ୟୁଜବେନ୍ଦ୍ର ଚହଲଙ୍କ ଅଡୁଆ ବଢ଼ିଲା: ଅଭିନେତ୍ରୀ ତାନିଆ ଚାଟାର୍ଜୀଙ୍କୁ ପଠାଇଲେ ମାନହାନି ନୋଟିସ୍

Suryakanta Picture
Published On

ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି। ବି-ଗ୍ରେଡ୍ ଚଳଚ୍ଚିତ୍ର ତଥା ୱେବ୍ ସିରିଜ୍ ଅଭିନେତ୍ରୀ ତାନିଆ ଚାଟାର୍ଜୀ ନିକଟରେ ଏକ ବଡ଼ ଦାବି କରିଛନ୍ତି ଯେ, କ୍ରିକେଟର ଚହଲ ତାଙ୍କ ବିରୋଧରେ ଏକ ମାନହାନି ମୋକଦ୍ଦମା ଦାୟର କରିଛନ୍ତି। ଏହାପରେ ସୋସିଆଲ ମିଡିଆରେ ଏହି ବିବାଦକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ବଡ଼ ନିଷ୍ପତ୍ତି: ପ୍ରଜ୍ଞାନ ଓଝା ହେଲେ ନୂଆ ମୁଖ୍ୟ ଚୟନକର୍ତ୍ତା

କିପରି ଆରମ୍ଭ ହେଲା ବିବାଦ?

ଅଭିନେତ୍ରୀ ତାନିଆ ଚାଟାର୍ଜୀ ନିକଟରେ ଏକ ଭିଡିଓରେ ଦାବି କରିଥିଲେ ଯେ ଭାରତୀୟ ଦଳର ସ୍ପିନର ୟୁଜବେନ୍ଦ୍ର ଚହଲ ତାଙ୍କୁ ଇନଷ୍ଟାଗ୍ରାମରେ ମେସେଜ୍ କରିଥିଲେ ଏବଂ ତାଙ୍କୁ 'କ୍ୟୁଟ୍' ବୋଲି କହିଥିଲେ। ଏହି ଭିଡିଓ ଭାଇରାଲ ହେବା ପରେ ଚହଲଙ୍କ ଟିମ୍ ତାନିଆଙ୍କୁ ସେହି ମେସେଜ୍ ବିଷୟରେ କହିଥିବା କଥା ଡିଲିଟ୍ କରିବାକୁ ଅନୁରୋଧ କରିଥିଲେ। ମାତ୍ର ତାନିଆ ଏହାକୁ ଡିଲିଟ୍ ନକରିବାରୁ ଚହଲ ତାଙ୍କୁ ଇମେଲ୍ ମାଧ୍ୟମରେ ଏକ ମାନହାନି ନୋଟିସ୍ ପଠାଇଥିବା ଅଭିନେତ୍ରୀ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ଏସୀୟ ପାରା ଗେମ୍ସ: ମହିଳା ୪୦୦ ମିଟର T47 ରେ ଅଞ୍ଜନାବେନଙ୍କୁ ସ୍ୱର୍ଣ୍ଣ ଏବଂ ଓଡ଼ିଶାର ଜୟନ୍ତୀ ବେହେରାଙ୍କୁ ରୌପ୍ୟ

ତାନିଆଙ୍କ ପ୍ରତିକ୍ରିୟା

ପାପାରାଜିଙ୍କ ସାମ୍ନାରେ ତାନିଆ ନିଜର ପକ୍ଷ ରଖି କହିଛନ୍ତି ଯେ, "ମୁଁ ତାଙ୍କର କୌଣସି ଅପମାନ କରିନାହିଁ କିମ୍ବା ତାଙ୍କ ଭାବମୂର୍ତ୍ତି ଖରାପ କରିନାହିଁ। ସେ ଜଣେ ଭାରତୀୟ କ୍ରିକେଟର ଏବଂ ମୁଁ ତାଙ୍କୁ ଗର୍ବର ସହ ସମ୍ମାନ କରେ। ସେ ମୋତେ କେବଳ କ୍ୟୁଟ୍ କହିଥିଲେ ଏବଂ ମୁଁ ତାହା ସମସ୍ତଙ୍କୁ ଜଣାଇଥିଲି। ଏଥିରେ ମାନହାନି ଭଳି କୌଣସି କଥା ନାହିଁ। ମୋତେ ବିନା କାରଣରେ ଟ୍ରୋଲ୍ କରାଯାଉଛି।" ଏହା ସହିତ ସେ ଏହି ମାମଲା ଲଢ଼ିବା ପାଇଁ ଜଣେ ଓକିଲ ନିଯୁକ୍ତ କରିଥିବା ମଧ୍ୟ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ୨୨୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ଇତିହାସ ରଚିଲା ଭାରତ, ସଞ୍ଜୁ ସାମସନ୍‌ଙ୍କ ଧୂଆଁଧାର ବ୍ୟାଟିଂ

ଚହଲ ଓ ଧନଶ୍ରୀଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ

ଯେତେବେଳେ ତାନିଆଙ୍କୁ ପଚରାଯାଇଥିଲା ଯେ ଚହଲ କେବେ ତାଙ୍କୁ ମେସେଜ୍ କରିଥିଲେ, ସେ ଉତ୍ତରରେ ୨୦୨୩ ମସିହା ବୋଲି କହିଥିଲେ। ତେବେ ଧ୍ୟାନ ଦେବା ଯୋଗ୍ୟ କଥା ହେଉଛି, ସେହି ସମୟରେ ଚହଲ ତାଙ୍କ ପୂର୍ବତନ ପତ୍ନୀ ଧନଶ୍ରୀ ବର୍ମାଙ୍କ ସହିତ ବିବାହିତ ଥିଲେ। ସୂଚନାଯୋଗ୍ୟ ଯେ, ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ୨୦୨୫ ମସିହାରେ ହୋଇଥିଲା ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ କ୍ରିକେଟରଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଥରେ ଆଲୋଚନା ଜୋର ଧରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp