ଜନ୍ମ ପ୍ରମାଣପତ୍ର ପାଇଁ ଗରିବଙ୍କୁ ଲୁଟୁଛନ୍ତି ସରକାରୀ ବାବୁ, ୭୦ ଟଙ୍କା ପରିବର୍ତ୍ତେ ନେଉଛନ୍ତି ୯୦୦

Madhusudan Das Picture
Published On

ବାରିପଦା: ଜନ୍ମ ପ୍ରମାଣପତ୍ର ପାଇଁ ଗରିବଙ୍କୁ ଲୁଟୁଛନ୍ତି ସରକାରୀ ବାବୁ । ବାରିପଦା ପୌରପାଳିକା କାର୍ଯ୍ୟାଳୟରୁ ଆସିଛି ଏପରି ସାଂଘାତିକ ଅଭିଯୋଗ । ସରକାରୀ ଫି ୭୦ ଟଙ୍କା ପରିବର୍ତ୍ତେ ମୋଟ ୯୦୦ ଟଙ୍କାର ଚୂନ ଲଗାଇଛନ୍ତି ସରକାରୀ ବାବୁ । ପ୍ରଥମେ ୪୦୦ ଟଙ୍କା ଅନ୍‌ଲାଇନରେ ଏବଂ ପରେ ସାର୍ଟିଫିକେଟ୍ ଦେବା ବେଳେ ଅନ୍ୟ ଜଣେ ଅଧିକାରୀ ୫୦୦ ଟଙ୍କା ନଗଦ ନେଇଥିବା ଅଭିଯୋଗ ହୋଇଛି। ଏବେ ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସେପଟେ ଅଭିଯୋଗ ପରେ ଅଧିକାରୀଙ୍କ ନିକଟରୁ ପ୍ରତିକ୍ରିୟା ନେବାକୁ ଯାଇଥିବା ବେଳେ ପ୍ରତିକ୍ରୀୟା ନଦେଇ ଗଣମାଧ୍ୟମକୁ ନାଲି ଆଖି ଦେଖାଇ ଧମକାଉଛନ୍ତି ଅଧିକାରୀ। 

ଆହୁରି ପଢ଼ନ୍ତୁ: ଯକୃତ ଦାନ କରି ଅମର ହୋଇଗଲେ ମହିଳା ଡାକ୍ତର; ନୂତନ ଜୀବନ ପାଇଲେ ୪୬ ବର୍ଷୀୟ ବ୍ୟକ୍ତି

ସୂଚନା ଅନୁସାରେ, ବାରିପଦାର ଜଣେ ଦିନ ମଜୁରିଆ ରଞ୍ଜିତ ମହାନ୍ତି ନିଜର ଆଧାର କାର୍ଡ ସଂଶୋଧନ ପାଇଁ ତାଙ୍କର ହାତଲେଖା ପୁରୁଣା ଜନ୍ମ ପ୍ରମାଣପତ୍ରକୁ ଡିଜିଟାଲ୍ କରିବାକୁ ପଡ଼ିଥିଲା। ଏହି କାମ ପାଇଁ ସେ ପୌରପାଳିକା କାର୍ଯ୍ୟାଳୟକୁ ଯାଇଥିଲେ। ହେଲେ ସେଠାରେ ତାଙ୍କୁ ସାହାଯ୍ୟ କରିବା ବଦଳରେ ଶୋଷଣର ଶୀକାର ହୋଇଥିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ, ଏହି ଦୁର୍ନୀତି ପଛରେ ଏକ ବଡ଼ ରାକେଟ୍ କାମ କରୁଥିବା ଅନୁମାନ କରାଯାଉଛି। ୭୦ ଟଙ୍କାର ସରକାରୀ ଫି’ ପାଇଁ ଏତେ ପରିମାଣର ଟଙ୍କା କେଉଁ ଆଧାରରେ ନିଆଯାଉଛି, ତାହାର କୌଣସି ସନ୍ତୋଷଜନକ ଉତ୍ତର କର୍ତ୍ତୃପକ୍ଷ ଦେଉନାହାଁନ୍ତି। ବାରିପଦା ପୌରପାଳିକାରେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ ଦିନ ମଜୁରିଆଙ୍କ ସହ ଯଦି ଏଭଳି ଘଟୁଛି, ତେବେ ଦୈନିକ କେତେ ଲୋକ ଏହି ଦଲାଲଙ୍କ ଶିକାର ହେଉଥିବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଦେଖିବାକୁ ବାକି ରହିଲା, ଏହି ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ କି ପଦକ୍ଷେପ ନେଉଛି।

ଆହୁରି ପଢ଼ନ୍ତୁ: ଖରା ଛୁଟିରେ ପିଲାଙ୍କୁ ସମର ଲର୍ଣ୍ଣିଂ ବ୍ୟବସ୍ଥା, ବାପା-ମା'ଙ୍କ ହ୍ୱାଟ୍ସଆପ୍‌ରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆସାଇନ୍‌ମେଣ୍ଟ: ଓସେପା

20 Apr 2026 By Madhusudan Das

ଜନ୍ମ ପ୍ରମାଣପତ୍ର ପାଇଁ ଗରିବଙ୍କୁ ଲୁଟୁଛନ୍ତି ସରକାରୀ ବାବୁ, ୭୦ ଟଙ୍କା ପରିବର୍ତ୍ତେ ନେଉଛନ୍ତି ୯୦୦

ବାରିପଦା: ଜନ୍ମ ପ୍ରମାଣପତ୍ର ପାଇଁ ଗରିବଙ୍କୁ ଲୁଟୁଛନ୍ତି ସରକାରୀ ବାବୁ । ବାରିପଦା ପୌରପାଳିକା କାର୍ଯ୍ୟାଳୟରୁ ଆସିଛି ଏପରି ସାଂଘାତିକ ଅଭିଯୋଗ । ସରକାରୀ ଫି ୭୦ ଟଙ୍କା ପରିବର୍ତ୍ତେ ମୋଟ ୯୦୦ ଟଙ୍କାର ଚୂନ ଲଗାଇଛନ୍ତି ସରକାରୀ ବାବୁ । ପ୍ରଥମେ ୪୦୦ ଟଙ୍କା ଅନ୍‌ଲାଇନରେ ଏବଂ ପରେ ସାର୍ଟିଫିକେଟ୍ ଦେବା ବେଳେ ଅନ୍ୟ ଜଣେ ଅଧିକାରୀ ୫୦୦ ଟଙ୍କା ନଗଦ ନେଇଥିବା ଅଭିଯୋଗ ହୋଇଛି। ଏବେ ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସେପଟେ ଅଭିଯୋଗ ପରେ ଅଧିକାରୀଙ୍କ ନିକଟରୁ ପ୍ରତିକ୍ରିୟା ନେବାକୁ ଯାଇଥିବା ବେଳେ ପ୍ରତିକ୍ରୀୟା ନଦେଇ ଗଣମାଧ୍ୟମକୁ ନାଲି ଆଖି ଦେଖାଇ ଧମକାଉଛନ୍ତି ଅଧିକାରୀ। 

ସୂଚନା ଅନୁସାରେ, ବାରିପଦାର ଜଣେ ଦିନ ମଜୁରିଆ ରଞ୍ଜିତ ମହାନ୍ତି ନିଜର ଆଧାର କାର୍ଡ ସଂଶୋଧନ ପାଇଁ ତାଙ୍କର ହାତଲେଖା ପୁରୁଣା ଜନ୍ମ ପ୍ରମାଣପତ୍ରକୁ ଡିଜିଟାଲ୍ କରିବାକୁ ପଡ଼ିଥିଲା। ଏହି କାମ ପାଇଁ ସେ ପୌରପାଳିକା କାର୍ଯ୍ୟାଳୟକୁ ଯାଇଥିଲେ। ହେଲେ ସେଠାରେ ତାଙ୍କୁ ସାହାଯ୍ୟ କରିବା ବଦଳରେ ଶୋଷଣର ଶୀକାର ହୋଇଥିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ, ଏହି ଦୁର୍ନୀତି ପଛରେ ଏକ ବଡ଼ ରାକେଟ୍ କାମ କରୁଥିବା ଅନୁମାନ କରାଯାଉଛି। ୭୦ ଟଙ୍କାର ସରକାରୀ ଫି’ ପାଇଁ ଏତେ ପରିମାଣର ଟଙ୍କା କେଉଁ ଆଧାରରେ ନିଆଯାଉଛି, ତାହାର କୌଣସି ସନ୍ତୋଷଜନକ ଉତ୍ତର କର୍ତ୍ତୃପକ୍ଷ ଦେଉନାହାଁନ୍ତି। ବାରିପଦା ପୌରପାଳିକାରେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ ଦିନ ମଜୁରିଆଙ୍କ ସହ ଯଦି ଏଭଳି ଘଟୁଛି, ତେବେ ଦୈନିକ କେତେ ଲୋକ ଏହି ଦଲାଲଙ୍କ ଶିକାର ହେଉଥିବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଦେଖିବାକୁ ବାକି ରହିଲା, ଏହି ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ କି ପଦକ୍ଷେପ ନେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର