ମନୋରଞ୍ଜନ
ଶଙ୍ଖ ଭବନରେ ବିଜେଡିର ସାଂଗଠନିକ ସମୀକ୍ଷା: ୭୦ ନିର୍ବାଚନମଣ୍ଡଳୀ ନେତାଙ୍କ ସହ ନବୀନଙ୍କ ଆଲୋଚନା
ଭୁବନେଶ୍ୱର: ବିଜୁ ଜନତା ଦଳର ଏକ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ସମୀକ୍ଷା ବୈଠକ ଶଙ୍ଖ ଭବନରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ୭୦ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରାୟ ୯୦ ଜଣ ନେତା ସିଧାସଳଖ ଶ୍ରୀ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ସାଙ୍ଗଠନିକ ସୁଦୃଢ଼ୀକରଣ ଓ ଜନସମସ୍ୟା ସମ୍ପର୍କରେ ସେମାନଙ୍କର ପରାମର୍ଶକୁ ନବୀନ ଗୋଟିଗୋଟି କରି ଶୁଣିଛନ୍ତି।
ବୈଠକ ପରେ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ ଦଳର ପ୍ରମୁଖ ଲକ୍ଷ୍ୟ ହେଉଛି ତୃଣମୂଳ ସ୍ତରରେ ସଂଗଠନକୁ ଅଧିକ ସୁଦୃଢ଼ କରିବା। ବ୍ଲକ ଓ ସହରାଞ୍ଚଳ, ପଞ୍ଚାୟତ ସ୍ତରରେ ଦଳୀୟ ସଂଗଠନକୁ ମଜବୁତ କରିବା, ଜନସାଧାରଣଙ୍କ ସହ ସମ୍ପର୍କ ବଢ଼ାଇବା ଏବଂ ସମଗ୍ର ଓଡ଼ିଶାରେ ସାଙ୍ଗଠନିକ କାର୍ଯ୍ୟକ୍ଷମତାକୁ ଆହୁରି ବୃଦ୍ଧି କରିବା ନେଇ ବିସ୍ତୃତ ଆଲୋଚନା ହୋଇଛି। ବୈଠକରେ ଅନେକ ନେତା ଜନସାଧାରଣ ସମ୍ମୁଖୀନ ହୋଇଥିବା ବହୁ ସମସ୍ୟା ଆଦି ବିଭିନ୍ନ ପ୍ରସଙ୍ଗ ଉଠାଇଥିଲେ। ସେଥିରେ କ୍ଷୁଦ୍ର ଖଣିଜ ସମ୍ପଦର କଥିତ ବ୍ୟାପକ ଲୁଟ ଓ ଅବ୍ୟବସ୍ଥା, ଆଇନଶୃଙ୍ଖଳା ପରିସ୍ଥିତିର ଅବନତି, ମହିଳାଙ୍କ ବିରୋଧରେ ବଢ଼ୁଥିବା ଅପରାଧ, କୃଷକମାନଙ୍କ ସମସ୍ୟା, ଯୁବକମାନଙ୍କ ବେକାରୀ ଏବଂ ଜନକଲ୍ୟାଣମୂଳକ ଯୋଜନାର କାର୍ଯ୍ୟକାରିତାରେ ଥିବା ତ୍ରୁଟି ଆଦି ଅନ୍ତର୍ଭୁକ୍ତ ଥିଲା ବୋଲି ସେ କହିଛନ୍ତି। ଦଳର ଉପସଭାପତି ସଞ୍ଜୟ ଦାସବର୍ମା କହିଛନ୍ତି ଯେ ଓଡ଼ିଶାବାସୀଙ୍କ ସ୍ୱାର୍ଥ ଓ ଜନହିତ ଦୃଷ୍ଟିରୁ ତୁରନ୍ତ ଧ୍ୟାନ ଓ ନିରନ୍ତର ହସ୍ତକ୍ଷେପ ଆବଶ୍ୟକ ଥିବା ୬ଟି ପ୍ରମୁଖ ପ୍ରସଙ୍ଗକୁ ବୈଠକରେ ଚିହ୍ନଟ କରାଯାଇଛି। ଏହି ପ୍ରସଙ୍ଗଗୁଡ଼ିକ ହେଲା କୃଷକ କଲ୍ୟାଣ, ମିଶନ ଶକ୍ତି ମାଧ୍ୟମରେ ମହିଳା ସଶକ୍ତିକରଣ, ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ, ଦୁର୍ବଳ ବର୍ଗଙ୍କ ପାଇଁ ସାମାଜିକ ସୁରକ୍ଷା, ଜନସେବାର ପ୍ରଭାବଶାଳୀ ପ୍ରଦାନ ଏବଂ ଓଡ଼ିଶାର ବିକାଶମୂଳକ ସ୍ୱାର୍ଥର ସୁରକ୍ଷା। ରାଜ୍ୟର କୃଷକମାନଙ୍କ ସ୍ଥିତି ନେଇ ବୈଠକରେ ଗଭୀର ଚିନ୍ତା ପ୍ରକଟ କରାଯାଇଛି। ବାରମ୍ୱାର ଆଶ୍ୱାସନ ସତ୍ତେ୍ୱ ଅନେକ କୃଷକ ଅବହେଳିତ ମନେ କରୁଛନ୍ତି ବୋଲି ସେ କହିଛନ୍ତି।
ଅନ୍ୟତ ଉପସଭାପତି ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ ଗତ ଦୁଇ ବର୍ଷ ଧରି ସାଧାରଣ ଲୋକମାନେ ଦୈନନ୍ଦିନ ଜୀବନରେ ସମ୍ମୁଖୀନ ହେଉଥିବା ଅନେକ ସମସ୍ୟା ସମ୍ପର୍କରେ ନିର୍ବାଚନମଣ୍ଡଳୀର ନେତାମାନେ ଦଳୀୟ ନେତୃତ୍ୱକୁ ଅବଗତ କରାଇଥିଲେ। ଜୀବିକା, ଦରଦାମ ବୃଦ୍ଧି, ବେକାରୀ, ଜନସେବା ଏବଂ ଶାସନ ସମ୍ପର୍କିତ ପ୍ରସଙ୍ଗ ବିଭିନ୍ନ ଅଞ୍ଚଳର ନେତାମାନେ ବର୍ଣ୍ଣନା କରିଛନ୍ତି। ବିଜେଡି ଓଡ଼ିଶାର ସ୍ୱାର୍ଥର ସୁରକ୍ଷା ଏବଂ ଲୋକଙ୍କ ସମସ୍ୟାର ପ୍ରଭାବଶାଳୀ ପ୍ରତିନିଧିତ୍ୱ ପାଇଁ ଏକ ଶକ୍ତିଶାଳୀ ଓ ଦାୟିତ୍ୱବାନ ବିରୋଧୀ ଦଳ ଭାବେ କାର୍ଯ୍ୟ କରିବା ଜାରି ରଖିବ ବୋଲି ସେ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ସାଧାରଣ ସମ୍ପାଦକ ବିଜୟ କୁମାର ନାୟକ ଉପସ୍ଥିତ ଥିଲେ।