ଭୁବନେଶ୍ୱର ସୈନିକ ସ୍କୁଲ ନିକଟରେ ସିରିଜ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି, ଅନ୍ୟ ୩ ଜଣ ଗୁରୁତର

Madhusudan Das Picture
Published On

ଭୁବନେଶ୍ୱର: ୩ ଜୀବନ ନେଲା ଇଭି କାର୍ । ଭୁବନେଶ୍ୱର ସୈନିକ ସ୍କୁଲ ନିକଟରେ ଘଟିଥିବା ସିରିଜ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ।  ଏମ୍ସ (AIIMS) ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଆହତଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ମୃତକଙ୍କ ମଧ୍ୟରେ ଲକ୍ଷ୍ମୀଧର ଟାପୁ, ସନ୍ତୋଷ ବେହେରା ଏବଂ ଜଣେ ଆଇଏଏସ (IAS) ଅଫିସରଙ୍କ ସ୍ୱାମୀ ଜେରୋମ୍ ଏକ୍କା ସାମିଲ ଅଛନ୍ତି। ସୋମବାର ରାତିରେ ଦୁର୍ଘଟଣା ଘଟିବାର କିଛି ସମୟ ପରେ ଜେରୋମ୍ ଏବଂ ସନ୍ତୋଷଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ଲକ୍ଷ୍ମୀଧର ଆଖି ବୁଜିଛନ୍ତି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

ସୂଚନା ଅନୁଯାୟୀ, ଏକ ଇଭି କାର୍ ପ୍ରେସ୍ ଛକରୁ ଏମସିଏଲ୍ (MCL) ଅଫିସ୍ ରୋଡ୍ ଆଡକୁ ଯାଉଥିବା ବେଳେ ଚାଳକ ଜଣକ ଭାରସାମ୍ୟ ହରାଇଥିଲେ। କାରଟି ପ୍ରଥମେ ଏକ ଅଟୋ-ରିକ୍ସା ଓ କିଛି ବାଇକକୁ ଧକ୍କା ଦେବା ପରେ ରାସ୍ତା କଡ଼ରେ ଥିବା ଏକ ଚା' ଦୋକାନ ନିକଟରେ ଠିଆ ହୋଇଥିବା ଲୋକଙ୍କ ଉପରେ ମାଡ଼ି ଯାଇଥିଲା। ଏହି ଘଟଣାରେ ୬ ଜଣ ଆହତ ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିଲା। ସ୍ଥାନୀୟ ଲୋକେ ଆହତମାନଙ୍କୁ ପ୍ରଥମେ ଏକ ଘରୋଇ ହସ୍ପିଟାଲ ଏବଂ ପରେ କ୍ୟାପିଟାଲ୍ ହସ୍ପିଟାଲ୍ ଓ ଏମ୍ସ (AIIMS) କୁ ସ୍ଥାନାନ୍ତର କରିଥିଲେ।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

ଦୁର୍ଘଟଣା ପରେ ଡ୍ରାଇଭର ଜଣକ ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ, ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ପରେ ଚାଳକ ଜଣକ ଗଞ୍ଜାମ ଜିଲ୍ଲା ଗାଙ୍ଗପୁରର ଅନିଲ ଗୌଡ଼ ବୋଲି ଜଣାପଡିଥିଲା ଏବଂ ସେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ଜନ୍ମକଲା ପୁଅକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ବାପା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର