ଛାତ୍ରୀଙ୍କୁ ଫେଭର ମାଗୁଥିଲେ ରସିକିଆ ପ୍ରଫେସର, ଯୌନ ନିର୍ଯାତନା ଓ ଅଶ୍ଳୀଳ ଫଟୋ ଭାଇରାଲ୍ ଅଭିଯୋଗରେ ବାନ୍ଧିଲା ପୋଲିସ

Madhusudan Das Picture
Published On

ଭୁବନେଶ୍ୱର: ରସିକିଆ ପ୍ରଫେସର ବାନ୍ଧିଲା ପୋଲିସ । ଛାତ୍ରୀଙ୍କୁ ଫେଭର ମାଗିବା ଅଭିଯୋଗରେ ଭୁବନେଶ୍ୱରର ଏକ ଭେଟେରିନାରୀ କଲେଜର ରସିକିଆ ପ୍ରଫେସର ଅଜିତ ଗୁପ୍ତାଙ୍କୁ ବାନ୍ଧିଲା ଭରତପୁର ପୋଲିସ । ତାଙ୍କ ନାମରେ ଜଣେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେବା ସହିତ ତାଙ୍କର ଅଶ୍ଳୀଳ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ କରିବାର ସାଂଘାତିକ ଅଭିଯୋଗ ହୋଇଛି। ଗିରଫ ଅଭିଯୁକ୍ତ ଅଜିତ ଗୁପ୍ତାଙ୍କ ଘର ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାରେ ବୋଲି ଜଣାପଡିଛି। 

ଆହୁରି ପଢ଼ନ୍ତୁ: ଦର୍ଶକଙ୍କ ପାଇଁ ଖୋଲିଲା ନୂଆ ରୂପର 'କଳିଙ୍ଗ ଷ୍ଟୁଡିଓ': ସ୍ନୋ ପାର୍କ ସହ ନେବେ ଭୂତ ବଙ୍ଗଳାର ମଜା, ଜାଣନ୍ତୁ ଟିକେଟ୍ ଦର

ପୀଡ଼ିତା ଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ପ୍ରଫେସର ତାଙ୍କୁ ଦୀର୍ଘ ଦିନ ଧରି ହଇରାଣ କରି ଆସୁଥିଲେ। ସେ ବାରମ୍ବାର ଛାତ୍ରୀଙ୍କୁ ପିଛା କରିବା ସହ ବ୍ୟକ୍ତିଗତ ସମ୍ପର୍କ ରଖିବା ପାଇଁ ପ୍ରସ୍ତାବ ଦେଉଥିଲେ। ଏପରିକି ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରି ସେ ଅନେକ ମେସେଜ୍ ମଧ୍ୟ ପଠାଇଥିଲେ। ଯେତେବେଳେ ଛାତ୍ରୀ ଜଣକ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ, ସେତେବେଳେ ପ୍ରଫେସର ଜଣକ ପ୍ରତିଶୋଧ ପରାୟଣ ହୋଇପଡିଥିଲେ।

ଆହୁରି ପଢ଼ନ୍ତୁ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ବଡ଼ଚଣା ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଛାତ୍ରୀଙ୍କୁ ବଦନାମ କରିବା ଉଦ୍ଦେଶ୍ୟରେ ପ୍ରଫେସର ଅଜିତ କୁମାର ଗୁପ୍ତା ତାଙ୍କର କିଛି ଫଟୋକୁ ଏଡିଟ୍ କରି ଅଶ୍ଳୀଳ ରୂପ ଦେଇଥିଲେ ଏବଂ ସେଗୁଡ଼ିକୁ ବିଭିନ୍ନ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରିଥିଲେ। ଇଣ୍ଟରନେଟରେ ଏହି ଆପତ୍ତିଜନକ ଫଟୋ ଦେଖିବା ପରେ ଛାତ୍ରୀ ଜଣକ ତୁରନ୍ତ ଭରତପୁର ଥାନାର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ପାଇ ପୋଲିସ ତୁରନ୍ତ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଅଭିଯୁକ୍ତ ପ୍ରଫେସରଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି। 

ଆହୁରି ପଢ଼ନ୍ତୁ: ଅକ୍ଟୋବର ୨୬ ସୁଦ୍ଧା ବାତ୍ୟା ରୂପ ନେଇପାରେ ଲଘୁଚାପ, ୨୮ରେ ଓଡ଼ିଶା-ଆନ୍ଧ୍ର ଉପକୂଳ ଛୁଇଁବା ନେଇ ଆଇଏମଡି ଡିଜିଙ୍କ ସୂଚନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର