ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ 'ରୁଷିଆନ୍ ଗ୍ରାଣ୍ଡ୍ ସ୍ୟାଣ୍ଡ ମାଷ୍ଟର କପ୍-୨୦୨୬'

Madhusudan Das Picture
Published On

ଭୁବନେଶ୍ୱର: ବିଶିଷ୍ଟ ଓଡ଼ିଆ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ରୁଷିଆର କାଲିନିନଗ୍ରାଡ୍ ଠାରେ ଆୟୋଜିତ ଦ୍ୱିତୀୟ ଆନ୍ତର୍ଜାତିକ ବାଲୁକା ଭାସ୍କର୍ଯ୍ୟ ମହୋତ୍ସବରେ ସମ୍ମାନଜନକ 'ରୁଷିଆନ୍ ଗ୍ରାଣ୍ଡ୍ ସ୍ୟାଣ୍ଡ ମାଷ୍ଟର କପ୍-୨୦୨୬' ପ୍ରଦାନ କରାଯାଇଛି।

ଆହୁରି ପଢ଼ନ୍ତୁ: ୯ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ସ୍କାମ୍: ସଡକ ଓ ଗୃହ ନିର୍ମାଣ ବିଭାଗର ୩ ଜଣଙ୍କୁ ବାନ୍ଧିଲା ଭିଜିଲାନ୍ସ

ବିଶ୍ୱବ୍ୟାପୀ ଦେଖାଦେଇଥିବା ଜଳବାୟୁ ପରିବର୍ତ୍ତନ ଏବଂ ଗ୍ଲୋବାଲ୍ ୱାର୍ମିଂ ଭଳି ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଉପରେ ଆଧାରିତ ତାଙ୍କର ନିଆରା ବାଲୁକା କଳା ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି। ନିଜର ଏହି ସଫଳତା ନେଇ ଖୁସି ବ୍ୟକ୍ତ କରିବା ସହ ଏହା ତାଙ୍କ କ୍ୟାରିୟରର ଏକ ବଡ଼ ମାଇଲଖୁଣ୍ଟ ବୋଲି ସେ କହିଛନ୍ତି। ନିଜ ଏକ୍ସ (X) ହ୍ୟାଣ୍ଡେଲରେ ପୋଷ୍ଟ କରି ସେ ଏହି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପରିତ୍ୟକ୍ତ କୂଅରେ ଖସିପଡିଥିଲା ହାତୀ, ସୁରକ୍ଷିତ ଉଦ୍ଧାର କଲେ ବନବିଭାଗ କର୍ମଚାରୀ

ଏହି ସମ୍ମାନଜନକ ସ୍ୱୀକୃତି ପାଇବାରେ ସୁଦର୍ଶନ ପଟ୍ଟନାୟକ ହେଉଛନ୍ତି ପ୍ରଥମ ଭାରତୀୟ ବାଲୁକା ଶିଳ୍ପୀ। ଏଥିପାଇଁ ସେ ଆୟୋଜକ, ବିଚାରପତି ମଣ୍ଡଳୀ ଏବଂ ତାଙ୍କୁ ସମର୍ଥନ ଓ ଉତ୍ସାହିତ କରିଥିବା ସମସ୍ତ ଶୁଭେଚ୍ଛୁମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ବିଭିନ୍ନ ସାମାଜିକ, ପରିବେଶ ଏବଂ ଦେଶଭକ୍ତି ଭିତ୍ତିକ ବାଲୁକା କଳା ନିର୍ମାଣ କରି ସେ ପୂର୍ବରୁ ମଧ୍ୟ ଅନେକ ଜାତୀୟ ତଥା ଆନ୍ତର୍ଜାତୀୟ ପୁରସ୍କାର ଲାଭ କରିଛନ୍ତି। ତାଙ୍କର ଏହି ବିଜୟ କେବଳ ଓଡ଼ିଶା ପାଇଁ ନୁହେଁ ବରଂ ସମଗ୍ର ଭାରତ ପାଇଁ ଏକ ଗୌରବର ବିଷୟ ପାଲଟିଛି।

ଆହୁରି ପଢ଼ନ୍ତୁ: ସରିଲା ଛାତ୍ର ସଂସଦ ନିର୍ବାଚନ, ଆସିଲା ଫଳାଫଳ; କମଳା ନେହରୁ କଲେଜରେ BCJD ବିଜୟୀ, ବିଜେବି କଲେଜରେ ABVP

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର