାଯାଉଛି। ମୟୂରଭଞ୍ଜ ଜିଲ୍ଲା ପୋଲିସ ପକ୍ଷରୁ ଅପରାଧୀ ଓ ମାଫିଆଙ୍କ ବିରୋଧରେ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୩ଟି ପୃଥକ ସ୍ଥାନରେ ପୋଲିସର ସ୍ୱତନ୍ତ୍ର ଟିମ୍ ଏକକାଳୀନ ଚଢ଼ାଉ କରିଛି। ଏହି ରେଡ୍ ବିଶେଷ କରି ସ୍ଥାନୀୟ ଗଞ୍ଜେଇ ଓ ଗୋ-ମାଫିଆଙ୍କ ବେଆଇନ ସମ୍ପତ୍ତି ଉପରେ କରାଯାଉଥିବା ସୂଚନା ମିଳିଛି। 

ଆହୁରି ପଢ଼ନ୍ତୁ: ଓଡ଼ିଶାର ପ୍ରତି ଚାଷୀ ପରିବାର ଉପରେ ୩୨,୭୨୧ଟଙ୍କା ଋଣ: କେନ୍ଦ୍ର

ସୂଚନା ମୁତାବକ, ଶନିବାର ସକାଳୁ ମୟୂରଭଞ୍ଜ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଝାରପୋଖରିଆ ଥାନା ଅଧୀନ ଝାରପୋଖରିଆ ଅଞ୍ଚଳର ଉତ୍ତମ କୁମାର ଦଣ୍ଡପାଟ ଏବଂ ଶୀର୍ଷା ଅଞ୍ଚଳର ଅର୍ଜୁନ ପଟ୍ଟନାୟକଙ୍କ ଘରେ ଚଢ଼ାଉ କରିଛି। ସେହିପରି ରାଇରଙ୍ଗପୁର ଗ୍ରାମାଞ୍ଚଳ ଅନ୍ତର୍ଗତ କେନ୍ଦ୍ରାଇ ଗ୍ରାମ ଏସ କେ ଟକରା ଓ ଏସ କେ ତବରେଜ ଏବଂ ବୈଶିଙ୍ଗା ଥାନା ଅଧୀନରେ ଥିବା କଳମା ପଞ୍ଚାୟତ ଗୋବିନ୍ଦରାୟପୁର୍ ଆସିକୁର ରେହମାନ ଔରଫ ଫକୀର ଓ ତାଳପଦା ଗ୍ରାମର ମଲ୍ଲିକ ଉସ୍ତାର ଔରଫ ଡାକ୍ତର ଘରେ ଚାଲିଛି ଚଢ଼ାଉ କରାଯାଇଛି। ଗୋମାଫିଆଙ୍କୁ ନିସ୍ତାର ନାହିଁ। ମାଫିଆ ଓ ତାଙ୍କ ସମ୍ପର୍କୀୟଙ୍କ ଘରେ ମୟୁରଭଞ୍ଜ ପୁଲିସର ଚଢ଼ାଉ ଚାଲିଛି। ସୁନା ଅଳଙ୍କାର ସମେତ ନଗଦ ଟଙ୍କା ଓ ଜରୁରୀ କାଗଜପତ୍ର ଜବତ। ଚଢ଼ାଉରେ ସାମିଲ। ରହିଛନ୍ତି। ଗୋ ମାଫିଆ ମାନେ ବେଆଇନ କାର୍ଯ୍ୟକଳାପ ମାଧ୍ୟମରେ ଅର୍ଜନ କରିଥିବା ସମ୍ପତ୍ତିର ଆକଳନ ଓ ଜବତ ପାଇଁ ପୋଲିସ ଏହି ଆକ୍ସନ ନେଇଛି। ବର୍ତ୍ତମାନ ସୁଦ୍ଧା ପୋଲିସ ପକ୍ଷରୁ ଚଢ଼ାଉ ଜାରି ରହିଥିବା ବେଳେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର