ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ବସ୍ତାରେ ବିଜେଡିର ଶକ୍ତି ପ୍ରଦର୍ଶନ: ରବୀନ୍ଦ୍ର ଓ ସୁବାସିନୀଙ୍କ ବିନା ତୃଣମୂଳ ସଂଗଠନରେ ପଡ଼ିନି ଫରକ

Madhusudan Das Picture
Published On

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବସ୍ତା ନିର୍ବାଚନମଣ୍ଡଳୀରେ ବିଜେଡିର ଗଡ଼ ମଜଭୁତ ହେବାରେ ଲାଗିଛି। ଚାରି ଦଶନ୍ଧି ଧରି, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମରେ ଏଠାରେ ପ୍ରାର୍ଥୀଙ୍କୁ ଭୋଟ୍‌ ମିଳି ଆସିଛି। ତେବେ, ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ବିଜେଡି ଛାଡ଼ି ବିଜେପି ଶିବିରକୁ ଯିବା ପରେ ବସ୍ତାରେ ବିଜେଡି ଦୁର୍ବଳ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ତାଙ୍କ ପରେ ପରେ ବିଧାୟିକା ସୁବାସିନୀ ଜେନା ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂ କରି ଦଳରୁ ନିଲମ୍ୱିତ ହେବା ପରେ ଏ ଚର୍ଚ୍ଚାକୁ ଆହୁରି ବଳ ମିଳିଥିଲା। କିନ୍ତୁ, ଶୁକ୍ରବାର ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପୁଣ୍ୟତିଥିରେ ବିଜେଡିର ଶକ୍ତି ପ୍ରଦର୍ଶନ ଏସବୁ ଚର୍ଚ୍ଚା‌ରେ ପୂର୍ଣ୍ଣ‌ଚ୍ଛେଦ ଟାଣିଦେଇଛି। 

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ଶାଶୁ ଓ ଶ୍ୱଶୁରଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ଜ୍ୱାଇଁ

ବିଜେଡିର ଆଗଧାଡ଼ିର ନେତାଙ୍କ ଉପସ୍ଥିତିରେ ପାଳିତ ଏହି କାର୍ଯ୍ୟକ୍ରମ‌ରେ ତୃଣମୂଳସ୍ତରର ହଜାର ହଜାର କର୍ମୀ ଯୋଗଦେଇ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରତିଦ୍ବନ୍ଦ୍ବୀ ଶିବିରକୁ ଛାନିଆ କରିଥିବା ଆଲୋଚନା ହେଉଛି। ରବୀନ୍ଦ୍ର ବିଜେଡିରୁ ଯିବା ପରେ ଜିଲ୍ଲାର ସମସ୍ତ ଦଳୀୟ ବିଧାୟକ, ପୂର୍ବତନ ବିଧାୟକ ଓ ବରିଷ୍ଠ ନେତାମାନେ ଗୋଟିଏ ମଞ୍ଚରେ ଏକଜୁଟ୍‌ ହେବା ଏବଂ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ଘରବାହୁଡ଼ା (ବିଜେଡିକୁ ପ୍ରତ୍ୟାବର୍ତ୍ତନ) କର୍ମୀଙ୍କ ମଧ୍ୟରେ ନୂଆ ଉତ୍ସାହ ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ରାଇରଙ୍ଗପୁରରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ

ଅନ୍ୟପଟେ, ରବୀନ୍ଦ୍ର ବିଜେଡିରେ ସମାନ୍ତରାଳ ସଂଗଠନ କରି ବସ୍ତାରେ ରାଜନୀତି ଚଳାଇଥିବାରୁ ପୁରୁଖା କର୍ମୀ ଅବଦମିତ ଅବସ୍ଥାରେ ଥିଲେ। ଏବେ ରବୀନ୍ଦ୍ର ବିଜେଡିରୁ ଯିବା ପରେ ପୁରୁଖା ନେତା ଓ କର୍ମୀ ଖୁଲମଖୁଲା ରାଜନୀତି କରିବାକୁ ବିଜେଡି ଶିବିରକୁ ଫେରୁଛନ୍ତି। ତେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନାଁରେ ବସ୍ତାରୁ ଜିତିଥିବା ବିଧାୟିକା ସୁବାସିନୀ ଜେନାଙ୍କ ଆଗାମୀ କାର୍ଯ୍ୟ ପନ୍ଥା କ’ଣ ରହିବ, କେଉଁ ମୁଦ୍ଦା ନେଇ ସେ ଆଗାମୀ ରାଜନୀତି କରିବେ, ସେନେଇ ତୃଣମୂଳ ସ୍ତରରେ କର୍ମୀମାନଙ୍କ ମଧ୍ୟରେ ଅନିଶ୍ଚିତତା ଲାଗି ରହିଛି। ଏମିତି ବି ବସ୍ତାରେ ବିଜେପି ସଂଗଠନ ଦୁର୍ବଳ ଥିବା ବେଳେ କଂଗ୍ରେସ ଅପେକ୍ଷାକୃତ ସୁଦୃଢ଼ ରହିଛି। ଆଗକୁ ପଞ୍ଚାୟତ ନିର୍ବାଚନରେ ରାଜନୈତିକ ଲଢ଼େଇ ଜୋରଦାର୍‌ ହେବାକୁ ଥିବା ବେଳେ ବିଜେଡି ତାର ପୁରୁଣା ଦୁର୍ଗ ଦଖଲରେ ରଖିବ ବୋଲି ନେତା ଓ କର୍ମୀ ମହଲରେ ଚର୍ଚ୍ଚା ହେଉଛି। ଏଠା‌ରେ ଉଲ୍ଲେଖଯୋଗ୍ୟ, ଗତକାଲି ପ୍ରବାଦପୁରୁ‌ଷ ବିଜୁ ପଟ୍ଟନାୟକଙ୍କ ପୁଣ୍ୟତିଥି ଉପଲକ୍ଷେ ବସ୍ତାରେ ଆୟୋଜିତ କାର୍ଯ୍ୟକ୍ରମରେ ଜଳେଶ୍ବର ବିଧାୟକ ଅଶ୍ବନୀ କୁମାର ପାତ୍ର, ପୂର୍ବତନ ମନ୍ତ୍ରୀ ପ୍ରତାପ ଦେବ, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ, ସୋର ବିଧାୟକ ମାଧବ ଧଡ଼ା, ସାଂସଦ ପ୍ରାର୍ଥିନୀ ଲେଖାଶ୍ରୀ ସାମନ୍ତସିଂହାର, ପୂର୍ବତନ ବିଧାୟକ ସୁକାନ୍ତ ନାୟକ, ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାସ, ପୂର୍ବତନ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା, ପୂର୍ବତନ ସଦର ବିଧାୟକ ସ୍ବରୂପ ଦାସ, ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ବରିଷ୍ଠ ନେତା ଗିରିଶ ଦାସ, ବରଦା ପ୍ରସନ୍ନ ପଟ୍ଟନାୟକ, ଭଗବାନ ଗିରି, ଯୁବ ବିଜେଡି ରାଜ୍ୟ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ, ରେମୁଣା ବିଧାୟକ ପ୍ରାର୍ଥୀନୀ ବିଦ୍ୟାସ୍ମିତା ମହାଳିକ, ଜିଲ୍ଲା ପରିଷଦ ସଭ୍ୟା ବିଷ୍ଣୁପ୍ରିୟା ବୁଗୁଡ଼ି ଓ ଦେବିକା ସୋରେନ ପ୍ରମୁଖ ଉପସ୍ଥିତ ଥିଲେ। ବସ୍ତାର ବରିଷ୍ଠ ବିଜେଡି ନେତା ମହାଦେବ ଦାସ ସ୍ବାଗତ ଭାଷଣ ଦେବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

ଆହୁରି ପଢ଼ନ୍ତୁ: ନଦୀରେ ଗାଧୋଇବା ହେଲା କାଳ, ପାଣିରେ ବୁଡ଼ି ଯାଇ ୨ ନାବାଳକ ଭାଇଙ୍କ ମୃତ୍ୟୁ

18 Apr 2026 By Madhusudan Das

ବସ୍ତାରେ ବିଜେଡିର ଶକ୍ତି ପ୍ରଦର୍ଶନ: ରବୀନ୍ଦ୍ର ଓ ସୁବାସିନୀଙ୍କ ବିନା ତୃଣମୂଳ ସଂଗଠନରେ ପଡ଼ିନି ଫରକ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବସ୍ତା ନିର୍ବାଚନମଣ୍ଡଳୀରେ ବିଜେଡିର ଗଡ଼ ମଜଭୁତ ହେବାରେ ଲାଗିଛି। ଚାରି ଦଶନ୍ଧି ଧରି, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମରେ ଏଠାରେ ପ୍ରାର୍ଥୀଙ୍କୁ ଭୋଟ୍‌ ମିଳି ଆସିଛି। ତେବେ, ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ବିଜେଡି ଛାଡ଼ି ବିଜେପି ଶିବିରକୁ ଯିବା ପରେ ବସ୍ତାରେ ବିଜେଡି ଦୁର୍ବଳ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ତାଙ୍କ ପରେ ପରେ ବିଧାୟିକା ସୁବାସିନୀ ଜେନା ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂ କରି ଦଳରୁ ନିଲମ୍ୱିତ ହେବା ପରେ ଏ ଚର୍ଚ୍ଚାକୁ ଆହୁରି ବଳ ମିଳିଥିଲା। କିନ୍ତୁ, ଶୁକ୍ରବାର ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପୁଣ୍ୟତିଥିରେ ବିଜେଡିର ଶକ୍ତି ପ୍ରଦର୍ଶନ ଏସବୁ ଚର୍ଚ୍ଚା‌ରେ ପୂର୍ଣ୍ଣ‌ଚ୍ଛେଦ ଟାଣିଦେଇଛି। 

ବିଜେଡିର ଆଗଧାଡ଼ିର ନେତାଙ୍କ ଉପସ୍ଥିତିରେ ପାଳିତ ଏହି କାର୍ଯ୍ୟକ୍ରମ‌ରେ ତୃଣମୂଳସ୍ତରର ହଜାର ହଜାର କର୍ମୀ ଯୋଗଦେଇ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରତିଦ୍ବନ୍ଦ୍ବୀ ଶିବିରକୁ ଛାନିଆ କରିଥିବା ଆଲୋଚନା ହେଉଛି। ରବୀନ୍ଦ୍ର ବିଜେଡିରୁ ଯିବା ପରେ ଜିଲ୍ଲାର ସମସ୍ତ ଦଳୀୟ ବିଧାୟକ, ପୂର୍ବତନ ବିଧାୟକ ଓ ବରିଷ୍ଠ ନେତାମାନେ ଗୋଟିଏ ମଞ୍ଚରେ ଏକଜୁଟ୍‌ ହେବା ଏବଂ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ଘରବାହୁଡ଼ା (ବିଜେଡିକୁ ପ୍ରତ୍ୟାବର୍ତ୍ତନ) କର୍ମୀଙ୍କ ମଧ୍ୟରେ ନୂଆ ଉତ୍ସାହ ସୃଷ୍ଟି କରିଛି।

ଅନ୍ୟପଟେ, ରବୀନ୍ଦ୍ର ବିଜେଡିରେ ସମାନ୍ତରାଳ ସଂଗଠନ କରି ବସ୍ତାରେ ରାଜନୀତି ଚଳାଇଥିବାରୁ ପୁରୁଖା କର୍ମୀ ଅବଦମିତ ଅବସ୍ଥାରେ ଥିଲେ। ଏବେ ରବୀନ୍ଦ୍ର ବିଜେଡିରୁ ଯିବା ପରେ ପୁରୁଖା ନେତା ଓ କର୍ମୀ ଖୁଲମଖୁଲା ରାଜନୀତି କରିବାକୁ ବିଜେଡି ଶିବିରକୁ ଫେରୁଛନ୍ତି। ତେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନାଁରେ ବସ୍ତାରୁ ଜିତିଥିବା ବିଧାୟିକା ସୁବାସିନୀ ଜେନାଙ୍କ ଆଗାମୀ କାର୍ଯ୍ୟ ପନ୍ଥା କ’ଣ ରହିବ, କେଉଁ ମୁଦ୍ଦା ନେଇ ସେ ଆଗାମୀ ରାଜନୀତି କରିବେ, ସେନେଇ ତୃଣମୂଳ ସ୍ତରରେ କର୍ମୀମାନଙ୍କ ମଧ୍ୟରେ ଅନିଶ୍ଚିତତା ଲାଗି ରହିଛି। ଏମିତି ବି ବସ୍ତାରେ ବିଜେପି ସଂଗଠନ ଦୁର୍ବଳ ଥିବା ବେଳେ କଂଗ୍ରେସ ଅପେକ୍ଷାକୃତ ସୁଦୃଢ଼ ରହିଛି। ଆଗକୁ ପଞ୍ଚାୟତ ନିର୍ବାଚନରେ ରାଜନୈତିକ ଲଢ଼େଇ ଜୋରଦାର୍‌ ହେବାକୁ ଥିବା ବେଳେ ବିଜେଡି ତାର ପୁରୁଣା ଦୁର୍ଗ ଦଖଲରେ ରଖିବ ବୋଲି ନେତା ଓ କର୍ମୀ ମହଲରେ ଚର୍ଚ୍ଚା ହେଉଛି। ଏଠା‌ରେ ଉଲ୍ଲେଖଯୋଗ୍ୟ, ଗତକାଲି ପ୍ରବାଦପୁରୁ‌ଷ ବିଜୁ ପଟ୍ଟନାୟକଙ୍କ ପୁଣ୍ୟତିଥି ଉପଲକ୍ଷେ ବସ୍ତାରେ ଆୟୋଜିତ କାର୍ଯ୍ୟକ୍ରମରେ ଜଳେଶ୍ବର ବିଧାୟକ ଅଶ୍ବନୀ କୁମାର ପାତ୍ର, ପୂର୍ବତନ ମନ୍ତ୍ରୀ ପ୍ରତାପ ଦେବ, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ, ସୋର ବିଧାୟକ ମାଧବ ଧଡ଼ା, ସାଂସଦ ପ୍ରାର୍ଥିନୀ ଲେଖାଶ୍ରୀ ସାମନ୍ତସିଂହାର, ପୂର୍ବତନ ବିଧାୟକ ସୁକାନ୍ତ ନାୟକ, ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାସ, ପୂର୍ବତନ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା, ପୂର୍ବତନ ସଦର ବିଧାୟକ ସ୍ବରୂପ ଦାସ, ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ବରିଷ୍ଠ ନେତା ଗିରିଶ ଦାସ, ବରଦା ପ୍ରସନ୍ନ ପଟ୍ଟନାୟକ, ଭଗବାନ ଗିରି, ଯୁବ ବିଜେଡି ରାଜ୍ୟ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ, ରେମୁଣା ବିଧାୟକ ପ୍ରାର୍ଥୀନୀ ବିଦ୍ୟାସ୍ମିତା ମହାଳିକ, ଜିଲ୍ଲା ପରିଷଦ ସଭ୍ୟା ବିଷ୍ଣୁପ୍ରିୟା ବୁଗୁଡ଼ି ଓ ଦେବିକା ସୋରେନ ପ୍ରମୁଖ ଉପସ୍ଥିତ ଥିଲେ। ବସ୍ତାର ବରିଷ୍ଠ ବିଜେଡି ନେତା ମହାଦେବ ଦାସ ସ୍ବାଗତ ଭାଷଣ ଦେବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର