ନିଶାସକ୍ତ ପୁଅର ଉନ୍ମୁକ୍ତ କାଣ୍ଡ, ବାପା ଓ ମାଆଙ୍କୁ ପଥରରେ ଛେଚି କଲା ହତ୍ୟା…

The Sakala Picture
Published On

ବାରିପଦା: ନିଶାସକ୍ତ ପୁଅର ଉନ୍ମୁକ୍ତ କାଣ୍ଡ। ବୈଶିଙ୍ଗା ଥାନା ତଥା ବଡସାହି ବ୍ଲକ ଅଧୀନ ମାନଗୋବିନ୍ଦପୁର ପଞ୍ଚାୟତରେ ଧନାପାଳ ଡବଲ ମଡର। ପଥରରେ ଛେଚି ରୋଗିଣା ବୃଦ୍ଧ ବାପା ଓ ବୃଦ୍ଧା ମାଆଙ୍କୁ ହତ୍ୟା କଲା ପୁଅ। ମୃତକ ବାପା ହେଲେ ୮୦ ବର୍ଷୀୟ ହାଡ଼ିବନ୍ଧୁ ସାହୁ ଓ ମାଆ ହେଲେ ୭୨ବର୍ଷୀୟା ଶାନ୍ତି ସାହୁ। ଅଭିଯୁକ୍ତ ପୁଅ ହେଲେ ହିମାଂଶୁ ସାହୁ (୫୦)। ସୂଚନା ଅନୁଯାୟୀ, ଅଭିଯୁକ୍ତ ପୁଅ ଘର ଛାଡି ୩କି.ମି ଦୂର ମାଣତ୍ରୀରେ […]

ବାରିପଦା: ନିଶାସକ୍ତ ପୁଅର ଉନ୍ମୁକ୍ତ କାଣ୍ଡ। ବୈଶିଙ୍ଗା ଥାନା ତଥା ବଡସାହି ବ୍ଲକ ଅଧୀନ ମାନଗୋବିନ୍ଦପୁର ପଞ୍ଚାୟତରେ ଧନାପାଳ ଡବଲ ମଡର। ପଥରରେ ଛେଚି ରୋଗିଣା ବୃଦ୍ଧ ବାପା ଓ ବୃଦ୍ଧା ମାଆଙ୍କୁ ହତ୍ୟା କଲା ପୁଅ। ମୃତକ ବାପା ହେଲେ ୮୦ ବର୍ଷୀୟ ହାଡ଼ିବନ୍ଧୁ ସାହୁ ଓ ମାଆ ହେଲେ ୭୨ବର୍ଷୀୟା ଶାନ୍ତି ସାହୁ। ଅଭିଯୁକ୍ତ ପୁଅ ହେଲେ ହିମାଂଶୁ ସାହୁ (୫୦)।

ସୂଚନା ଅନୁଯାୟୀ, ଅଭିଯୁକ୍ତ ପୁଅ ଘର ଛାଡି ୩କି.ମି ଦୂର ମାଣତ୍ରୀରେ ଅନ୍ୟଜଣେ ବିବାହିତା ମହିଳାଙ୍କ ସହିତ ରହୁଥିଲା। ମଝିରେ ମଝିରେ ଘରକୁ ଯାଇ କରୁଥିଲା ପାଟିତୁଣ୍ଡ। ମଙ୍ଗଳବାର ରାତିରେ ନିଶା ଶକ୍ତ ଅବସ୍ଥାରେ ପହଞ୍ଚି ପାଟିତୁଣ୍ଡ କରିବା ସହ ରୋଗ ଶଯ୍ୟାରେ ପଡିଥିବା ବାପାଙ୍କୁ ପ୍ରଥମେ ହତ୍ୟା କରିବା ପରେ ଆଶାବାଡି ସହିତ ପ୍ରତିବାଦ କରୁଥିବା ମା’କୁ ବାରାଣ୍ଡା ପାହାଚ ତଳକୁ ପେଲି ମାଙ୍କଡା ପଥରରେ ଛେଚି ହତ୍ୟା କରିଛି। ସକାଳେ ଘଟଣା ସମ୍ପର୍କରେ ଜାଣି ପଡୋଶୀ ଥାନାକୁ ଖବର ଦେବାରୁ ଘଟଣା ସ୍ଥଳରେ ବୈଶିଙ୍ଗା ଥାନା ପୁଲିସ ସାଇଣ୍ଟିଫିକ ଟିମ ସହିତ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହତ୍ୟାପରେ ପୁଅ ନିଶାଶକ୍ତ ଅବସ୍ଥାରେ ବାରଣ୍ଡା ପଲଙ୍କରେ ଶୋଇଥିବା ବେଳେ ପୁଲିସ ଗିରଫ କରିଛି । ହତ୍ୟାକାଣ୍ଡରେ ବ୍ୟବହୃତ ପଥର ଜବତ କରିଛି । ଅଭିଯୁକ୍ତଙ୍କ ପତ୍ନୀ ଓ ୨ଝିଅ ଦୀର୍ଘଦିନ ଧରି ସ୍ବାମୀଙ୍କୁ ଛାଡି ବାପଘର ନଡପୁରରେ ଆଶ୍ରୟ ନେଇଛନ୍ତି ।

Join Us @ WhatsApp

About The Author

Google News
Join Us @ WhatsApp

ରାଶିଫଳ