ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ରାଇରଙ୍ଗପୁରରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ

ତ୍ରୁଟିଶୂନ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି ନେଇ ନିର୍ଦ୍ଦେଶ

Madhusudan Das Picture
Published On

ରାଇରଙ୍ଗପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୁନ ୧୯ ଓ ୨୦ ତାରିଖରେ ରାଇରଙ୍ଗପୁର ଗସ୍ତ କାର୍ଯ୍ୟକ୍ରମ ରହିଛି। ଯାହାକୁ ନେଇ ପ୍ରଶାସନିକ ଚଳଚଞ୍ଚଳତା ପ୍ରକାଶ ପାଇଥିବା ବେଳେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି। ଗୁରୁବାର ରାଇରଙ୍ଗପୁର ଗସ୍ତରେ ଆସି ପ୍ରତି କାର୍ଯ୍ୟକ୍ରମ ସ୍ଥାନ ଗୁଡ଼ିକ ଯାଇ ନିଜେ ସ୍ଥିତି ଅନୁଧ୍ୟାନ କରିଛନ୍ତି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଖୁରାନିଆଙ୍କ ସମେତ ସାଂସଦ ନବ ଚରଣ ମାଝି, ରାଇରଙ୍ଗପୁର ବିଧାୟକ ଜଳେନ ନାଏକ, ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ର, ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଏସପି ବରୁଣ ଗୁଣ୍ଠୁପାଲି, ଅତିରିକ୍ତ ଜିଲ୍ଲାପାଳ ଅଜିତ କୁମାର, ଅତିରିକ୍ତ ଏସପି ଯଦୁନାଥ ଜେନା, ଏସଡିପିଓ ବିରେନ୍ଦ୍ର କୁମାର ସେନାପତି ପ୍ରମୁଖ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଛନ୍ତି। 

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ରାଷ୍ଟ୍ରପତି ଜୁନ ୧୯ ତାରିଖ ଓ ୨୦ ତାରିଖରେ ଦୁଇ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଇରଙ୍ଗପୁରରେ ପହଞ୍ଚିବେ। ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ରାଷ୍ଟ୍ରପତିଙ୍କ ବାଦାମପାହାଡ ନିକଟସ୍ଥ ଉପରବେଡା, ପାହାଡପୁର ଗ୍ରାମ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ସେଠାରେ ରାଷ୍ଟ୍ରପତିଙ୍କ ସ୍ବର୍ଗତ ସ୍ୱାମୀ ଓ ଦୁଇ ପୁଅଙ୍କ ସ୍ମୃତିରେ ନିର୍ମିତ ଏସଏଲଏସ ସ୍ମାରକୀ ଆବାସିକ ବିଦ୍ୟାଳୟକୁ ଯିବେ। ଏହାସହିତ ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନ କରିବେ। ଏହି ଅବସରରେ ଗ୍ରାମବାସୀ, ଛାତ୍ରଛାତ୍ରୀ ଓ ଯୁବକ/ଯୁବତୀ ମାନଙ୍କ ସହ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଭାବ ବିନିମୟ କରିବାର ସୂଚନା ମିଳିଛି। ରାଷ୍ଟ୍ରପତିଙ୍କ ଗ୍ରାମ ପରିଦର୍ଶନ କରିବା ପରେ ରାଇରଙ୍ଗପୁରରେ ଆୟୋଜିତ ସାଧାରଣ ସଭାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। 

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

ଯାହାକୁ ନେଇ ଶ୍ରୀ ଖୁରାନିଆ ଉପରବେଡା, ପାହାଡପୁର ଗ୍ରାମ ସମେତ ରାଇରଙ୍ଗପୁର ସ୍ଥିତ ଦାଣ୍ଡବୋଷ ଏୟାରଷ୍ଟ୍ରିପ ଅନୁଧ୍ୟାନ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ସମେତ ମୂଖ୍ୟମନ୍ତ୍ରୀ, ରାଜ୍ୟପାଳ ଆଦି ରାଇରଙ୍ଗପୁର ଗସ୍ତରେ ଆସିବେ। ଯାହାକୁ ନେଇ ୧୨ଟି ହେଲିକାପ୍ଟର ଆସିବ। ତେଣୁକରି ହ୍ୟାଲିପ୍ୟାଡ ନିର୍ମାଣକୁ ଗୁରୁତ୍ୱ ପ୍ରଦାନ କରାଯାଇଛି। ସଭାସ୍ଥଳ, ହେଲିପ୍ୟାଡ଼, ପାର୍କିଂ, ଟ୍ରାଫିକ ବ୍ୟବସ୍ଥା, ଗସ୍ତ ମାର୍ଗ, ଭିଡ଼ ନିୟନ୍ତ୍ରଣ, ସିସିଟିଭି ଆଦି ତଦାରଖ କରିଛନ୍ତି। ଗସ୍ତକୁ ଦୃଷ୍ଟିରେ ରଖି ରାଇରଙ୍ଗପୁରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ସହରର ପ୍ରମୁଖ ପ୍ରବେଶ ପଥରେ ନାକାବନ୍ଦୀ ଜୋରଦାର କରାଯାଇଛି ଏବଂ ସନ୍ଦେହାସ୍ପଦ ବ୍ୟକ୍ତି ଓ ଯାନବାହନ ଉପରେ କଡା ନଜର ରଖାଯାଉଛି। 

ଆହୁରି ପଢ଼ନ୍ତୁ: ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !

ଗସ୍ତକୁ ନେଇ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ବାବଦରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଖୁରାନିଆ ସମୀକ୍ଷା କରିଛନ୍ତି। ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ସହ କୌଣସି ଅବହେଳା ସହ୍ୟ ହେବ ନାହିଁ ବୋଲି ପୋଲିସ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁରକ୍ଷା ବ୍ୟବସ୍ଥାରେ ପୋଲିସ ଫୋର୍ସ ମୁତୟନ ନେଇ ଅନୁଧ୍ୟାନ କରିଛନ୍ତି। ଗସ୍ତ କାର୍ଯ୍ୟକ୍ରମକୁ ତ୍ରୁଟିଶୂନ୍ୟ କରିବା ପାଇଁ ଜୋରଦାର ପ୍ରସ୍ତୁତି ଜାରି ରହିଛି। କାର୍ଯ୍ୟ ତଦାରଖ କରି ଆବଶ୍ୟକ ବ୍ୟବସ୍ଥା ସମ୍ପାଦନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର