ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଝିଆରୀ ସମେତ ୮ ଗିରଫ

Madhusudan Das Picture
Published On

ବ୍ରହ୍ମପୁର: ବ୍ରହ୍ମପୁର ଗୋପାଳପୁରର ଜମି ବ୍ୟବସାୟୀ ସୁଧୀର ପାତ୍ର ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ କରିଛି ପୋଲିସ । ସୁଧୀର ପାତ୍ର ହତ୍ୟାକାଣ୍ଡ ମାଷ୍ଟରମାଇଣ୍ଡ ଥିଲା ନିଜ ଝିଆରୀ । ଯେଉଁ ହତ୍ୟାକାଣ୍ଡକୁ ନେଇ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା, ତା' ପଛରେ ରହିଥିଲା ସମ୍ପୂର୍ଣ୍ଣ ପାରିବାରିକ ଷଡ଼ଯନ୍ତ୍ର। ହତ୍ୟାକାଣ୍ଡରେ ପୁତୁରା ଓ ଝିଆରୀଙ୍କ ସମେତ ୮ ଜଣଙ୍କୁ ଗିରଫ କରିଛି ପୋଲିସ । ତଦନ୍ତରୁ ଜଣାପଡ଼ିଛି ଯେ, ମୃତକଙ୍କ ଝିଆରୀ ନିବେଦିତା ପାତ୍ର ନିଜ ବୟଫ୍ରେଣ୍ଡ କାଳୁ ପ୍ରଧାନ ସହ ମିଶି ସୁଧୀରଙ୍କୁ ହତ୍ୟା କରିବା ପାଇଁ ପୂରା ପ୍ଲାନିଂ କରିଥିଲା। ଏଥିରେ ନିବେଦିତାଙ୍କ ଭାଇ ତୁଷାର ପାତ୍ର ମଧ୍ୟ ସାମିଲ ଥିଲେ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ଭୟ: ଓଡ଼ିଶା ମୁହାଁ ହେବ କି ଘୂର୍ଣ୍ଣିବଳୟ?

ହତ୍ୟା ଘଟଣାରେ ସୁଧୀରଙ୍କ ସମ୍ପର୍କୀୟ ତଥା ସତ୍ୟନାରାୟଣପୁର ଗ୍ରାମର ତୁଷାର କୁମାର ପାତ୍ର ଓ ତୁଷାରଙ୍କ ଭଉଣୀ ନିବେଦିତା ପାତ୍ର, ଆଶିଷ ମହାପାତ୍ର, ଗୋଳାବନ୍ଧର ନାରାୟଣ ପ୍ରଧାନ, ଗାଙ୍ଗପୁର ଥାନା କାଳିଆଗୁଡ଼ ଅଞ୍ଚଳର କାଳୁ ଚରଣ ପ୍ରଧାନ, ହିଂଜିଲିଥାନା ଅଞ୍ଚଳର ଶୁଭମ ନାୟକ, ଶୁଭମ ଗୌଡ଼ ଓ ଜିତୁନ୍ ପଳେଇ ଆଦି ୮ଜଣଙ୍କୁ ପୁଲିସ ଗିରଫ କରିଥିବା ବେଳେ ଏକାଧିକକୁ ଜେରା କରୁଥିବା ଜଣାପଡିଛି । ଗିରଫ ସଂଖ୍ୟା ଆହୁରି ବୃଦ୍ଧି ହେବ ବୋଲି ଜଣାପଡିଛି । 

ଆହୁରି ପଢ଼ନ୍ତୁ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ବଡ଼ଚଣା ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର