ଲଙ୍ଗ୍ ରେଞ୍ଜ୍ ଲ୍ୟାଣ୍ଡ ଆଟାକ୍ କ୍ରୁଜ୍ ମିସାଇଲର ସଫଳ ପରୀକ୍ଷଣ, ଡିଆରଡିଓ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇଲେ ନବୀନ

Madhusudan Das Picture
Published On

ଭୁବନେଶ୍ୱର: ଓଡ଼ିଶାର ଡକ୍ଟର ଏ.ପି.ଜେ ଅବଦୁଲ କଲାମ ଦ୍ୱୀପରୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଲଙ୍ଗ୍ ରେଞ୍ଜ୍ ଲ୍ୟାଣ୍ଡ ଆଟାକ୍ କ୍ରୁଜ୍ ମିସାଇଲ୍ (LRLACM)ର ସଫଳ ପରୀକ୍ଷଣ କରାଯାଇଛି। ଏହି ଐତିହାସିକ ସଫଳତା ପାଇଁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପ୍ରତିରକ୍ଷା ଗବେଷଣା ଏବଂ ଉନ୍ନୟନ ସଂଗଠନ (DRDO) କୁ ଶୁଭେଚ୍ଛା ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ଗୋପାଳପୁରଠାରୁ ୨୨୦ କି.ମି ଦୂରରେ ଅବପାତ: ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳକୁ ଗଭୀର ଅବପାତର ଆଲର୍ଟ

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ଏକ ପୋଷ୍ଟ କରି ନବୀନ ପଟ୍ଟନାୟକ କହିଛନ୍ତି ଯେ, ଓଡ଼ିଶା ଉପକୂଳରେ ଥିବା ଡକ୍ଟର ଏ.ପି.ଜେ ଅବଦୁଲ କଲାମ ଦ୍ୱୀପରୁ LRLACM ର ସଫଳ ଉଡ଼ାଣ ପରୀକ୍ଷଣ ପାଇଁ DRDO କୁ ଅନେକ ଅନେକ ଅଭିନନ୍ଦନ।

ଆହୁରି ପଢ଼ନ୍ତୁ: ଗଭୀର ଅବପାତ ଯୋଗୁଁ ସମୁଦ୍ର ଅଶାନ୍ତ, ଆର୍ଯ୍ୟପଲ୍ଲୀ ଜେଟିରେ ବୁଡ଼ିଲା ଡ଼ଙ୍ଗା

ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ସୋମବାର ଦିନ ଡିଆରଡିଓ (DRDO) ପକ୍ଷରୁ ଏହି କ୍ରୁଜ୍ ମିସାଇଲର ପରୀକ୍ଷଣ କରାଯାଇଥିଲା। ଏହି ପରୀକ୍ଷଣ ସମୟରେ ମିସାଇଲଟି ତା'ର ସମସ୍ତ ଲକ୍ଷ୍ୟ ପୂରଣ କରିବାରେ ସଫଳ ହୋଇଛି। ଚାନ୍ଦିପୁର ସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ୍ ରେଞ୍ଜ୍ (ITR) ଦ୍ୱାରା ନିୟୋଜିତ ବିଭିନ୍ନ ଟ୍ରାକିଂ ଏବଂ ମନିଟରିଂ ସିଷ୍ଟମ୍ ମାଧ୍ୟମରେ ସଂଗୃହିତ ତଥ୍ୟରୁ ଏହି କ୍ଷେପଣାସ୍ତ୍ରର ସଫଳତା ସ୍ପଷ୍ଟ ହୋଇଛି। ଏହି ଅତ୍ୟାଧୁନିକ ମିସାଇଲ୍ ସିଷ୍ଟମ୍ ଏବଂ ଏହାର ସମସ୍ତ ଯନ୍ତ୍ରାଂଶ ବିଭିନ୍ନ DRDO ଲାବୋରେଟୋରୀ ଏବଂ ଭାରତୀୟ ଶିଳ୍ପ ସଂସ୍ଥାଗୁଡ଼ିକ ଦ୍ୱାରା ପ୍ରସ୍ତୁତ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର