ମନୋରଞ୍ଜନ
ଓଡ଼ିଶା
ସାକାର ହେବ ଉତ୍ତର ଓଡ଼ିଶାବାସୀଙ୍କ ସ୍ୱପ୍ନ, ଆରମ୍ଭ ହେବ ଅମର୍ଦ୍ଦାରୋଡ୍ ଏୟାରଷ୍ଟ୍ରିପ୍ ନିର୍ମାଣ
ଭୁବନେଶ୍ୱର: ବ୍ରିଟିଶ ଅମଳର ଅମର୍ଦ୍ଦାରୋଡ୍ସ୍ଥିତ ରାସଗୋବିନ୍ଦପୁର ବିମାନବନ୍ଦରରୁ ଯାତ୍ରୀବାହୀ ବିମାନ ଉଡ଼ାଣ ସ୍ୱପ୍ନ ସାକାର ହେବାକୁ ଯାଉଛି। ପ୍ରତିରକ୍ଷା ମନ୍ତ୍ରାଳୟ ଅଧୀନରେ ଥିବା ବିମାନବନ୍ଦର ଜମିକୁ ରାଜ୍ୟ ସରକାର ନିଜ ଅଧୀନକୁ ଆଣିବା ଲାଗି ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ବିମାନବନ୍ଦରର ମୋଟ ଏଥିପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରାଳୟକୁ ୨୬ କୋଟି ୩ ଲକ୍ଷ ୧୦ ହଜାର ୪୩୮ ଟଙ୍କା ପ୍ରଦାନ କରାଯାଇଛି। ଏ ନେଇ ପରିବହନ ବିଭାଗ ପକ୍ଷରୁ ଚାନ୍ଦିପୁରସ୍ଥିତ […]
ଭୁବନେଶ୍ୱର: ବ୍ରିଟିଶ ଅମଳର ଅମର୍ଦ୍ଦାରୋଡ୍ସ୍ଥିତ ରାସଗୋବିନ୍ଦପୁର ବିମାନବନ୍ଦରରୁ ଯାତ୍ରୀବାହୀ ବିମାନ ଉଡ଼ାଣ ସ୍ୱପ୍ନ ସାକାର ହେବାକୁ ଯାଉଛି। ପ୍ରତିରକ୍ଷା ମନ୍ତ୍ରାଳୟ ଅଧୀନରେ ଥିବା ବିମାନବନ୍ଦର ଜମିକୁ ରାଜ୍ୟ ସରକାର ନିଜ ଅଧୀନକୁ ଆଣିବା ଲାଗି ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ବିମାନବନ୍ଦରର ମୋଟ ଏଥିପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରାଳୟକୁ ୨୬ କୋଟି ୩ ଲକ୍ଷ ୧୦ ହଜାର ୪୩୮ ଟଙ୍କା ପ୍ରଦାନ କରାଯାଇଛି। ଏ ନେଇ ପରିବହନ ବିଭାଗ ପକ୍ଷରୁ ଚାନ୍ଦିପୁରସ୍ଥିତ ଆଇଟିଆର ନିର୍ଦ୍ଦେଶକଙ୍କୁ ପତ୍ର ଲେଖାଯାଇ ବିମାନବନ୍ଦରର ୧୬୦.୩୫ ଏକର ଜମି ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ହସ୍ତାନ୍ତର କରିବା ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି। ଏହି ରୁଟ୍ରେ ବିମାନ ଚଳାଚଳ ଆରମ୍ଭ ହେଲେ ପର୍ଯ୍ୟଟନ, ବ୍ୟବସାୟ, ଅର୍ଥନୈତିକ କାରବାର ସମୃଦ୍ଧ ହେବା ସହ ପଡ଼ୋଶୀ ରାଜ୍ୟ ସହିତ କାରବାର ବୃଦ୍ଧି ପାଇବ। ପ୍ରତିରକ୍ଷା ମନ୍ତ୍ରାଳୟ ଅଧିନ ଚାନ୍ଦିପୁର ଡିଆର୍ଡିଓ ଅଧିନରେ ଏହି ବିମାନବନ୍ଦରର ଜମି ରହିଛି।
ଏହି ବିମାନବନ୍ଦରର ମାଲିକାନା ରାଜ୍ୟ ସରକାରଙ୍କ ଅଧୀନକୁ ଆସିବା ପରେ ସେଠାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ। ଅମର୍ଦ୍ଦାରୋଡ଼ ଏୟାରଷ୍ଟ୍ରିପ୍ ବିଶ୍ୱ ପ୍ରସିଦ୍ଧ ଶିମିଳପାଳ ଜାତୀୟ ଅଭୟାରଣ୍ୟ, କୁଲଡିହା ଅଭୟାରଣ୍ୟ, ଚାନ୍ଦିପୁର ଓ ତଳସାରୀ ବେଳାଭୂମୀ ଆଦିକୁ ସଂଯୋଗ କରୁଛି। ବିମାନ ସେବା ଆରମ୍ଭ ହେଲେ ପର୍ଯ୍ୟଟନ କ୍ଷେତ୍ର ବେଶ୍ ସମୃଦ୍ଧ ହେବା ସହ ବ୍ୟବସାୟ ଓ ଅର୍ଥନୈତିକ କାରବାର ବଢ଼଼ିବ, ଲୋକଙ୍କୁ ରୋଜଗାର ମିଳିବ ଏବଂ ସରକାରଙ୍କୁ ଟିକସ ଆକାରରେ ରାଜସ୍ୱ ମିଳିବ। ଏହି ପରିପ୍ରେକ୍ଷୀରେ ଅମର୍ଦ୍ଦାରୋଡ଼ ଏୟାରଷ୍ଟ୍ରିପ୍ରୁ ବାଣିଜ୍ୟିକ ଉଡ଼ାଣ ଆରମ୍ଭ ପାଇଁ ରାଜ୍ୟ ସରକାର ଡିଆରଡିଓକୁ ବାରମ୍ବାର ପତ୍ର ଲେଖି ଅନୁମତି ପ୍ରଦାନ ପାଇଁ ନିବେଦନ କରିଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ଡିଆରଡିଓ ପକ୍ଷରୁ ଏ ନେଇ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ବିମାନ ଉଡ଼ାଣ ଯୋଜନା ଆଗକୁ ବଢ଼଼ି ପାରି ନଥିଲା। ତେବେ ଗତବର୍ଷ ନଭେମ୍ବର ମାସରେ ପ୍ରତିରକ୍ଷା ମନ୍ତ୍ରାଳୟ ଏ ନେଇ ଅନୁମତି ପ୍ରଦାନ କରିଥିଲା। ଏଥିସହ ଜିଲ୍ଲାର ରାଜନୈତିକ ସଂଗଠନ ତଥା ଅଣରାଜନୈତିକ ସଂଗଠନ ଭଞ୍ଜସେନା ପକ୍ଷରୁ ମଧ୍ୟ ଦାବି ହୋଇଥିଲା। ସେହିପରି ମୋରଡ଼ା ବିଧାୟକ ରାଜକିଶୋର ଦାସ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ବିମାନ ସେବା ଆରମ୍ଭ ପାଇଁ ପ୍ରସ୍ତାବ ଦେଇଥିଲେ। ମୟୂରଭଞ୍ଜ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।






