ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂଆ ପାଠ୍ୟପୁସ୍ତକରେ ମାଳ ମାଳ ଭୁଲ୍, ତ୍ରୁଟିକୁ ସ୍ବୀକାର କଲେ ମନ୍ତ୍ରୀ

Madhusudan Das Picture
Published On

ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ବହିରେ ରହିଛି ୧୬୭୮ଟି ତ୍ରୁଟି। ଓଡ଼ିଶାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇଥିବା ନୂଆ ପାଠ୍ୟପୁସ୍ତକଗୁଡ଼ିକରେ ଏପରି ବ୍ୟାପକ ତ୍ରୁଟି ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଏହି ବହିଗୁଡ଼ିକରେ ପ୍ରାୟ ୧୬୭୮ଟି ତ୍ରୁଟି ଚିହ୍ନଟ ହୋଇଛି, ଯାହା ଶିକ୍ଷକ, ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। 

ଆହୁରି ପଢ଼ନ୍ତୁ: ନଦୀରେ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ; ପାଣିରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ

ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ସର୍ବାଧିକ ୭୦୫ଟି ତ୍ରୁଟି ରହିଛି। ଏଥିରେ ବନାନ ଭୁଲ, ତଥ୍ୟଗତ ତ୍ରୁଟି, ବିଶିଷ୍ଟ ବ୍ୟକ୍ତିଙ୍କ ଭୁଲ ନାମ ଏବଂ ଭୁଲ ଫଟୋଗ୍ରାଫ୍ ଆଦି ସାମିଲ ରହିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଓଡ଼ିଶା ବିଧାନସଭା ବଦଳରେ କର୍ଣ୍ଣାଟକ ବିଧାନସଭାର ଫଟୋ ଦିଆଯାଇଛି। ସେହିପରି ଅନ୍ୟ ଏକ ସ୍ଥାନରେ ଓଡିଶାର ନିୟମଗିରି ପାହାଡ଼କୁ ଝାଡ଼ଖଣ୍ଡରେ ଥିବା ଦର୍ଶାଯାଇଛି। ଏପରିକି ବ୍ରହ୍ମପୁର ଗଞ୍ଜାମ ଜିଲ୍ଲାର ଏକ ସହର ହୋଇଥିବା ବେଳେ ବହିରେ ଗଞ୍ଜାମ ଜିଲ୍ଲାକୁ ବ୍ରହ୍ମପୁର ଜିଲ୍ଲା ଭାବରେ ଉଲ୍ଲେଖ କରାଯାଇଛି।

ଆହୁରି ପଢ଼ନ୍ତୁ: ଅନ୍ଧାରୁଆରେ ଆହତ ଦନ୍ତାକୁ ନେଇ ଭୟ, ଜଙ୍ଗଲ ଛାଡ଼ି ଜନବସତି ନିକଟରେ ବୁଲୁଛି ହାତୀ

ଜାତୀୟ ଶିକ୍ଷାନୀତି ୨୦୨୦କୁ ଆଧାର କରି ପ୍ରସ୍ତୁତ ହୋଇଛି ନୂଆ ପାଠ୍ୟକ୍ରମ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକ ପରିବର୍ତ୍ତନ ହୋଇଛି । ଏପରିକି ସ୍କୁଲରେ ପିଲାଙ୍କୁ ମଧ୍ୟ ବଣ୍ଟନ କରାଗଲାଣି । ହେଲେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପାଠ୍ୟକ୍ରମରେ ମାଳ ମାଳ ଭୁଲ୍ ଦେଖିବାକୁ ମିଳିଛି । ଏଗୁଡ଼ିକୁ ୨୦୨୬-୨୭ ଶିକ୍ଷାବର୍ଷରୁ ଲାଗୁ କରିବାକୁ ଯୋଜନା ରହିଥିଲା।

ଆହୁରି ପଢ଼ନ୍ତୁ: ଲଘୁଚାପ ପ୍ରଭାବରେ ଅଶାନ୍ତ ବଙ୍ଗୋପସାଗର: ସେପ୍ଟେମ୍ବର ୨୪ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ସତର୍କ ସୂଚନା

ଅନ୍ୟପଟେ ନୂତନ ପାଠ୍ୟପୁସ୍ତକରେ ପ୍ରିଣ୍ଟିଂ ତ୍ରୁଟି ଥିବା ଅଭିଯୋଗକୁ ସ୍ୱୀକାର କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ପାଠ୍ୟପୁସ୍ତକରେ ତ୍ରୁଟି ନେଇ ସରକାର ଅବଗତ ଅଛନ୍ତି। ଏହାକୁ ସଂଶୋଧନ କରାଯିବ ଏବଂ ଶିକ୍ଷକମାନଙ୍କୁ ଭୁଲ ଗୁଡିକୁ ସଂଶୋଧନ କରି ପିଲାଙ୍କୁ ପଢାଇବାକୁ କୁହାଯାଇଛି ବୋଲି କହିଛନ୍ତି ମନ୍ତ୍ରୀ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର