ମ୍ୟାଚ୍ ବିଜୟୀ ପ୍ରଦର୍ଶନ ପରେ ଗୁଜରାଟର ଶିକ୍ଷା ମନ୍ତ୍ରୀଙ୍କୁ ପୁରସ୍କାର ଉତ୍ସର୍ଗ କଲେ ରବୀନ୍ଦ୍ର ଜାଡେଜା

Suryakanta Picture
Published On

ଚଳିତ ଆଇପିଏଲ୍‌ (IPL) ରେ ବୁଧବାର ଖେଳାଯାଇଥିବା ଏକ ରୋମାଞ୍ଚକର ମୁକାବିଲାରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ (LSG) କୁ ୪୦ ରନ୍‌ ରେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍‌ସ (RR)। ଏହି ମ୍ୟାଚ୍‌ରେ ରାଜସ୍ଥାନ ପକ୍ଷରୁ ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ଚମତ୍କାର ପ୍ରଦର୍ଶନ କରି ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେ ବ୍ୟାଟିଂରେ ଅପରାଜିତ ୪୪ ରନ୍‌ କରିବା ସହିତ ବୋଲିଂରେ ୪ ଓଭର ସ୍ପେଲ୍‌ କରି ମାତ୍ର ୨୯ ରନ୍‌ ବିନିମୟରେ ଗୋଟିଏ ୱିକେଟ୍‌ ଅକ୍ତିଆର କରିଥିଲେ। ଏହି ବିଶେଷ ଅଲ୍‌ରାଉଣ୍ଡ ସଫଳତା ପାଇଁ ତାଙ୍କୁ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ଘୋଷଣା କରାଯାଇଥିଲା।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ପତ୍ନୀଙ୍କୁ ଅଭିନବ ଢଙ୍ଗରେ ପୁରସ୍କାର ଉତ୍ସର୍ଗ

ପୁରସ୍କାର ଗ୍ରହଣ କରିବା ଅବସରରେ ରବୀନ୍ଦ୍ର ଜାଡ଼େଜା ନିଜର ଖୁସି ବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ, ଦଳର ବିଜୟ ଏବଂ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ପୁରସ୍କାର ପାଇଥିବାରୁ ସେ ଅତ୍ୟନ୍ତ ଆନନ୍ଦିତ। ଏଥିସହିତ ସେ ନିଜର ଏହି ପୁରସ୍କାରକୁ ଗୁଜରାଟର ଶିକ୍ଷା ମନ୍ତ୍ରୀଙ୍କୁ ଉତ୍ସର୍ଗ କରୁଛନ୍ତି ବୋଲି ପ୍ରକାଶ କରିଥିଲେ। ତେବେ ମଜାଦାର କଥା ହେଉଛି, ଜାଡ଼େଜା ନିଜ ପ୍ରତିକ୍ରିୟାରେ ସିଧାସଳଖ ତାଙ୍କ ପତ୍ନୀଙ୍କ ନାମ ନେଇନଥିଲେ, ବରଂ ତାଙ୍କ ପଦବୀର ଉଲ୍ଲେଖ କରି ପୁରସ୍କାର ଉତ୍ସର୍ଗ କରିଥିଲେ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ରିଭାବାଙ୍କ ରାଜନୈତିକ ଯାତ୍ରା

ସୂଚନାଯୋଗ୍ୟ ଯେ, ରବୀନ୍ଦ୍ର ଜାଡ଼େଜାଙ୍କ ପତ୍ନୀ ରିଭାବା ଜାଡେଜା ବର୍ତ୍ତମାନ ଗୁଜରାଟ ସରକାରଙ୍କ ଶିକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି। ଚଳିତ ଦଶନ୍ଧି ପ୍ରାରମ୍ଭରେ ରିଭାବା ଭାରତୀୟ ଜନତା ପାର୍ଟି (ବିଜେପି) ରେ ଯୋଗ ଦେଇ ସକ୍ରିୟ ରାଜନୀତିରେ ପାଦ ଥାପିଥିଲେ। ଡିସେମ୍ବର ୨୦୨୨ ରେ ଅନୁଷ୍ଠିତ ଗୁଜରାଟ ବିଧାନସଭା ନିର୍ବାଚନରେ ସେ ଜାମ୍‌ନଗର ଉତ୍ତର ଆସନରୁ ବିଜେପି ପ୍ରାର୍ଥୀ ଭାବେ ବିଜୟୀ ହୋଇ ବିଧାୟିକା ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ମନ୍ତ୍ରିମଣ୍ଡଳରେ ତାଙ୍କୁ ଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଥିଲା। ଆଜକୁ ପ୍ରାୟ ୧୦ ବର୍ଷ ତଳେ ଉଭୟଙ୍କର ବିବାହ ହୋଇଥିବା ବେଳେ ସେମାନଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ରହିଛି।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp