ସ୍କୁଲ ଛୁଟିକୁ ନେଇ ଆଜି ଆସିପାରେ ନିଷ୍ପତ୍ତି: ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର: ଆଜି ଆସିପାରେ ସ୍କୁଲ ଛୁଟି ନିଷ୍ପତ୍ତି । ଏସଆରସିଙ୍କ ସହ ବୈଠକ ପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ତାପମାତ୍ରା ବଢୁଥିବା ବେଳେ ରାଜ୍ୟର ୧୮ରୁ ଅଧିକ ଜିଲ୍ଲାରେ ସ୍କୁଲ ଛୁଟି ହେଲାଣି । ଏପିରିକି କିଛି କିଛି ଜିଲ୍ଲା ମଧ୍ୟ ନିଜ ନିଜ ଅଞ୍ଚଳରେ ଛୁଟି ଅବଧିକୁ ବୃଦ୍ଧି କରୁଛନ୍ତି । ରାଜ୍ୟରେ ଛୁଟି ଘୋଷଣା ନେଇ ଆଜି ବସିବ ବୈଠକ। ବୈଠକରେ ଏସଆରସିଙ୍କ ସହ ଆଲୋଚନା କରିବେ ଗଣଶିକ୍ଷା ମନ୍ତ୍ରୀ । ବୈଠକ ପରେ ଛୁଟି ନେଇ ହୋଇପାରେ ନିଷ୍ପତ୍ତି । ଏନେଇ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।