ବିଜେଡି ସାଂସଦଙ୍କ କଡ଼ା ସମାଲୋଚନା: ସୀମା ପୁନଃନିର୍ଦ୍ଧାରଣ ବିଲ୍ ପାରିତ କରିବାରେ କେନ୍ଦ୍ର ସରକାର ବିଫଳ
ଭୁବନେଶ୍ୱର: ଲୋକସଭାରେ ୧୩୧ତମ ସମ୍ୱିଧାନ ସଂଶୋଧନ ବିଲ୍ ପାରିତ କରିବାରେ କେନ୍ଦ୍ର ସରକାର ବିଫଳ ହେବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ମତ, ମନ୍ତବ୍ୟ ପ୍ରକାଶ ପାଉଛି। ବିଶେଷକରି ଦେଶର ତମାମ ବିରୋଧୀ ଦଳ ମହିଳା ବିଲ୍ ସଂରକ୍ଷଣ ଆଳରେ ନିଜ ଇଚ୍ଛା ମୁତାବକ ସୀମା ପୁନଃନିର୍ଦ୍ଧାରଣ ବିଲ ପାରିତ କରିବାକୁ ନେଇ କେନ୍ଦ୍ର ସରକାରଙ୍କ କୁଟିଳତାପୂର୍ଣ୍ଣ ଯୋଜନାକୁ ନେଇ କଡ଼ା ପ୍ରତିକ୍ରିୟା ରଖୁଛନ୍ତି। ଏହିକ୍ରମରେ ଓଡ଼ିଶାରୁ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରୁଥିବା ବିଜେଡି ସାଂସଦମାନେ ମଧ୍ୟ କେନ୍ଦ୍ର ସରାକରଙ୍କୁ କଡ଼ା ସମାଲୋଚନା କରିଛନ୍ତି। କେନ୍ଦ୍ର ସରକାରଙ୍କର ସବୁ ଷଡ଼ଯନ୍ତ୍ର ବିଫଳ ହୋଇଛି। ଯଦିି ସରକାର ସତରେ ମହିଳା ସଶକ୍ତିକରଣ ପାଇଁ ପ୍ରତିବଦ୍ଧ, ତାହେଲେ ବର୍ତ୍ତମାନର ୫୪୩ ଲୋକସଭା ଆସନରେ ୩୩ ପ୍ରତିଶତ ସଂରକ୍ଷଣ କାର୍ଯ୍ୟକାରୀ କରନ୍ତୁ ବୋଲି ବିଜେଡି ସାଂସଦମାନେ ଦାବି କରିଛନ୍ତି।
ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା ମାନସ ମଙ୍ଗରାଜ ସାମାଜିକ ଗଣମାଧ୍ୟମ ଏକ୍ସରେ ଏନେଇ ନିଜର ମତ ରଖିଛନ୍ତି। ସେ କହିଛନ୍ତି ଯେ ବିଜେଡି ମହିଳା ସଶକ୍ତିକରଣ ପାଇଁ ସର୍ବଦା ଦୃଢ଼ ଭାବେ ଛିଡ଼ା ହୋଇଛି ଏବଂ ମହିଳା ସଂରକ୍ଷଣ ବିଲ୍ କାର୍ଯ୍ୟକାରିତାର ଦୃଢ଼ ସମର୍ଥକ ଭାବେ ରହି ଆସିଛି। ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ଅଧିକ ପ୍ରତିନିଧିତ୍ୱ ନିଶ୍ଚିତ କରିବା ପାଇଁ ଆମର ପ୍ରତିବଦ୍ଧତା କେବେ କମ୍ ହୋଇନାହିଁ। ମାତ୍ର ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆମେ ମହିଳା ଆଇନର ଆଳରେ ଅତ୍ୟନ୍ତ ତରବରିଆ ଭାବେ ମହିଳା ସଂରକ୍ଷଣ ଆଇନକୁ ପାରିତ କରିବାର କୁଟିଳ ପ୍ରୟାସକୁ ବିରୋଧ କରିଛୁ। ଏହି ବିଲ୍ ପାରିତ ହେବା ଦ୍ୱାରା ଓଡ଼ିଶା ଏବଂ ଅନ୍ୟ ଅନେକ ରାଜ୍ୟଗୁଡ଼ିକ ସେମାନଙ୍କର ନ୍ୟାଯ୍ୟ ଅଧିକାରରୁ ବଞ୍ଚିତ ହେବାର ଆଶଙ୍କା ସୃଷ୍ଟି କରିଥିଲା। ସେହି ଷଡ଼ଯନ୍ତ୍ର ବର୍ତ୍ତମାନ ବିଫଳ ହୋଇଛି ବୋଲି ଶ୍ରୀ ମଙ୍ଗରାଜ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ସ୍ପଷ୍ଟ ଆବଶ୍ୟକ ଯେ ମହିଳା ସଂରକ୍ଷଣ ବିଲ୍ ୨୦୨୩ରେ ପାରିତ ହୋଇସାରିଛି ଏବଂ ୨୦୨୬ରେ ବିଜ୍ଞପିତ ହୋଇସାରିଛି। ଯଦି ସରକାର ପ୍ରକୃତରେ ମହିଳା ସଂରକ୍ଷଣ ପାଇଁ ପ୍ରତିବଦ୍ଧ ଅଛନ୍ତି, ତେବେ ଆଉ ବିଳମ୍ବ ନ କରି ବର୍ତ୍ତମାନ ଥିବା ୫୪୩ ଲୋକସଭା ଆସନରେ ୩୩ ପ୍ରତିଶତ ସଂରକ୍ଷଣ କାର୍ଯ୍ୟକାରୀ କରିପାରିବେ। ମିଥ୍ୟାର ପରାଜୟ ହୋଇଛି ଏବଂ ସତ୍ୟର ବିଜୟ ହୋଇଛି ବୋଲି ଶ୍ରୀ ମଙ୍ଗରାଜ କହିଛନ୍ତି।
ରାଜ୍ୟସଭାରେ ବିଜେଡିର ଉପନେତା ସୁଲତା ଦେଓ କହିଛନ୍ତି, ସୀମା ପୁନଃନିର୍ଦ୍ଧାରଣ ବିଲ୍-୨୦୨୬ ନାମରେ କେନ୍ଦ୍ର ସରକାର ଏକ ଅନ୍ଧ ଆଇନ ଆଣିବାକୁ ଚେଷ୍ଟା କରୁଥିବା ବେଳେ ବିରୋଧୀ ଏହି ପ୍ରୟାସକୁ ବିଫଳ କରିଛନ୍ତି। ସରକାରଙ୍କ ଯଦି ମହିଳା ସଶକ୍ତିକରଣ ପାଇଁ ସତରେ ପ୍ରତିବଦ୍ଧ, ତାହେଲେ ୨୦୨୩ ମସିହାରେ ପାରିତ ଆଇନ ଅନୁଯାୟୀ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି ।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀମତି ଦେଓ କହିଛନ୍ତି ଯେ ମହିଳା ସଂରକ୍ଷଣକୁ ବିଲକୁ ଜଣେ ହେଲେବି ସାଂସଦ କେବେ ହେଲେ ବିରୋଧ କରିନାହାନ୍ତି। ୨୦୨୩ରେ ଯେତେବେଳେ ନାରୀଶକ୍ତି ବନ୍ଦନ ଅଧିନିୟମ ଆସିଥିଲା, ସେତେବେଳେ ସମସ୍ତ ରାଜନୈତିକ ଦଳ ଏହାକୁ ସମର୍ଥନ ଦେଇଥିଲେ। ସେତେବେଳେ କେନ୍ଦ୍ର ସରକାର କହିଥିଲେ ଯେ ୨୦୨୬ ଜନଗଣନା ପରେ ଏହାକୁ ଲାଗୁ କରିବେ ବୋଲି କହିଥିଲେ। ବର୍ତ୍ତମାନ ଜନଗଣନା ଚାଲୁ ରହିଥିବା ବେଳେ ବର୍ତ୍ତମାନର ସ୍ୱତନ୍ତ୍ର ଅଧିବେଶନ ଡାକିବାର ଅଭିପ୍ରାୟ କଣ ଥିଲା। କେନ୍ଦ୍ର ସରକାର ମହିଳାଙ୍କ ସହ ଅନ୍ୟାୟ କରୁଛନ୍ତି। ବର୍ତ୍ତମାନ ଥିବା ୫୪୩ ଲୋକସଭା ସିଟରେ ଆପଣ କାହିିଁକି ସଂରକ୍ଷଣ ଦେଉନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।
ସେହିପରି ବିଜେଡିର ଅନ୍ୟତମ ସାଂସଦ ଡ. ସଂତୃପ୍ତ ମିଶ୍ର କହିଛନ୍ତି ଯେ ଗତକାଲି ଲୋକସଭାରେ ୧୩୧ତମ ସମ୍ୱିଧାନ ସଂଶୋଧନ ବିଲ୍ ପାରିତ ନହେବା ଫଳରେ ଦୁଇଟି ମୁଖ୍ୟ ଉଦ୍ଦେଶ୍ୟ ପୂରଣ ହୋଇଛି। ୧୦୬ତମ ସଂଶୋଧନ ଅନୁଯାୟୀ ମହିଳାଙ୍କ ପାଇଁ ସଂରକ୍ଷଣ ପୁନଃ ଏକ ଆଇନ୍ ଭାବରେ ବିଜ୍ଞପ୍ତି ହୋଇଛି ଏବଂ ଏକ କାର୍ଯ୍ୟକାରୀ ତାରିଖ ସହିତ ଲାଗୁ ହୋଇଛି, ସେହିପରି ଓଡ଼ିଶାର ଲୋକସଭାରେ ପ୍ରଚଳିତ ପ୍ରତିନିଧିତ୍ୱର ସୁରକ୍ଷା ବଜାୟ ରହିଛି। ଜଟିଳ ଜାତୀୟ ସମସ୍ୟାଗୁଡ଼ିକୁ ସମାଧାନ କରିବା ପାଇଁ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ କରିଥିବା ପ୍ରଚେଷ୍ଟା ଅଧିକରୁ ଅଧିକ ରାଜନୈତିକ ଦଳଠାରୁ ଆବଶ୍ୟକତା ରହିଛି। ରାଜନୀତି ଗଣତନ୍ତ୍ର ପାଇଁ ଉଦ୍ଦିଷ୍ଟ , ଗଣତନ୍ତ୍ର ରାଜନୀତିର ସେବା କରିବା ପାଇଁ ନାହିଁ ବୋଲି ସେ କହିଛନ୍ତି।
ସେହିପରି ବିଜେଡିର ଅନ୍ୟତମ ସାଂସଦ ସୁଭାଶିଷ ଖୁଣ୍ଟିଆ କହିଛନ୍ତି ଯେ ଗତକାଲି ସଂସଦରେ ଘଟିଥିବା ଘଟଣା ଦେଶର ଗଣତନ୍ତ୍ରୀୟ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଭାବେ ଲେଖାଯିବ। ଦେଖିବାକୁ ଗଲେ ଏହା ପ୍ରକୃତରେ ମହିଳା ସଂରକ୍ଷଣ ବିଲ ନଥିଲା। ଏହା କେରଳ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଜିତିବା ସକାଶେ ଏକ ଜୁମ୍ଲା ଓ ଅସାଧୁ ଚାଲ ଥିଲା । କାରଣ ମହିଳା ସଂରକ୍ଷଣ ବିଲ ୨୦୨୩ରେ ପାର୍ଲିଆମେଣ୍ଟରେ ସର୍ବସମ୍ମତି କ୍ରମେ ପାରିତ ହୋଇସାରିଛି । ଏହା ମହିଳା ସଂରକ୍ଷଣ ବିଲ୍ ନୁହେଁ; ବରଂ ବହୁଚର୍ଚ୍ଚିତ ଓ ବିବାଦୀୟ ଡିଲିମିଟେସନ୍ ବିଲ୍ (୧୩୧ତମ ସଂବିଧାନ ସଂଶୋଧନ) ସଂସଦରେ ପରାଜିତ ହୋଇଛି। ଏହା ଓଡ଼ିଶା ପରି ରାଜ୍ୟମାନଙ୍କ ପାଇଁ ଏକ ଐତିହାସିକ ଓ ନ୍ୟାୟସଙ୍ଗତ ବିଜୟ, କାରଣ ଏହି ବିଲ୍ ପାସ୍ ହେଲେ ରାଜ୍ୟର ନ୍ୟାଯ୍ୟ ଅଧିକାର ଓ ପ୍ରତିନିଧିତ୍ୱ ଗୁରୁତର ଭାବେ ପ୍ରଭାବିତ ହେବାର ଆଶଙ୍କା ଥିଲା।
ଏହି ସମ୍ୱେଦନଶୀଳ ଓ ରାଜ୍ୟର ଭବିଷ୍ୟତ ସହ ଜଡ଼ିତ ବିଷୟରେ ଆମର ନେତା ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ୱ ଓ ଦୂରଦର୍ଶୀତାର ପରିଚୟ ଦେଇଛନ୍ତି। ସେ କେବଳ ଏହି ବିଲ୍ ବିରୋଧରେ ଜୋରଦାର ଆପତ୍ତି ଜଣାଇନଥିଲେ, ବରଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖି ଦଳୀୟ ସୀମାରୁ ଉଦ୍ଧ୍ୱର୍କୁ ଯାଇ ଏକତାବଦ୍ଧ ଭାବେ ରାଜ୍ୟର ସ୍ୱାର୍ଥ ସୁରକ୍ଷା ଦିଗରେ ଲଢ଼ିବା ପାଇଁ ଆହ୍ୱାନ କରିଥିଲେ। ତାଙ୍କର ଏହି ଦୂରଦର୍ଶୀ ପଦକ୍ଷେପ ଏକ ଦକ୍ଷ ରାଜନେତାର ଦାୟିତ୍ୱବୋଧ ଓ ଲୋକହିତ ପ୍ରତି ଅଙ୍ଗୀକାରକୁ ପ୍ରକାଶ କରେ। କିନ୍ତୁ ଦୁଃଖର କଥା ଓଡ଼ିଶାର ୨୦ ଜଣ ବିଜେପି ଲୋକସଭା ସାଂସଦ ଏହି ସମ୍ୱେଦନଶୀଳ ମୁହୂର୍ତ୍ତରେ ରାଜ୍ୟର ହିତରେ ଦୃଢ଼ ଭାବେ ଠିଆ ହୋଇପାରିଲେ ନାହିଁ। ଅଧିକନ୍ତୁ ଆମ ନେତା ନବୀନ ବାବୁଙ୍କୁ ବିଭିନ୍ନ ଗଣମାଧ୍ୟମ ଜରିଆରେ ସମାଲୋଚନା କଲେ। ସେମାନେ ରାଜ୍ୟର ଅଧିକାର ଓ ଲୋକଙ୍କର ଆକାଂକ୍ଷାକୁ ପ୍ରାଥମିକତା ଦେବା ପ୍ରତି ଅବହେଳା କରି, ଦଳୀୟ ନିର୍ଦ୍ଦେଶକୁ ଅଧିକ ଗୁରୁତ୍ୱ ଦେଉଥିବା ଦେଖାଗଲା। ଏହା ଓଡ଼ିଶାବାସୀଙ୍କ ଆଶା ଓ ବିଶ୍ୱାସକୁ ନିରାଶ କରିଛି। ତଥାପି ଏହି ପରିସ୍ଥିତିରେ ସତ୍ୟ ଓ ନ୍ୟାୟର ବିଜୟ ହୋଇଛି। ସଂସଦରେ ସୀମିତ ପ୍ରତିନିଧିତ୍ୱ ଥିଲେ ମଧ୍ୟ, ଆମେ ଗର୍ବ କରୁଛୁ ଯେ ଆମର ନେତୃତ୍ୱ ନିରନ୍ତର ଭାବେ ଓଡ଼ିଶାର ଅଧିକାର, ସମ୍ମାନ ଓ ଭବିଷ୍ୟତ ପାଇଁ ଲଢ଼ୁଛି। ଏହା ଆମ ସମସ୍ତଙ୍କୁ ଏକତାବଦ୍ଧ ହୋଇ ରାଜ୍ୟର ହିତରେ ସଚେତନ ଓ ସକ୍ରିୟ ରହିବାକୁ ପ୍ରେରଣା ଦେଉଛି ବୋଲି ସେ କହିଛନ୍ତି।